୩ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ସୁରେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ)/ଢେଙ୍କାନାଳ ଅଫିସ୍‌, ୧୮।୧୧: ମୋବାଇଲରୁ ମୋବାଇଲ୍‌କୁ ଘୂରି ବୁଲୁଥିଲା କଅଁଳ ଶିଶୁଙ୍କ ନଗ୍ନ ଭିଡିଓ। ଏଭଳି ଅଶ୍ଳୀଳତାରେ ଭରା ଫଟୋ ଏବଂ ଭିଡିଓ ସାଜିଥିଲା ରୋଜଗାରର ମାଧ୍ୟମ। ଏହାକୁ ବିଭିନ୍ନ ସୋସିଆଲ୍‌ ମିଡିଆ ସାଇଟ୍‌ ସମେତ ହ୍ବାଟ୍‌ସଆପ୍‌ ଏବଂ ଟେଲିଗ୍ରାମ ଗ୍ରୁପ୍‌ରେ ଶେୟାର କରି ଅଜସ୍ର ବୈଦେଶିକ ମୁଦ୍ରା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଥିଲେ ଅଭିଯୁକ୍ତ। ସାରା ଦେଶରେ ଏଭଳି ଏକ ର଼୍ୟାକେଟ୍‌ ଚାଲିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସ୍ପଷ୍ଟ ସୂଚନା ମିଳିବା ପରେ ଆରମ୍ଭ ହୋଇଛି ଖୋଳତାଡ଼। ଚାଇଲ୍ଡ ପର୍ନୋଗ୍ରାଫିର ଓଡ଼ିଶା ଲିଙ୍କ୍‌ ରହିଥିବା ଜଣାପଡ଼ିବା ପରେ ସିବିଆଇ ପଞ୍ଝାରେ ପଡ଼ିଛନ୍ତି ଢେଙ୍କାନାଳ ସହର ଜୁବିଲି ଟାଉନ ଯଦୁପତିନଗର କଲୋନୀ ସାହିର ଯୁବକ ସୁରେନ୍ଦ୍ର ନାୟକ (୨୨)। ମଙ୍ଗଳବାର ଦିଲ୍ଲୀ, କୋଲକାତା ଏବଂ ଭୁବନେଶ୍ୱରରୁ ଆସିଥିବା ସିବିଆଇର ୫ଜଣିଆ ଟିମ୍‌ ଅତର୍କିତ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଅଶ୍ଳୀଳ ଭିଡିଓ କାରବାର ସମ୍ପର୍କିତ ଅନେକ ତଥ୍ୟ ପାଇଥିଲେ। ଏହାପରେ ଗିରଫ ସୁରେନ୍ଦ୍ରଙ୍କୁ ଗିରଫ କରାଯାଇ ବୁଧବାର ଭୁବନେଶ୍ୱରସ୍ଥିତ ସିବିଆଇର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କୁ ୭ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ହେଲେ ୩ଦିନ ଟ୍ରାନ୍‌ଜିଟ୍‌ ରିମାଣ୍ଡ ଅନୁମତି କୋର୍ଟ ଦେଇଛନ୍ତି। ପରେ ସୁରେନ୍ଦ୍ରଙ୍କୁ ସିବିଆଇ ଟିମ୍‌ ଦିଲ୍ଲୀ ନେଇଯାଇଛନ୍ତି।
ଚାଇଲ୍ଡ ପର୍ନକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସାରଣ କରୁଥିଲେ ସୁରେନ୍ଦ୍ର। ଢେଙ୍କାନାଳ ସହରରୁ ଚାରିଆଡ଼କୁ ବ୍ୟାପିଥିଲା ଏହାର ଚେର। ଦେଶୀ ଏମ୍‌ଏମ୍‌ଏସ୍‌ ୱେବସାଇଟ୍‌ ମାଧ୍ୟମରେ ଅଶ୍ଳୀଳ ଭିଡିଓ ଡାଉନ୍‌ଲୋଡ୍‌ କରି ସୋସିଆଲ ମଡିଆର ବିଭିନ୍ନ ଗ୍ରୁପ୍‌ରେ ଶେୟାର କରୁଥିଲେ। ଏଥିଲାଗି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିଲା ବିଦେଶୀ ମୁଦ୍ରା। ଏ ସମ୍ପର୍କରେ ବିଧିବଦ୍ଧ ସୂଚନା ମିଳିବା ପରେ ସିବିଆଇର ୫ଜଣିଆ ଟିମ୍‌ ଢେଙ୍କାନାଳ ଆସି ଅଭିଯୁକ୍ତଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ। ସକାଳ ୭ଟାରୁ ଅପରାହ୍ନ ୩ଟା ଯାଏ ହୋଇଥିବା ତନାଘନାରୁ ବହୁ ତଥ୍ୟ ପଦାକୁ ଆସିଥିଲା। ତେବେ ସୁରେନ୍ଦ୍ରଙ୍କୁ ଦୀର୍ଘ ସମୟ ଧରି ଜେରା କରାଯାଉଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଉତ୍ତ୍ୟକ୍ତ ହୋଇ ସିବିଆଇ ଟିମ୍‌ ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ। ଠିକଣା ସମୟରେ ଟାଉନ୍‌ ଥାନା ପୋଲିସ ପହଞ୍ଚତ୍ ସିବିଆଇ ଟିମ୍‌କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା।
କଲୋନୀ ସାହି ଶୂନଶାନ
ଢେଙ୍କାନାଳ ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ କିଛିଦିନ ପୂର୍ବରୁ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ସୁରେନ୍ଦ୍ର ନାୟକ ପର୍ନୋଗ୍ରାଫି ଭିଡିଓ ଲିଙ୍କ୍‌ରେ ସମ୍ପୃକ୍ତି ଥିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ସଦସ୍ୟ ଏବଂ ଅଞ୍ଚଳବାସୀ। ଅଭିଯୁକ୍ତ ଜଣକ ଶିଶୁଙ୍କ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଭିଡିଓ ବିଭିନ୍ନ ଗ୍ରୁପ୍‌ରେ ଶେୟାର କରୁଥିବା ସ୍ପଷ୍ଟ ହେବା ପରେ ଏହାକୁ ନେଇ ଅଞ୍ଚଳରେ ବିଭିନ୍ନ ଆଲୋଚନା ଜୋର୍‌ ଧରିଛି। ଅନ୍ୟପଟେ ଚଢ଼ାଉ ବେଳେ ସନ୍ଦେହରେ ଅଞ୍ଚଳବାସୀ ସିବିଆଇ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ତେଣୁ କାର୍ଯ୍ୟାନୁଷ୍ଠାନ ଭୟରେ ଗୁରୁବାର କଲୋନୀସାହି ଜନଶୂନ୍ୟ ହୋଇଯାଇଥିଲା। ସୁରେନ୍ଦ୍ରଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ପୁଅର ସମ୍ପୃକ୍ତି ବିଷୟରେ ପଚରାଉଚୁରା କରିବାକୁ ଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏସ୍‌ଡିପିଓ ବିକାଶ ବେଉରା କୁହନ୍ତି, ଘଟଣାକୁ ନେଇ ଥାନାରେ କୌଣସି ମାମଲା ହୋଇନାହିଁ। ତେଣୁ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି।

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri