୩ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ସୁରେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ)/ଢେଙ୍କାନାଳ ଅଫିସ୍‌, ୧୮।୧୧: ମୋବାଇଲରୁ ମୋବାଇଲ୍‌କୁ ଘୂରି ବୁଲୁଥିଲା କଅଁଳ ଶିଶୁଙ୍କ ନଗ୍ନ ଭିଡିଓ। ଏଭଳି ଅଶ୍ଳୀଳତାରେ ଭରା ଫଟୋ ଏବଂ ଭିଡିଓ ସାଜିଥିଲା ରୋଜଗାରର ମାଧ୍ୟମ। ଏହାକୁ ବିଭିନ୍ନ ସୋସିଆଲ୍‌ ମିଡିଆ ସାଇଟ୍‌ ସମେତ ହ୍ବାଟ୍‌ସଆପ୍‌ ଏବଂ ଟେଲିଗ୍ରାମ ଗ୍ରୁପ୍‌ରେ ଶେୟାର କରି ଅଜସ୍ର ବୈଦେଶିକ ମୁଦ୍ରା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଥିଲେ ଅଭିଯୁକ୍ତ। ସାରା ଦେଶରେ ଏଭଳି ଏକ ର଼୍ୟାକେଟ୍‌ ଚାଲିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସ୍ପଷ୍ଟ ସୂଚନା ମିଳିବା ପରେ ଆରମ୍ଭ ହୋଇଛି ଖୋଳତାଡ଼। ଚାଇଲ୍ଡ ପର୍ନୋଗ୍ରାଫିର ଓଡ଼ିଶା ଲିଙ୍କ୍‌ ରହିଥିବା ଜଣାପଡ଼ିବା ପରେ ସିବିଆଇ ପଞ୍ଝାରେ ପଡ଼ିଛନ୍ତି ଢେଙ୍କାନାଳ ସହର ଜୁବିଲି ଟାଉନ ଯଦୁପତିନଗର କଲୋନୀ ସାହିର ଯୁବକ ସୁରେନ୍ଦ୍ର ନାୟକ (୨୨)। ମଙ୍ଗଳବାର ଦିଲ୍ଲୀ, କୋଲକାତା ଏବଂ ଭୁବନେଶ୍ୱରରୁ ଆସିଥିବା ସିବିଆଇର ୫ଜଣିଆ ଟିମ୍‌ ଅତର୍କିତ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଅଶ୍ଳୀଳ ଭିଡିଓ କାରବାର ସମ୍ପର୍କିତ ଅନେକ ତଥ୍ୟ ପାଇଥିଲେ। ଏହାପରେ ଗିରଫ ସୁରେନ୍ଦ୍ରଙ୍କୁ ଗିରଫ କରାଯାଇ ବୁଧବାର ଭୁବନେଶ୍ୱରସ୍ଥିତ ସିବିଆଇର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କୁ ୭ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ହେଲେ ୩ଦିନ ଟ୍ରାନ୍‌ଜିଟ୍‌ ରିମାଣ୍ଡ ଅନୁମତି କୋର୍ଟ ଦେଇଛନ୍ତି। ପରେ ସୁରେନ୍ଦ୍ରଙ୍କୁ ସିବିଆଇ ଟିମ୍‌ ଦିଲ୍ଲୀ ନେଇଯାଇଛନ୍ତି।
ଚାଇଲ୍ଡ ପର୍ନକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସାରଣ କରୁଥିଲେ ସୁରେନ୍ଦ୍ର। ଢେଙ୍କାନାଳ ସହରରୁ ଚାରିଆଡ଼କୁ ବ୍ୟାପିଥିଲା ଏହାର ଚେର। ଦେଶୀ ଏମ୍‌ଏମ୍‌ଏସ୍‌ ୱେବସାଇଟ୍‌ ମାଧ୍ୟମରେ ଅଶ୍ଳୀଳ ଭିଡିଓ ଡାଉନ୍‌ଲୋଡ୍‌ କରି ସୋସିଆଲ ମଡିଆର ବିଭିନ୍ନ ଗ୍ରୁପ୍‌ରେ ଶେୟାର କରୁଥିଲେ। ଏଥିଲାଗି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିଲା ବିଦେଶୀ ମୁଦ୍ରା। ଏ ସମ୍ପର୍କରେ ବିଧିବଦ୍ଧ ସୂଚନା ମିଳିବା ପରେ ସିବିଆଇର ୫ଜଣିଆ ଟିମ୍‌ ଢେଙ୍କାନାଳ ଆସି ଅଭିଯୁକ୍ତଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ। ସକାଳ ୭ଟାରୁ ଅପରାହ୍ନ ୩ଟା ଯାଏ ହୋଇଥିବା ତନାଘନାରୁ ବହୁ ତଥ୍ୟ ପଦାକୁ ଆସିଥିଲା। ତେବେ ସୁରେନ୍ଦ୍ରଙ୍କୁ ଦୀର୍ଘ ସମୟ ଧରି ଜେରା କରାଯାଉଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଉତ୍ତ୍ୟକ୍ତ ହୋଇ ସିବିଆଇ ଟିମ୍‌ ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ। ଠିକଣା ସମୟରେ ଟାଉନ୍‌ ଥାନା ପୋଲିସ ପହଞ୍ଚତ୍ ସିବିଆଇ ଟିମ୍‌କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା।
କଲୋନୀ ସାହି ଶୂନଶାନ
ଢେଙ୍କାନାଳ ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ କିଛିଦିନ ପୂର୍ବରୁ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ସୁରେନ୍ଦ୍ର ନାୟକ ପର୍ନୋଗ୍ରାଫି ଭିଡିଓ ଲିଙ୍କ୍‌ରେ ସମ୍ପୃକ୍ତି ଥିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ସଦସ୍ୟ ଏବଂ ଅଞ୍ଚଳବାସୀ। ଅଭିଯୁକ୍ତ ଜଣକ ଶିଶୁଙ୍କ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଭିଡିଓ ବିଭିନ୍ନ ଗ୍ରୁପ୍‌ରେ ଶେୟାର କରୁଥିବା ସ୍ପଷ୍ଟ ହେବା ପରେ ଏହାକୁ ନେଇ ଅଞ୍ଚଳରେ ବିଭିନ୍ନ ଆଲୋଚନା ଜୋର୍‌ ଧରିଛି। ଅନ୍ୟପଟେ ଚଢ଼ାଉ ବେଳେ ସନ୍ଦେହରେ ଅଞ୍ଚଳବାସୀ ସିବିଆଇ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ତେଣୁ କାର୍ଯ୍ୟାନୁଷ୍ଠାନ ଭୟରେ ଗୁରୁବାର କଲୋନୀସାହି ଜନଶୂନ୍ୟ ହୋଇଯାଇଥିଲା। ସୁରେନ୍ଦ୍ରଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ପୁଅର ସମ୍ପୃକ୍ତି ବିଷୟରେ ପଚରାଉଚୁରା କରିବାକୁ ଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏସ୍‌ଡିପିଓ ବିକାଶ ବେଉରା କୁହନ୍ତି, ଘଟଣାକୁ ନେଇ ଥାନାରେ କୌଣସି ମାମଲା ହୋଇନାହିଁ। ତେଣୁ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri