ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ ମଧ୍ୟରେ ଷଡ଼ାଷ୍ଟକ ଯୋଗ ସୃଷ୍ଟି ହେବା କାରଣରୁ ଅନେକ ରାଶି ଉପରେ ପ୍ରତିକୂଳ କିମ୍ୱା ଅଶୁଭ ପ୍ରଭାବ ପଡ଼ିବ।

ଆଜି ଷଡ଼ାଷ୍ଟକ ଯୋଗ ସୃଷ୍ଟି ହେବା ମେଷ, ବୃଷ, କର୍କଟ, ସିଂହ ଏବଂ ତୁଳା ରାଶି ପାଇଁ ଅଶୁଭ ରହିବ। ଏହି ରାଶିର ବ୍ୟକ୍ତିମାନଙ୍କୁ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜ୍ୟୋର୍ତିବିଦମାନଙ୍କ ଅନୁଯାୟୀ, ଏମାନଙ୍କୁ ଧନ ଏବଂ କ୍ୟାରିଅର୍‌ କ୍ଷେତ୍ରରେ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିବ।

ମେଷ ରାଶି

ମେଷ ରାଶିର ବ୍ୟକ୍ତିମାନଙ୍କୁ ଷଡ଼ାଷ୍ଟକ ଯୋଗ ଯୋଗୁଁ କ୍ୟାରିଅରରେ କ୍ଷତି ସହିବାକୁ ପଡ଼ିପାରେ। ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ମାନସିକ ଚାପ ମିଳିପାରେ। ଯେକୌଣସି ବିବାଦ କିମ୍ୱା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଚିନ୍ତା ବଢ଼ିପାରେ।

ବୃଷ ରାଶି

ଆପଣମାନଙ୍କୁ ଅଫିସ କାମକୁ ନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କାମର ଫଳାଫଳ ଆଶାନୁରୂପ ନ ମିଳିବାରୁ ମନରେ ନିରାଶା ଆସିପାରେ। ଆଇନଗତ ମାମଲାରେ ଅସଫଳତା ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ବିଶେଷ ସତର୍କ ରହିବାକୁ ପଡ଼ିବ।

କର୍କଟ ରାଶି

କର୍କଟ ରାଶିର ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟଭାର ଯୋଗୁଁ ମାନସିକ ଚାପ ହୋଇପାରେ। ଆପଣଙ୍କ ମନ ଦୁଃଖୀ ରହିବ। କର୍ମକ୍ଷେତ୍ରରେ କେହି ଜଣେ ଆପଣଙ୍କ ସମ୍ମାନରେ ଆଞ୍ଚ ଆଣିପାରନ୍ତି, ଯାହା ଫଳରେ କାମ ମଧ୍ୟ ପ୍ରଭାବିତ ହେବ। ନିବେଶ କଲେ କ୍ଷତି ହେବାର ସମ୍ଭାବନା ରହିଛି, ତେଣୁ କୌଣସି ବଡ଼ ପୁଞ୍ଜିନିବେଶ କରିବା ପୂର୍ୱରୁ ଭଲ ଭାବରେ ଚିନ୍ତା କରିନିଅନ୍ତୁ।

ସିଂହ ରାଶି

ସିଂହ ରାଶିର ଲୋକଙ୍କୁ ଆଖି ସମ୍ପର୍କିତ ସମସ୍ୟା ଦେଖାଦେଇପାରେ। ସାମାଜିକ କାର୍ଯ୍ୟରେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ।

ତୁଳା ରାଶି

ତୁଳା ରାଶିର ବ୍ୟକ୍ତିମାନଙ୍କୁ ଚାକିରି ଏବଂ କ୍ୟାରିଅର୍‌ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସମ୍ପତ୍ତି ସମ୍ପର୍କିତ ବିବାଦ ଯୋଗୁଁ ମାନସିକ ଚାପ ବଢ଼ିବ। ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି। ଅର୍ଥ ସମ୍ୱନ୍ଧୀୟ ଚିନ୍ତା ମଧ୍ୟ ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri