Posted inଜାତୀୟ

ସୁଶାନ୍ତ ମାମଲାରେ ଡ୍ରଗ୍ସ କନେକ୍ସନ: ଆଜି ଦାଖଲ ହେବ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍‌

ମୁମ୍ବାଇ,୫।୩: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ ମାମଲାରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏନଡିପିଏସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବ। ଏହି ମାମଲାରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଏବଂ ଅନ୍ୟମାନେ ଅଭିଯୁକ୍ତ ରହିଛନ୍ତି। ଏହି ଘଟଣାର ଅନୁସନ୍ଧାନ କରୁଥିବା ଏନସିବି ୩୦୦୦୦ ପୃଷ୍ଠା ଚାର୍ଜସିଟ ପ୍ରସ୍ତୁତ କରିଛି। ଏନସିବି ଅନୁସନ୍ଧାନରେ ରିୟା କହିଛନ୍ତି ଯେ, ସୁଶାନ୍ତ ୨୦୧୬ରୁ ଡ୍ରଗ୍ସ ନେଉଥିଲେ ଏବଂ ସେ କେବଳ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ଖୋଜୁଥିଲେ। ରିୟା ଏନସିବିରେ ସ୍ବୀକାର କରିଛନ୍ତି ଯେ ସେ ପାର୍ଟିରେ ବେଳେବେଳେ ଡ୍ରଗ କିମ୍ବା ମଦ୍ୟପାନ କରନ୍ତି। ସୂଚନାଯୋଗ୍ୟ, ରିୟାଙ୍କୁ ଏହି ମାମଲାରେ ଏନସିବି ଗିରଫ କରିଥିଲା ଏବଂ ତାଙ୍କୁ ଏକ ମାସ ଜେଲରେ ରହିବାକୁ ପଡିଥିଲା। ଏନସିବି ଦ୍ୱାରା ପ୍ରସ୍ତୁତ ଚାର୍ଜସିଟରେ ସମୁଦାୟ ୩୩ ଜଣଙ୍କ ନାମ ରହିଛି। ୨୦୨୦ ଜୁନ ୧୪ରେ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମିଳିବା ପରଠାରୁ ତାଙ୍କୁ ହତ୍ୟା କରାଯାଇଥିବା ଷଡଯନ୍ତ୍ର ସମ୍ପର୍କରେ ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ମୁମ୍ବାଇ ପୋଲିସ, ବିହାର ପୋଲିସ ଏନସିବି ଏବଂ ପରେ ସିବିଆଇ ଏହି ମାମଲାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା କରୋନା: ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ଟପିଲା ୨୬୦୦…

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିବାରେ ଲାଗିଛି। କରୋନା ସଂକ୍ରମଣ...

କଶ୍ମୀର ବିବାଦରେ ବହୁରାଷ୍ଟ୍ରୀୟ କମ୍ପାନୀ

ନୂଆଦିଲ୍ଲୀ, ୯ା୨:କଶ୍ମୀର ଉପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ। କାର୍‌ ନିର୍ମାଣକାରୀ ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ,...

ଦ୍ୱିତୀୟ କରୋନା ଡୋଜ୍‌ ନେବା ପରେ ଜୀବନ ଗଲା

ମୁମ୍ବାଇ,୩।୩: ମହାରାଷ୍ଟ୍ରରେ ଦ୍ୱିତୀୟ କରୋନା ଡୋଜ୍‌ ନେବା ପରେ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଭିଓ୍ବାଣ୍ଡି ବାସିନ୍ଦା ସୁଖଦେବ କିରଦାତ୍‌ କରୋନା...

୭୦ ଦିନ ପରେ ନୂଆ ଆକ୍ରାନ୍ତ ସଂଖ୍ୟା ସର୍ବନିମ୍ନ…

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଶାହ-ନୀତୀଶ କରିବେ ପ୍ରଚାର

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋର୍‌ସୋର୍‌ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏଠାରେ ପ୍ରଚାର କାର୍ଯ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ...

ଚନ୍ଦ୍ରରେ ବିଜୟ ଓ ସୂର୍ଯ୍ୟ ନମସ୍କାର ପରେ ଇସ୍ରୋର ପରବର୍ତ୍ତୀ ମିଶନ ‘ଏକ୍ସ-ରେ ପୋଲାରିମିଟର ସାଟେଲାଇଟ’

ବେଙ୍ଗାଲୁରୁ,୨।୯: ଚନ୍ଦ୍ରାୟାନ ୩ ଓ ଆଦିତ୍ୟ-ଏଲ୍‌୧ ପରେ ଇସ୍ରୋ ପରବର୍ତ୍ତୀ ମିଶନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଶନିବାର ଇସ୍ରୋ ଦ୍ୱାରା ଆଦିତ୍ୟ-ଏଲ୍‌୧କୁ ସଫଳତାର ସହ...

ମୋଦିଙ୍କ ଗସ୍ତ ପୂର୍ବରୁ ଆକ୍ରମଣ ପଣ୍ଡ

ଜମ୍ମୁ,୨୩।୪ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ବେଆଇନ ଘୋଷିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତ୍ମଘାତୀ ବିସ୍ଫୋରଣ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ...

କରିମ୍‌ଗଞ୍ଜ୍‌ରେ ଶତାୟୁ ଦେବେ ଭୋଟ

ଦିସ୍‌ପୁର,୧୭।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆସାମ କରିମ୍‌ଗଞ୍ଜ୍‌ରେ ଜଣେ ଶତାୟୁ ବୃଦ୍ଧ ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେ ହେଉଛନ୍ତି ମହମ୍ମଦ୍‌ ଅଲ୍ଲୀ।...

Advertisement
Archives

Model This Week