Posted inଖେଳ

ସୂର୍ଯ୍ୟାଂଶୁ ଚାମ୍ପିୟନ, ଅଂଶୁମାନ ରନରଅପ୍‌

ଭୁବନେଶ୍ୱର, ୬ା୨ (ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିରଠାରେ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ସୂର୍ଯ୍ୟାଂଶୁ ମହାକୁଡ଼ ପ୍ରଥମ ସ୍ଥାନ ଅଧିକାର କରିବା ସହ ଚାମ୍ପିୟନ ହୋଇଥିବା ବେଳେ ସେଣ୍ଟ ଜାଭିୟର୍‌ ସ୍କୁଲ (ଖଣ୍ଡଗିରି)ର ସାଇ ଅଂଶୁମାନ ସିଂ ଦ୍ୱିତୀୟ ସ୍ଥାନ ସହ ରନରଅପ୍‌ ହୋଇଛନ୍ତି।

ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଅଂଶଲ ଏସ୍‌. ଥୋମାସ, ପୋଖରିପୁଟ ଡିଏଭି ସ୍କୁଲର ଶ୍ରେୟାସ କୁମାର ବେହୁରିଆ, କଳିଙ୍ଗନଗର ଡିଏଭି ପବ୍ଲିକ ସ୍କୁଲର ଦୀପ୍ତିରଞ୍ଜନ ସାହୁ ଯଥାକ୍ରମେ ୩ୟ, ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଅନ୍ୟ ବୟସ ବର୍ଗରେ ଯଥା ୧୩ ବର୍ଷରୁ କମ୍‌ ବିଭାଗରେ ଉଦୟକାନ୍ତ ନାୟକ ପ୍ରଥମ, ଅଂଶୁମାନ ଆଚାର୍ଯ୍ୟ ଦ୍ୱିତୀୟ, ୧୧ ବର୍ଷରୁ କମ୍‌ ବିଭାଗରେ ଶାରୁନ୍‌ ସୁବୁଦ୍ଧି ପ୍ରଥମ ଅମ୍ରିତ କୁମାର ମହାନ୍ତି ଦ୍ୱିତୀୟ ହୋଇଛନ୍ତି। ୯ ବର୍ଷରୁ କମ୍‌ ବିଭାଗରେ ସତ୍ୟସ୍ବରୂପ ତ୍ରିପାଠୀ ପ୍ରଥମ ଏବଂ ଦେବରାଜ ସେନାପତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

୭ ବର୍ଷରୁ କମ୍‌ ବିଭାଗରେ ସିଦ୍ଧାର୍ଥ ମଲିକ ପ୍ରଥମ, ସତ୍ୟ ନାରାୟଣ ସ୍ବାଇଁ ଦ୍ୱିତୀୟ ହୋଇଛନ୍ତି। ଅନ୍ୟପକ୍ଷରେ ଅକ୍ଷିତ ଆଚାର୍ଯ୍ୟ, ଶାଶ୍ୱତି ସେଠ୍‌, ଆଦିତ୍ୟ ଶଙ୍କର ବେହେରା, ଅଂଶୁମାନ ବେହେରା, ଓମ୍‌ ଶତପଥୀ ଓ ଅକ୍ଷତ ମିଶ୍ର ପ୍ରମୁଖଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷୟିତ୍ରୀ ହରପ୍ରିୟା ମହାନ୍ତି ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିଫ୍‌ ଆର୍ବିଟର ଦେବାଶିଷ ପାଣିଗ୍ରାହୀ, ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ଶୁଭଶ୍ରୀ ପାଣିଗ୍ରାହୀ ଏବଂ ସାଇ ବୀଣାପାଣି ସ୍କୁଲର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଭାରତୀୟ ଭାବେ ଏମିତି ସମ୍ମାନ ପାଇଲେ ସ୍ମୃତିି

ନୂଆଦିଲ୍ଲୀ,୨୪।୧: ସମସ୍ତ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନା ୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା...

ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ

ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା...

ଷ୍ଟୋକ୍ସଙ୍କୁ ନାଇଟ୍‌ ଉପାଧି ମିଳିବ

ଲଣ୍ଡନ, ୧୭।୭(ପି.ଟି.)- ବିଶ୍ୱକପ୍‌ ହିରୋ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟେକ୍ସଙ୍କୁ ନାଇଟ୍‌ ଉପାଧି ପ୍ରଦାନ କରାଯିବ। ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଷ୍ଟୋକ୍ସ...

ମ୍ୟାଚ୍‌ ସମୟରେ ଗର୍ଲଫ୍ରେଣ୍ଡକୁ ପ୍ରପୋଜ୍‌ କଲେ ଯୁବକ: ଭିଡିଓ ଭାଇରାଲ

ସିଡନୀ,୨୭।୧୦: ଟି-୨୦ ବିଶ୍ୱ କପ୍‌ରେ ବର୍ତ୍ତମାନ ସୁପର-୧୨ ମ୍ୟାଚ ଚାଲୁଛି। ଏହିକ୍ରମରେ ଅକ୍ଟୋବର ୨୭ ତଥା ଗୁରୁବାର ଭାରତୀୟ ଓ ନେଦରଲାଣ୍ଡ ମଧ୍ୟରେ ସିଡନୀ କ୍ରିକେଟ...

ଧୋନୀଙ୍କ ପାଇଁ ଖାସ ଦିନ

ଚେନ୍ନାଇ, ୫।୪- ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଆଜି (ଏପ୍ରିଲ ୫) ବେଶ୍‌ ଖାସ ଦିନ। ଆଜିକୁ ଠିକ୍‌ ୧୬ ବର୍ଷ ତଳେ...

ଶୁଟ୍‌ ଆଉଟ୍‌ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

ବୁଏନ୍ସଏୟାର୍ସ, ୧୨ା୪(ପି.ଟି.)-ଏଫ୍‌ଆଇଏଚ୍‌ ପ୍ରୋ-ହକି ଲିଗ୍‌ରେ ଅଲିମ୍ପିକ ଚାମ୍ପିୟନ ଆର୍ଜେଣ୍ଟିନାକୁ ୩-୨ ପେନାଲ୍ଟି ଶୁଟ୍‌ଆଉଟରେ ପରାସ୍ତ କରିଛି ଭାରତ। ରୋମାଞ୍ଚଭରା ଏହି ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ...

ବ୍ୟାଟିଂ ଦ୍ୱାରା ପ୍ରେମିକାଙ୍କୁ ପ୍ରଭାବିତ କରିଥିଲେ ଏହି କ୍ରିକେଟର୍‌

ଅହମ୍ମଦାବାଦ,୧୪।୯: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ତାଙ୍କ କଠିନ ପରିଶ୍ରମ ଆଧାରରେ ଟି -୨୦ ବିଶ୍ୱକପ ଦଳରେ ସ୍ଥାନ ନିଶ୍ଚିତ କରିଛନ୍ତି। ଆଜି...

ଏଟିକେରୁ ଖେଳିବେ ଆନାସ

କୋଲକାତା, ୫।୭ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ର ଆସନ୍ତା ସିଜନ ପାଇଁ ପୂର୍ବତନ ଚାମ୍ପିୟନ ଏଟିକେ ଶୁକ୍ରବାର ପୂର୍ବତନ ଭାରତୀୟ ଡିଫେଣ୍ଡର ଆନାସ ଏଦାଥୋଡିକାଙ୍କୁ ଅନୁବନ୍ଧିତ...

Advertisement
Archives

Model This Week