ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଏହି କାରଣରୁ ଘର ସାମ୍ନାରେ ଠିଆ ହୋଇଥିଲା ଦୁଇଟି ଆମ୍ବୁଲାନ୍ସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇସାରିଛି। ଯାହାର ସତ୍ୟତା ଜାଣିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଏହି ଘଟଣାରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ଗତ ଜୁନ୍‌ ୧୪ରେ ହୋଇଥିଲା। ଏହି ଦିନ ତାଙ୍କ ବିଲ୍ଡିଂ ତଳେ ୨ଟି ଆମ୍ବୁଲାନ୍ସ ରହିଥିଲା। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏବେ ଏହି ତଥ୍ୟ ପଦାକୁ ଆସିଛି।
ପ୍ରଥମ ଆମ୍ବୁଲାନ୍ସ ଚାଳକ ଏକ ସାକ୍ଷାତକାରରେ କହିଛନ୍ତି, ଜୁନ୍‌ ୧୪ରେ ସୁଶାନ୍ତଙ୍କ ବିଲ୍ଡିଂ ତଳେ ଦୁଇଟି ଆମ୍ବୁଲାନ୍ସ ରହିଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ବର୍ତ୍ତମାନ ଆମ୍ବୁଲାନ୍ସ ଚାଳକ ସାହିଲ ଏହି କଥା ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ପ୍ରଥମ ଆମ୍ବୁଲାନ୍ସ ଖରାପ ଥିଲା। ତେଣୁ ଦ୍ୱିତୀୟ ଆମ୍ବୁଲାନ୍ସ ଡକାଯାଇଥିଲା। ଏଥିସହିତ ଦ୍ୱିତୀୟ ଆମ୍ବୁଲାନ୍ସ ଚାଳକ ଅକ୍ଷୟଙ୍କୁ ମୁମ୍ବାଇ ପୋଲିସ ଫୋନ୍‌ରେ କହିଥିଲା ପ୍ରଥମ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି ରହିଛି। ତୁମେ ଏଠାକୁ ଆସ।
ଏହା ବ୍ୟତୀତ ଅକ୍ଷୟ ଲିକ୍‌ ହୋଇଥିବା ଫୋନ୍‌ କଲ ରେକର୍ଡରେ ତାଙ୍କ ନାମ ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ମୁମ୍ବାଇ ପୋଲିସ ତାଙ୍କୁ ଫିଲ୍ମ ନିର୍ମାତା ସନ୍ଦୀପ ସିଂଙ୍କୁ ଡାକିବାକୁ କହିଥିଲା। ପୋଲିସ କହିଥିଲା ସନ୍ଦୀପ ଆମ୍ବୁଲାନ୍ସ ସନ୍ଦୀପ ଦେବେ ତାଙ୍କ ସହ ଯୋଗାଯୋଗ କରନ୍ତୁ।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ପିତା କେ.କେ. ସିଂ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ସୁଶାନ୍ତଙ୍କ ଟଙ୍କାକୁ ରିୟା ଅପବ୍ୟବହାର କରି ଆତ୍ମହତ୍ୟା ପାଇଁ ବାଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ସିବିଆଇ, ଇଡି ଏବଂ ଏନ୍‌ସିବି ବିଭିନ୍ନ ଦିଗରୁ ଭିନ୍ନ ଭିନ୍ନ ଅନୁସନ୍ଧାନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ର୍ଥ ଧନୀ ଅଭିନେତା ଶାହାରୁଖ: କମିନି କିଙ୍ଗ୍‌ ଖାନ୍‌ଙ୍କ ଷ୍ଟାରଡମ୍‌

ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହାରୁଖ ଖାନ୍‌ଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିବାବେଳେ କିନ୍ତୁ ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର କୌଣସି...

ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ତାମିଲ ଫିଲ୍ମ କୋବ୍ରା ସହିତ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ ହୋଇଛି।...

ଜ୍ୟାକଲିନଙ୍କୁ ବିଦେଶ ଯିବାକୁ ଅନୁମତିି

ନୂଆଦିଲ୍ଲୀ,୨୭।୧: ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଜ୍ୟାକଲିନ...

ଆଲିୟାଙ୍କ ଆକଳନ

କଥାରେ ଅଛି ଅପେକ୍ଷାର ଫଳ ମିଠା। ହେଲେ ଅପେକ୍ଷା କରିବାକୁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ତେବେ ଏଥିପାଇଁ ମନ ଦୁଃଖ କରୁନାହାନ୍ତି ମହେଶ ତନୟା ଆଲିୟା...

ବ୍ୟକ୍ତିଗତ ବିମାନଠାରୁ ଆରମ୍ଭ କରି ହୋଟେଲ ଆଦି କିଣିବାକୁ ଚାହୁଁଥିଲେ ରିୟା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁଜଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ପ୍ରେମିକା ତଥା ଅଭିନେତ୍ରୀ ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ବାପା କୃଷ୍ଣ କୁମାର...

ବଳଦ କିଣିବାକୁ ଟଙ୍କା ନାହିଁ, ବିଲରେ ହଳ କରୁଥିଲେ ଏହି ଦୁଇ ଝିଅ; ଟ୍ରାକ୍ଟର ପଠାଇଲେ ସୋନୁ

କରୋନା ସମୟରେ ସାଧାରଣ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଅଭିନେତା ସୋନୁ ସୁଦ୍‌। ଲକ୍‌ଡାଉନ୍‌ ସମୟରେ ସୋନୁ ହଜାର ହଜାର ଶ୍ରମିକଙ୍କ ସହାୟତାର ହାତ ବଢାଇଛନ୍ତି।...

ଭାଜପାରେ ସାମିଲ ହେଲେ ମାହି ଗିଲ, ପୂର୍ବରୁ କଂଗ୍ରେସ ପାଇଁ କରିଥିଲେ ପ୍ରଚାର

ଚଣ୍ଡିଗଡ,୭।୨: ପଞ୍ଜାବର ସମସ୍ତ ୧୧୭ଟି ଆସନ ପାଇଁ ଫେବୃଆରୀ ୨୦ରେ ମତଦାନ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣନା କରାଯିବ। ସେପଟେ ଅଭିନେତ୍ରୀ ମାହି ଗିଲ...

ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର...

Advertisement
Archives

Model This Week