Posted inଫୁରସତ

ଚେତା ଥିବା ଅବସ୍ଥାରେ ରୋଗୀଙ୍କ ଅସ୍ତ୍ରୋପଚାର

ଶିକାଗୋ: ସାଧାରଣତଃ ଅପରେଶନ୍‌ ସମୟରେ ରୋଗୀଙ୍କୁ ଚେତାଶୂନ୍ୟ କରାଯାଇଥାଏ। କିନ୍ତୁ ଆମେରିକାର ଶିକାଗୋରେ ଏକ ଅସ୍ତ୍ରୋପଚାର ସମୟରେ ଜନ୍‌ ନିକୋଲସ(୨୮) ନାମକ ଜଣେ ରୋଗୀ ସମ୍ପୂର୍ଣ୍ଣ ଜାଗ୍ରତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋମବାର ସିକାଗୋର ସ୍ଥାନୀୟ ଉତ୍ତର-ପଶ୍ଚିମ ମେମୋରିଆଲ ହସ୍ପିଟାଲରେ ନିକୋଲସଙ୍କର ସଫଳ ଅସ୍ତ୍ରୋପଚାର ସହ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ତେବେ ଅପରେଶନ ସମୟରେ ସେ କୌଣସି ଯନ୍ତ୍ରଣା ଅନୁଭବ କରିନାହାନ୍ତି ଏବଂ ତାଙ୍କୁ ମାତ୍ର ୨୪ ଘଣ୍ଟା ପରେ ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯାଇଥିବା ନିକୋଲସ କହିଛନ୍ତି।

ଏହା ଏକ ନୂତନ ପଦ୍ଧତିର ଅସ୍ତ୍ରୋପଚାର ହୋଇଥିବା କହି କିଡ୍‌ନୀ ପ୍ରତିରୋପଣ ପାଇଁ ଏହା ସରଳ ଓ ସୁବିଧାଜନକ ପଦ୍ଧତି ବୋଲି ଉତ୍ତର-ପଶ୍ଚିମ ମେମୋରିଆଲ ହସ୍ପିଟାଲର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସତୀଶ ନାଦିଗ୍‌ ସୂଚନା ଦେଇଛନ୍ତି। ଏହି ନୂତନ ପଦ୍ଧତି ରୋଗୀଙ୍କ ଅଭିଜ୍ଞତାକୁ ଉନ୍ନତ କରି ତାଙ୍କୁ ଜାଗ୍ରତ ରହିବାକୁ ଅନୁମତି ଦେଇଥାଏ ବୋଲି ସେ କହିଛନ୍ତି। ଏହି ମାମଲାରେ ନିକୋଲସଙ୍କୁ ଅପରେଶନ କକ୍ଷ ମଧ୍ୟରେ ସ୍ପାଇନଲ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯାଇଥିଲା। ସାଧାରଣ ଆନାସ୍ଥେସିଆ ପ୍ରତି ଫୋବିଆ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ନୂତନ ପଦ୍ଧତି ଅବଲମ୍ବନ କରାଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।

ଏହାସହ ଏହି ପଦ୍ଧତି ରୋଗୀଙ୍କ ଡାକ୍ତରଖାନାର ରହଣିକୁ ମଧ୍ୟ ହ୍ରାସ କରିପାରିବ। ଯଦିଓ ସାଧାରଣ ଆନାସ୍ଥେସିଆ ପ୍ରତି ନିକୋଲସଙ୍କର ଫୋବିଆ ନ ଥିଲା, ତେବେ ତାଙ୍କର ବୟସ, ସୀମିତ ରିସ୍କ ଫ୍ୟାକ୍ଟର ଓ ଏହି ନୂତନ ପଦ୍ଧତିର ଅସ୍ତ୍ରୋପଚାରରେ ସାମିଲ ହେବାକୁ ଆଗ୍ରହ ଯୋଗୁ ନିକୋଲସଙ୍କୁ ହସ୍ପିଟାଲ ପକ୍ଷରୁ ପ୍ରକୃତ ପ୍ରାର୍ଥୀ ଭାବେ ବିଚାର କରାଯାଇଥିବା ଡାକ୍ତର ନାଦିଗ୍‌ କହିଛନ୍ତି। ମାତ୍ର ୨ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥିବା ନେଇ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡକ୍ଟର ସତୀଶ ନାଦିଗ୍‌ ଏକ ପ୍ରେସ ବିବୃତି ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri