Posted inଖେଳ

ଶାହରୁଖଙ୍କ ପଡ଼ୋଶୀ ହେଲେ ସୂର୍ଯ୍ୟକୁମାର, ଦୁବାଇରେ କିଣିଲେ ବିଳାସପୂର୍ଣ୍ଣ ଘର, ଦାମ୍‌ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୪।୧୦: ଟିମ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଏବେ ନିଜର ଏକ ବଡ଼ ନିବେଶକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି ଏହି ଭାରତୀୟ କ୍ରିକେଟର୍ସ। ଏହି ନୂଆ ସମ୍ପତ୍ତିକୁ ନେଇ ସେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହାସହ ବିଦେଶରେ ଘର କିଣିବା ପଛର କାରଣ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ସୂର୍ଯ୍ୟକୁମାର ଯାଦବ ନିଜ ଇନଷ୍ଟାଗ୍ରାମ ଶେୟାର କରିଥିବା ଭିଡିଓରେ ଘର କିଣିବା ସମ୍ପର୍କିତ କାଗଜପତ୍ରରେ ଦସ୍ତଖତ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପତ୍ନୀ ଦେବିଶା ସେଟ୍ଟୀ ମଧ୍ୟ ତାଙ୍କ ସହ ଥିଲେ। ଦସ୍ତଖତ କରିବା ସମୟରେ ଉଭୟ ମଜାମସ୍ତି କରୁଥିବା ନଜର ଆସିଛନ୍ତି। ସୂର୍ଯ୍ୟକୁମାର ଦୁବାଇର ଡାନ୍ୟୁବ ପ୍ରପର୍ଟିଜ ଜରିଆରେ ଏହି ସମ୍ପତ୍ତି କିଣିଛନ୍ତି।

ଦୁବାଇରେ ଘର କିଣିବା ପଛର କାରଣ ବିଷୟରେ ସୂର୍ଯ୍ୟକୁମାର କହିଛନ୍ତି ଯେ ତାଙ୍କୁ ଦୁବାଇ ଆସିବାକୁ ଭଲ ଲାଗେ। ୨୦୧୪ ଆଇପିଏଲ ସମୟରେ ସେ ପ୍ରଥମ ଥର ପାଇଁ ଏଠାକୁ ଆସିଥିଲେ। ପରେ ୨୦୨୦ରେ ମଧ୍ୟ ଏଠାକୁ ଆସିବାର ସୁଯୋଗ ମିଳିଥିଲା।

ସୂର୍ଯ୍ୟଙ୍କ କହିବା ଅନୁସାରେ, ଦୁବାଇରେ ରହିବାର ଅନୁଭବ ନିଆରା। ଏଠାକାର ଜୀବନଶୈଳୀ, ବିଳାସପୂର୍ଣ୍ଣ ସୁବିଧା ଓ ସୁରକ୍ଷା ତାଙ୍କୁ ଆକର୍ଷିତ କରିଛି।

ସେ କହିଛନ୍ତି, ଆମେ ଏଠାରେ ଆଇପିଏଲ ଖେଳିଛୁ। ୨୦୧୪ରେ ପ୍ରଥମ ଥର ଆସିଥିଲି ଏବଂ ୨୦୨୦ରେ ମଧ୍ୟ ଏଠାକୁ ଆସିଥିଲୁ। ଭାରତର ଲୋକମାନେ ଏବେ ଦୁବାଇ ପ୍ରତି ଆକର୍ଷିତ ହେଉଛନ୍ତି। ଏଠାକାର ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଜୀବନଧାରଣର ମାନ ଭିନ୍ନ। ମୁମ୍ବାଇରେ ମୁଁ ଯେଉଁଠି ରହୁଛି, ସେଠାରେ ମଧ୍ୟ ସୁରକ୍ଷା ରହିଛି। କିନ୍ତୁ ଦୁବାଇ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ। ଏଠାକୁ ଆସିଲେ ମୋତେ ଆରାମ ଲାଗେ ଏବଂ ମୁଁ ଖୁସି ଅନୁଭବ କରେ।

ସୂର୍ଯ୍ୟକୁମାର ଯାଦବଙ୍କ ନୂଆ ଘରକୁ ନେଇ ଆଉ ଏକ ଚର୍ଚ୍ଚା ହେଉଛି। ତାଙ୍କ ଘର ବଲିଉଡ ସୁପରଷ୍ଟାର୍‌ ଶାହରୁଖ ଖାନଙ୍କ ନାମ ସହ ଜଡ଼ିତ ଏକ ବିଲ୍ଡିଂ ନିକଟରେ ରହିଛି। ଦୁବାଇରେ ‘ଶାହରୁଖଙ୍କ ରେସିଡେନ୍ସ’ ନାମରେ ଏକ ବିଲ୍ଡିଂ ନିର୍ମାଣ କରୁଛି ଡାନ୍ୟୁବ ଗ୍ରୁପ। ସୂର୍ଯ୍ୟ ଏହି ବିଲ୍ଡିଂ ନିକଟରେ ଘର କିଣିଥିବା ରିପୋର୍ଟରେ କୁହାଯାଇଛି।

ଭିଡିଓର ଶେଷ ଭାଗରେ ସୂର୍ଯ୍ୟ ଓ ଦେବିଶା ଦସ୍ତଖତ କରିବାକୁ ନେଇ ମଜା କରୁଥିବା ଦେଖାଯାଇଛି। ଦେବିଶା ମଧ୍ୟ କହିଛନ୍ତି ଯେ ତାଙ୍କ ପରାମର୍ଶରେ ସୂର୍ଯ୍ୟ ଦୁବାଇରେ ସମ୍ପତ୍ତି କିଣି ଭଲ ନିଷ୍ପତ୍ତି ନେଇଛନ୍ତି।

ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଦୁବାଇରେ ସମ୍ପତ୍ତି କିଣିବା ପ୍ରଥମ ନିବେଶ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଆଇପିଏଲ ୨୦୨୬ ପରେ ସେ କୌଣସି ପେସାଦାର କ୍ରିକେଟ ମ୍ୟାଚ ଖେଳିନଥିବା ବେଳେ ନିକଟରେ ମୁମ୍ବାଇର ଏକ ସ୍ଥାନୀୟ T20 ଟୁର୍ନାମେଣ୍ଟରେ ଖେଳୁଥିବା ଦେଖାଯାଇଥିଲେ। ଭାରତୀୟ ଦଳଠାରୁ ଦୂରରେ ଥିଲେ ମଧ୍ୟ ସେ କେବେ ପଡକାଷ୍ଟ, ତ କେବେ ସାକ୍ଷାତକାର ଏବଂ ଏବେ ନିଜର ନୂଆ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?