ମାର୍କେଟ କମ୍ପ୍ଲେସରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ

ଲୋଇସିଂହା,୨୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଝରଣୀପାଲି ଗାଁ ମାର୍କେଟ କମ୍ପ୍ଲେସରୁ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକଳି ଗ୍ରାମର ପରେଶ ପଧାନ(୨୧) ବୋଲି ପୋଲିସ କହିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ପଠାଇଛି । ଏ ନେଇ ଥାନାରେ (କେସ ନଂ.୨୩/୨୦ ରେ)ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଅଧିକ ତଦନ୍ତ ଚାଲିଥିବା ଆଇଆଇସି ଲଳିତା ଲାକ୍ରା କହିଛନ୍ତି ।
ସୂଚନାନୁଯାୟୀ, ଝରଣୀପାଲି ଗାଁର କେତେକ ବ୍ୟକ୍ତି ବରଗଡ଼ ଅଞ୍ଚଳରୁ ଏକ ଧାନ କଟା ମେଶିନ ଲିଜ୍‌ ସୂତ୍ରରେ ଆଣିଥିଲେ । ଏଥିରେ ପରେଶଙ୍କ ସମେତ ୪ ବ୍ୟକ୍ତି ଆସିଥିଲେ । ପରେଶ କ୍ୟାମ୍ପରେ ରହି ରୋଷେଇ କରୁଥିଲେ। ହେଲେ ସୋମବାର ସକାଳେ ଉକ୍ତ କ୍ୟାମ୍ପରେ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ପାରିପାଶର୍‌ବିକ ସ୍ଥିତି ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଘଟଣା ପରଠାରୁ ପରେଶଙ୍କ ସାଙ୍ଗମାନେ ଫେରାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ୍‌ ଓଏମ୍‌କ୍ୟୁ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା : ଗଡ଼ିଲା ସୂଚନା ରଥ

ଯୋଡ଼ା,୨୪।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଟାଟା ଷ୍ଟିଲ ଓଏମ୍‌କ୍ୟୁ ବିଭାଗ ପକ୍ଷରୁ ବୁଧବାର ଡେଙ୍ଗୁ ସଚେତନତା କରାଯାଇଛି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ମଙ୍ଗଳବାର...

ବିଭିନ୍ନ ସମସ୍ୟା ନେଇ କୁଚିଣ୍ଡା ବିଧାୟକଙ୍କୁ ଦାବିପତ୍ର

ଜମନକିରା,୧୬।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ଯୁବ ସଚେତନ ନାଗରିକ ସଂଘର କର୍ମକର୍ତ୍ତା ବିଭିନ୍ନ ସମସ୍ୟା ନେଇ ଗୁରୁବାର କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କୁ...

ପ୍ରତୀକ୍ଷାରେ କଟିଲାଣି ୪ ବର୍ଷ

ଆରଡ଼ି,୧୭।୧(ଡି.ଏନ.ଏ.)  ପ୍ରତି ଘରକୁ ବିନା ମୂଲ୍ୟରେ ପାନୀୟ ଜଳ ଯୋଗାଇ ଦିଆଯିବ। ଆଉ ଜଳକଷ୍ଟ ରହିବ ନାହିଁ। ଭୂତଳ ଜଳ ବି ଖର୍ଚ୍ଚ ହେବନି। ନଦୀ...

ଜିଲାପାଳଙ୍କ ଉପସ୍ଥିତିରେ ମାପଚୁପ

ଜଳେଶ୍ୱର, ୨୨।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ନେତାଜୀ ଷ୍ଟାଡ଼ିୟମକୁ ସଂକୁଚିତ କରି ବିଜୁ ପଟ୍ଟନାୟକ ମଲ୍ଟିପର୍ପସ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଗଣଧାରଣା...

ଭିତ୍ତିଭୂମି ବିକାଶ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ

ବାଲେଶ୍ୱର ଅଫିସ, ୨୫।୯-ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ବିଭନ୍ନ ପଦକ୍ଷେପ ନେଇଛନ୍ତି।...

କଣ୍ଠଶିଳ୍ପୀଙ୍କ ଦ୍ୱାରା ମାସ୍କ, ରାଶନ ସାମଗ୍ରୀ ବଣ୍ଟନ

ଯୋଡ଼ା, ୨୬ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୫ ନଂ.ଓ୍ବାର୍ଡ ଆଜାଦବସ୍ତି କ୍ଲବ ଗୃହଠାରେ ଯୋଡାର ଜଣେ କଣ୍ଠଶିଳ୍ପୀ ଶୁଭଶ୍ରୀ ଜେନାଙ୍କ ପକ୍ଷରୁ ଗରିବ ଅସହାୟ...

ଅଭିଯୁକ୍ତ ଗ୍ରାମ ସଭାପତି ଗିରଫ

ଢେଙ୍କାନାଳ ଅଫିସ, ୨୧।୩ ଆଇଆର୍‌ବି ହାବିଲଦାର ରାମଚନ୍ଦ୍ର ସାହୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁ ଶୁକ୍ରବାର ଧରାପଡ଼ିଛନ୍ତି। ପାରିଖେଦା...

ବୈତରଣୀ ପାର୍ଶ୍ୱରୁ ଭଙ୍ଗାଗଲା ଉଠାଦୋକାନ

ଚାନ୍ଦବାଲି,୧୯।୩(ଡି.ଏନ.ଏ.)-ବୈତରଣୀ ନଦୀ କୂଳରେ ପଥର ବିଛା କାମ ପାଇଁ ଚାନ୍ଦବାଲି ସହର ନିକଟ ନଦୀ କୂଳରୁ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ମେଶିନ...

Advertisement
Archives

Model This Week