ଜାଣନ୍ତୁ ପିତାଙ୍କଠାରୁ ଏହି କଥା ଶିଖିଥିଲେ ସୁଶାନ୍ତ, ଯାହା ଶୁଣି ତାଳି ମାରିଥିଲେ ପ୍ରଶଂସକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ଜୁନ୍‌ ୧୪ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ୧୩ ଦିନ ବିତିଗଲାଣି ତଥାପି ପ୍ରଶଂସକମାନେ ଏହି ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କିଛି ପ୍ରଶଂସକ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଫଟୋ, ଭିଡିଓ ଶେୟାର କରିଚାଲିଛନ୍ତି। ଏବେ ସୁଶାନ୍ତଙ୍କ ଏକ ଥ୍ରୋ ବ୍ୟାକ୍‌ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ତାଙ୍କ ପିତାଙ୍କଠାରୁ ପାଇଥିବା ଶିକ୍ଷା ବିଷୟରେ କଥାବାର୍ତ୍ତା କରୁଥିବା ନଜର ଆସିଛି।
ଏହି ଭିଡିଓଟି ୨୦୧୮ର। ସାରା ଅଲ୍ଲୀ ଖାନ୍‌ ଏବଂ ସୁଶାନ୍ତ ସେମାନଙ୍କ ଫିଲ୍ମ ‘କେଦାରନାଥ’ ପ୍ରମୋଶନ ସମୟରେ ଏକ ରିଆଲିଟି ଶୋ’ରେ ପହଞ୍ଚିଥିଲେ। ଏହି ଶୋ’ରେ ସୁଶାନ୍ତ ତାଙ୍କ ପିତାଙ୍କଠାରୁ କ’ଣ ଶିଖିଛନ୍ତି ବୋଲି ପଚରା ଯାଇଥଲା। ସୁଶାନ୍ତ କହିଥିଲେ, ମୁଁ ମୋ ପିତାଙ୍କଠାରୁ ବହୁତ ଭଲ କଥା ଶିଖିଛି। ଯାହା ତୁରନ୍ତ ମୋ’ ମନକୁ ଆସେ, ଯଦିଓ ମୁଁ ଏହାକୁ ଖୁବ୍‌ କମ ଶବ୍ଦରେ ବର୍ଣ୍ଣନା କରିବାକୁ ଚାହେଁ। ମୁଁ ମୋ’ ମା ଠାରୁ ବହୁତ କିଛି ଶିଖିଛି କିନ୍ତୁ ପିତାଙ୍କଠାରୁ ବହୁତ କିଛି ଶିଖିଛି। ସୁଶାନ୍ତଙ୍କ ଏହି ଉତ୍ତର ଶୁଣି ସେଠାରେ ଉପସ୍ଥିତ ପ୍ରଶଂସକମାନେ ତାଳି ମାରିଥିଲେ।


All Right Reserved By Dharitri.Com

କଳାକାରଙ୍କ ପାଇଁ ନିଜ ଧନସମ୍ପତ୍ତି ଦାନ କରିଦେଇଥିଲେ ଖାୟାମ୍‌

ଦିଲ୍‌ କ୍ୟା ଚିଜ୍‌ ହୈ ଆପ୍‌ ମେରି ମାନ୍‌ ଲିଜିୟେ..(ଉମରାଓ ଜାନ୍‌), ସିନେ ମେ ଜଲନ୍‌ ଆଁଖୋ ମୈ ତୁଫାନ୍‌ ସା(ଗମନ) ଭଳି ଶହ ଶହ...

ଦେଖିବାକୁ ମିଳିପାରେ ଖିଲାଡି ବୟଙ୍କ ଆଉ ଏକ ଟ୍ୟାଲେଣ୍ଟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟଙ୍କର ରହିଛି ଭିନ୍ନ ଭିନ୍ନ ଟ୍ୟାଲେଣ୍ଟ। ସିରିୟସ, କମେଡି ସିନ୍‌ ସହ ଷ୍ଟଣ୍ଟ କରି ମଧ୍ୟ ଦର୍ଶକଙ୍କ ହୃଦୟ ଜିତି ପାରିଥିବା...

ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ବିଗ୍‌ ଟାଉନର ବେଷ୍ଟ ଯୋଡ଼ି କୁହାଯାଏ। ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡ଼ି ରିଲ୍‌ରେ ଦର୍ଶକଙ୍କ ଯେତିକି ପସନ୍ଦ ଆସିଥାଏ ରିୟଲରେ ମଧ୍ୟ ତା’ଠୁ...

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟାଙ୍କୁ ହରାଇ ମିସ୍‌ ଇଣ୍ଡିଆ ହୋଇଥିଲେ ସୁସ୍ମିତା ସେନ୍‌

ବଲିଉଡ୍‌ର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ୍‌ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ...

କ୍ୟାଟ୍ରିନାଙ୍କ ଫିଟ୍‌ନେସ୍‌ ମନ୍ତ୍ର

କ୍ୟାଟ୍ରିନା ଏବେ ବୁଲିବୁଲି ଫିଟ୍‌ନେସ ମନ୍ତ୍ର ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ, ନିଜ ଫିଗରକୁ ଆହୁରି ଆଟ୍ରାକ୍ଟିଭ କରିବାକୁ ସେ ଜିମ୍‌ରେ ଅଧିକ ସମୟ କଟାଇବା...

ଜନ୍‌ଙ୍କ ପାଇଁ ‘କରଓ୍ବାଚୌଥ’ ରଖିଲେ ଫ୍ୟାନ୍‌

ମୁମ୍ବାଇ: ନିଜର ପ୍ରିୟ କଳାକାରଙ୍କ ପାଇଁ ଫ୍ୟାନ୍‌(ପ୍ରଶଂସକ)ମାନେ କିଛି ବି କରିପାରନ୍ତି। ଅନେକ ସମୟରେ ଫ୍ୟାନ୍‌ମାନେ ହାତରେ ଟାଟୁ କରିବାଠାରୁ ଆରମ୍ଭ କରି ବେଶ ପୋଷାକ...

କାନୁନ୍‌ଗୋ ବୋଲି ଓଡ଼ିଆ ଭାବନ୍ତି

ଏକାଧାରରେ ଜଣେ ପ୍ଲେବ୍ୟାକ୍‌ ସିଙ୍ଗର୍‌, କମ୍ପୋଜର୍‌, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍‌। ନିଜ ପାର୍ଟି ନମ୍ବର୍‌ ଓ ର଼୍ୟାପ୍‌ ସଙ୍ଗ୍‌ ପାଇଁ ରାତାରାତ ୟୁଥ୍‌ ସେନ୍‌ସେସନ୍‌ ପାଲଟିଥିବା...

୨୨ରୁ ଜୀ ସାର୍ଥକ ରେ ‘ସୌଭାଗ୍ୟବତୀ’

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ମନୋରଞ୍ଜନ ଯୋଗାଉଥିବା ଜୀ ସାର୍ଥକ ଆଉ ଏକ ନୂଆ ମେଗା ଧାରାବାହିକ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *