କରୋନା ସନ୍ଦେହରେ ଯୁବତୀଙ୍କୁ ବସରୁ ଓହ୍ଲାଇଦେଲେ କଣ୍ଡକ୍ଟର

ମଥୁରା, ୧୪।୭- ଉତ୍ତର ପ୍ରଦେଶର ମଥୁରାରୁ ଚକିତ କଲାଭଳି ଏକ ଖବର ଆସିଛି। ଦିଲ୍ଲୀରୁ ଫିରୋଜାବାଦ ଯାଉଥିବା ଜଣେ ଅସୁସ୍ଥ ଯୁବତୀଙ୍କୁ କରୋନା ସନ୍ଦେହରେ କଣ୍ଡକ୍ଟର ବସ୍‌ରୁ ଓହ୍ଲାଇ ଦେଇଥିଲେ। ବସ୍‌ରୁ ଓହ୍ଲାଇବା ପରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ବସ୍‌ କଣ୍ଡକ୍ଟରଙ୍କ ନାମରେ ହତ୍ୟା ମାମଲା ରୁଜୁ କରାଯାଇଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ରାଜ୍ୟ ମହିଳା ଆୟୋଗ ମଥୁରର ପୋଲିସ ଅଧୀକ୍ଷକଙ୍କ ନିକଟକୁ ନୋଟିସ କରି କାଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ଉତ୍ତର ପ୍ରଦେଶ ଫିରୋଜାବାଦ ଜିଲାର ହେରା ସିଂ ଗ୍ରାମ ସୁଶୀଲ କୁମାର ତାଙ୍କ ସ୍ତ୍ରୀ ଓ ୧୯ ବର୍ଷୀୟା ଝିଅ ଅଂଶିକାଙ୍କ ସହ ଦିଲ୍ଲୀରୁ ବସ୍‌ ଯୋଗେ ଗ୍ରାମକୁ ଫେରୁଥିଲେ। ବାଟରେ ଅଂଶିକା ଅସୁସ୍ଥ ଅନୁଭବ କରିଥିଲେ। ଏଥିରେ କଣ୍ଡକ୍ଟର ଅଂଶିକାଙ୍କୁ କରୋନା ହୋଇଥିବା ସନ୍ଦେହରେ ଭିଡ଼ି ଭିଡ଼ି ବସ୍‌ ବାହାରକୁ ନେଉଥିଲେ। ଏହି ସମୟରେ ବସ୍‌ର ଏକ ଲୁହା ଅଂଶିକାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା। ଏହାପରେ ତଳେ ଓହ୍ଲାଇବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ପୋଲିସ କଣ୍ଡକ୍ଟରଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୩୪ ଦିନରେ ୧ କୋଟିରୁ ଅଧିକ ଟିକାକରଣ!

ନୂଆଦିଲ୍ଲୀ,୨୦ ।୨: କରୋନା ମହାମାରୀକୁ ଦୂରେଇ ଦେବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏହି କ୍ରମରେ ଭାରତରେ ବି ଟିକାକରଣ...

ସୁଧୁରିପାରେ ଜଳବାୟୁ ପରିବର୍ତ୍ତନ ସଙ୍କଟ

ଓ୍ବାଶିଂଟନ,୧୪ା୬: କରୋନା ମହାମାରୀ ସଂକ୍ରମଣକୁ ହ୍ରାସ କରିବା ଲାଗି ବିଶ୍ୱବ୍ୟାପୀ ଲକ୍‌ଡାଉନ ବେଳେ ଏହାର ସୁଫଳ ପରିବେଶ ଉପରେ ପଡ଼ିଥିଲା। ଆମର କାର୍ଯ୍ୟ ହିଁ ଆଗାମୀ...

କରୋନା ଟିକା ବଞ୍ଚାଇଛି ୨ କୋଟି ଲୋକଙ୍କ ଜୀବନ, ତାଲିକାରେ ୪୨ ଲକ୍ଷରୁ ଅଧିକ ଭାରତୀୟ …

ଓ୍ବାଶିଂଟନ, ୨୪।୬ : କରୋନା ମହାମାରୀକୁ ରୋକିବା ପାଇଁ ପ୍ରସ୍ତୁତ ଟିକା ଭାରତ ସହିତ ଅନ୍ୟାନ୍ୟ ଦେଶ ପାଇଁ ଜୀବନ ରକ୍ଷାକାରୀ ବୋଲି ପ୍ରମାଣିତ ହୋଇଛି।...

ମୋଦିଙ୍କ ସହିତ ଆଲୋଚନାରେ ସାମିଲ୍‌ ହେଲେନି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଲକ୍‌ଡାଉନ୍‌ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ କରୋନା...

କ୍ୱାରାଣ୍ଟାଇନ୍‌ ଶେଷ କରି ଜିମ୍‌ରେ ପହଞ୍ଚିଲେ ସୋନମ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଫେରିଯାଇଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ କରୋନା ସଙ୍କଟ ଯୋଗୁ...

ମାଇଗ୍ରେଶନ କମିଶନ ଗଠନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୬ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ୨୩ ଲକ୍ଷ ପ୍ରବାସୀ ଶ୍ରମିକ ଉତ୍ତରପ୍ରଦେଶ ଫେରିଲେଣି। ଏବେ ସେମାନଙ୍କୁ ନିଯୁକ୍ତି...

ବିବାହର ଦୁଇ ଦିନ ପରେ କନ୍ୟାଙ୍କ କରୋନା ରିପୋର୍ଟ ଆସିଲା ପଜିଟିଭ: ବର ସମେତ ୩୨ ଜଣ କ୍ୱାରାଣ୍ଟାଇନରେ

ଭୋପାଳ,୨୧।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାର ୩୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ସଂକ୍ରମିତଙ୍କ...

ମନ୍ଦିରରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ପାକିସ୍ତାନ ଖେଳାଳି

ଇସ୍‌ଲାମାବାଦ୍‌,୧୩।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସହ ମୁକାବିଲା...

Advertisement
Archives

Model This Week