Posted inଖେଳ

ସୂର୍ଯ୍ୟକୁମାରଙ୍କ ବଡ଼ ରେକର୍ଡ: ଶେଷ ଓଭରରେ ୨୬ ରନ

ଦୁବାଇ,୧ା୯: ଏସିଆ କପ୍‌ ଟି୨୦ କ୍ରିକେଟରେ ଚମତ୍କାର ଧୂଆଁଧାର ଇନିଂସ ପରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ହଂକଂ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ମାତ୍ର ୨୬ ବଲ ଖେଳି ୬୮ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଶେଷ ଓଭରରେ ସେ ଏକୁଟିଆ ୨୬ରନ୍‌ କରି ଏହି ଇନିଂସରେ ଭାରତ ୧୯୨ ରନର ସ୍କୋର କରିଥିଲା। ଏଥିରେ ୬ଟି ଲେଖାଏ ଛକା ଓ ଚୌକା ସାମିଲ ରହିଛି। ୪୦ ରନରେ ଏହି ମ୍ୟାଚକୁ ଜିତିନେବା ସହିତ ଭାରତ ଦ୍ୱିତୀୟ ଦଳ ଭାବରେ ସୁପର-୪ରେ ପ୍ରବେଶ କରିଥିଲା। ତାଙ୍କର ଏହି ଇନିଂସ ପରେ ରୋହିତ ଶର୍ମା ପ୍ରଶଂସାରେ ଶତମୁଖ ହୋଇଛନ୍ତି। ବିଗତ କିଛି ମ୍ୟାଚରେ ସୂର୍ଯ୍ୟଙ୍କ ବ୍ୟାଟରୁ ଏମିତି କଛି ଇନିଂସ ଦେଖିବାକୁ ମିଳିଥିଲା। ୨୨ ଗଜର ପିଚ୍‌ ମଧ୍ୟରେ ସେ ଅତ୍ୟନ୍ତ ନୀର୍ଭିକ ଭାବରେ ବିପକ୍ଷ ଦଳର ବୋଲରଙ୍କୁ ସାମ୍ନା କରିଥାନ୍ତି ବୋଲି ରୋହିତ କହିଛନ୍ତି। ସେ ଖେଳିଥିବା କିଛି ଶଟ୍‌ କ୍ରିକେଟ ବୁକ୍‌ରେ ମଧ୍ୟ ଉପଲବ୍ଧ ନଥାଏ। ଶଟ୍‌ ଚୟନରେ ତାଙ୍କର ବୁଦ୍ଧିମତା ମଧ୍ୟ ପ୍ରଂଶସାଯୋଗ୍ୟ ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିଦେଶୀ ଟି୨୦ ଲିଗ୍‌ରେ ଖେଳିବାକୁ ବିସିସିଆଇ ସୁଯୋଗ ଦେଉ’

ନୂଆଦିଲ୍ଲୀ,୧୦।୫: ବିଦେଶୀ ଟି୨୦ ଲିଗ୍‌ରେ ଖେଳିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୁଯୋଗ ଦେଉ ବୋଲି ଦୁଇ କ୍ରିକେଟର ସୁରେଶ ରାଇନ ଓ ଇର୍ଫାନ...

ଯୁବିଙ୍କ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୦।୭- ସୋସିଆଲ ମିଡିଆରେ ଗତ କିଛିଦିନ ହେଲେ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ ଲୋକପ୍ରିୟତା ହାସଲ କରିଛି। ଏହି ଚ୍ୟାଲେଞ୍ଜରେ ବୋଟଲକୁ ସ୍ପର୍ଶ ନ କରି କ୍ୟାପ୍‌...

କୋରିଆ- ବ୍ରାଜିଲ ମୁକାବିଲା: ନେମାର ଖେଳିବା ନେଇ ସ୍ପଷ୍ଟ

ଦୋହା,୫।୧୨: ଫିଫା ବିଶ୍ୱକପର ସୋମବାର ୧୬ ତମ ମ୍ୟାଚ ଦକ୍ଷିଣ କୋରିଆ- ବ୍ରାଜିଲ ମଧ୍ୟରେ ମୁକାବିଲା ହେବ। ମ୍ୟାଚରେ ନେମାର ଖେଳିବେ ବୋଲି ବ୍ରାଜିଲର ପ୍ରଶିକ୍ଷକ...

ପ୍ରଥମ ଇଂଲଣ୍ଡ ବୋଲର ଭାବେ ଏହି କିର୍ତ୍ତୀମାନ ହାସଲ କଲେ ଡେଭିଡ୍‌ ଓ୍ବିଲି

ସାଉଥାମ୍ପଟନ୍‌, ୩୧।୭: ମହାମାରୀ କରୋନା ଭାଇରସ୍‌ ପରବର୍ତ୍ତୀ ପ୍ରଥମ ଦିନିକିଆ ସିରିଜ ଘରୋଇ ଇଂଲଣ୍ଡ ଓ ପଡ଼ୋଶୀ ଆୟର୍ଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ...

ବିରାଟ କୋହଲିଙ୍କ ଟେନସନ୍‌ ବଢାଇ ପାରନ୍ତି ଏହି ୨୧ ବର୍ଷୀୟ କ୍ରିକେଟର

ସିଡନୀ,୮।୧୨: ଏକଦିବସୀୟ ଏବଂ ଟି-୨୦ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆର ପୂର୍ବ ଗସ୍ତରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ...

ରୋଜର୍ସ କପ୍‌ ଫାଇନାଲରେ ନାଡାଲ

ମଣ୍ଟ୍ରିଲ,୧୧।୮(ଏଏଫ୍‌ପି): ସ୍ପେନ୍‌ ତାରକା ଟେନିସ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟ୍ରିଲ ମାଷ୍ଟର୍ସ ଟେନିସ୍‌ ବା ରୋଜର୍ସ କପ୍‌ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ...

ଟସ୍‌ ଜିତିଲା ବାଂଲାଦେଶ, ବ୍ୟାଟିଂ ନିଷ୍ପତ୍ତି…

ଢାକା,୭।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଢାକାରେ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ...

ଓଡ଼ିଶା ଏଫ୍‌ସିରେ ଥୋଇବା ସାମିଲ

ଭୁବନେଶ୍ୱର, ୧୭ ।୬(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଯୁବ ଫୁଟବଲର ଥୋଇବା ସିଂ ମୋଇରାଙ୍ଗଥେମ୍‌ ଓଡ଼ିଶା ଏଫସି ଦଳରେ ଯୋଗ ଦେଇଛନ୍ତି। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ...

Advertisement
Archives

Model This Week