ହାତୀ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

ସମ୍ବଲପୁର,୧୪ା୬(ଶୁଭାଶିଷ ପାଢୀ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡା ଗ୍ରାମ ରାସ୍ତାପାର୍ଶ୍ୱ ନାଳ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଠାବ କରିଥିଲା। ପେଟଜନିତ ରୋଗେରେ ଦନ୍ତାର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମରେ ଏସିଏଫ୍‌ ତେଜରାଜ ନାୟକ ସୂଚନା ଦେଇଥିଲେ। ଏବେ ହାତୀମୃତ୍ୟୁ ଘଟଣାକୁ ନେଇ ବନ ବିଭାଗ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ସରକାର ହାତୀମୃତ୍ୟୁ ଘଟଣାରେ ତଦନ୍ତ କରିବା ପାଇଁ ମିଳିତ ଟାକ୍ସଫୋର୍ସ ଗଠନ କରିଛନ୍ତି। କୌଣସି ସ୍ଥାନରେ ହାତୀ ମୃତ୍ୟୁ ଘଟିଲେ ଏହି ଟାକ୍ସଫୋର୍ସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ପରେ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିଥାନ୍ତି। ଏହି ଟିମ୍‌ରେ ବିଶେଷଜ୍ଞ ରହିଥାନ୍ତି। ଅନେକ ସ୍ଥାନରେ ବନ ବିଭାଗ ଅଧିକାରୀ ନିଜ ଦୋଷ ଦୁର୍ବଳାତାକୁ ଚପାଇବାକୁ ଉଦ୍ୟମ କରି ମିଥ୍ୟା ରିପୋର୍ଟ ଦେଇଥାନ୍ତି। ତାହାକୁ ରୋକାଯିବା ଓ ସତ୍ୟାସତ୍ୟ ସାମ୍‌ନାକୁ ଆଶିବା ଲାଗି ଏହି ଟାକ୍ସଫୋର୍ସ ଗଠନ କରାଯାଇଛି। ହେଲେ ଟାକ୍ସଫୋର୍ସ ଯାଞ୍ଚ ନ କରି ଦନ୍ତାର ମୃତଦେହକୁ ପୋତି ଦିଆଯାଇଥିବା ପରିବେଶ ପ୍ରେମୀ ଅଭିଯୋଗ କରିଛନ୍ତି।

ପ୍ରାଣିଧନ ବିଭାଗ ଦଳ ହାତୀର ବ୍ୟବଚ୍ଛେଦ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ରିପୋର୍ଟ ଦାଖଲ କରି ନାହାନ୍ତ। ପେଟ ରୋଗରେ ପୀଡିତ ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବନ ବିଭାଗ କହୁଥିଲା। ହେଲେ ହାତୀ ମୁହଁରୁ ରକ୍ତ ବାହାରୁଥିବାରୁ ଏହାକୁ ଶିକାର କରାଯାଇଥିବା, ବିଶାକ୍ତ ଖାଦ୍ୟ, କିମ୍ବା ଆକ୍ରମଣ କରି ଶିକାରୀମାନେ ଆହତ କରିଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଏସିଏଫ୍‌ ନାୟକଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ। ଆର୍‌ସିସିଏଫ୍‌ କେ. ଆଶିଷ କୁମାର କହିଛନ୍ତି, ଦନ୍ତା ମୃତ୍ୟୁ ପରେ ଟାକ୍ସଫୋର୍ସ ଯାଞ୍ଚ କରିବା ନିୟମ ରହିଛି। ଘଟଣାକୁ ନେଇ ଟାକ୍ସଫୋର୍ସକୁ ଅବଗତ କରାଯାଇଥିଲା। ଶିକାର ହୋଇ ନ ଥିବା ନେଇ ସୂଚନା ଦେବା ପରେ ପୋତିବା ପାଇଁ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri