ଯୋଡ଼ାରେ ସନ୍ଦିଗ୍ଧ ବେଲୁନ୍‌

ଯୋଡ଼ା,୨୮ା୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବିଲେଇପଦା ନିକଟ ବିରିକଳାଠାରେ ଏକ ସନ୍ଦିଗ୍ଧ ବେଲୁନ ଦେଖିବାକୁ ମିଳିଛି। ଗଛରେ ବାଜି ବେଲୁନଟି ଫାଟି ତଳେ ପଡ଼ିଥିବା ବେଳେ ଏକ ଇଲେକ୍ଟ୍ରୋନିକ ଡିଭାଇସ ଝୁଲି ରହିଛି। ଏହାକୁ ଦେଖି ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ପାଣିପାଗ ମାପଯନ୍ତ୍ର ହୋଇଥିବା ଜଣାପଡ଼ିଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଯୋଡ଼ା ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳର ରଞ୍ଜିତ ନାଏକ ଓ ସଞ୍ଜୀବ ମୁଣ୍ଡା କହିଛନ୍ତି, ସୋମବାର ସକାଳୁ ଗ୍ରାମର କେତେଜଣ ମହିଳା ମହୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ। ଏକ ଆମ୍ବ ଗଛ ଡାଳରେ ବେଲୁନ ଲାଗିଥିବା ଓ ଇଲେକ୍ଟ୍ରୋନିକ ଡିଭାଇସ ଝୁଲି ରହିଥିବା ଦେଖିଥିଲେ। ଏଥିରେ ଏକ ନାଲି ରଙ୍ଗର ଲାଇଟ୍‌ ଧପ୍‌ ଧପ୍‌ ହୋଇ ଜଳୁଥିଲା। ତଳେ ଏକ ଫଟା ବେଲୁନ୍‌ ମଧ୍ୟ ପଡ଼ିଥିଲା। ଖବର ପ୍ରଚାର ହେବା ପରେ ତାହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଯାଇଥିଲା। ଖବର ପାଇ ଯୋଡ଼ା ପୋଲିସ ପହଞ୍ଚତ୍ ଗଛରୁ ବେଲୁନ ଓ ଡିଭାଇସକୁ କାଢ଼ି ଥାନାକୁ ନେଇଥିଲା। ଡିଭାଇସରେ ଇଂଲିିଶରେ ‘ୱେଥେକ୍ସ’ ଲେଖା ରହିଛି। ବିଭିନ୍ନ ବଡ଼ ଖଣି କମ୍ପାନୀ ଏହାକୁ ଛାଡ଼ି ବାୟୁ ଓ ଧ୍ୱନି ପ୍ରଦୂଷଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥାଆନ୍ତି। ଏହା ରିମୋର୍ଟ ଦ୍ୱାରା ପରିଚାଳିତ ହୋଇଥାଏ। ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି ଯୋଡ଼ା ଥାନା ଅଧିକାରୀ କହିଛନ୍ତି।
ମାତ୍ର ବେଲୁନଟିକୁ କେଉଁ କମ୍ପାନୀ ଆକାଶ ମାର୍ଗକୁ ଛାଡ଼ିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖଣି ଅଞ୍ଚଳରେ ଅନେକ ସମୟରେ ଉଡ଼ାଜାହାଜ ଏବଂ ହେଲିକପ୍ଟର୍‌ ଯା ଆସ କରିଥାଏ। ନିକଟବର୍ତ୍ତୀ ଟଣ୍ଟୋ ଏୟାର ଷ୍ଟ୍ରିପ୍‌ରେ ଏଗୁଡ଼ିକ ଅବତରଣ କରିଥାନ୍ତି। ଏହିପରି ବେଲୁନ ସ୍ବଳ୍ପ ଉଚ୍ଚତାରେ ଉଡୁଥିବାରୁ ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବେଲୁନ ଉଡ଼ାଇବା ଉପରେ ଏକ ରେଗୁଲେଟିଂ ବା ନିୟନ୍ତ୍ରିତ ବ୍ୟବସ୍ଥା ରହିବା ଉଚିତ୍‌ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?