Posted inଜାତୀୟ

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି ଘଟଣା ଉତ୍ତର ହରିଦ୍ୱାରର ଭୂପତୱାଲା ଅଞ୍ଚଳସ୍ଥିତ ସପ୍ତ ସରୋବର ରୋଡରେ ଥିବା ଲାଲମାତା ମନ୍ଦିର ସମ୍ମୁଖରେ ଘଟିଛି।
ରିପୋର୍ଟ ଅନୁସାରେ, କୋଲି ଗତ କିଛି ଦିନ ଧରି ସେହି ସ୍ଥାନରେ ଏକ ଚା’ ଦୋକାନ ଚଳାଉଥିଲେ; ଦୋକାନ ଭିତରେ ଏକ ଦଉଡ଼ି ସାହାଯ୍ୟରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଖବର ପାଇ ସପ୍ତର୍ଷି ପୋଲିସ ଆଉଟପୋଷ୍ଟର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ଅଧୀନକୁ ନେଇଥିଲେ ଏବଂ ତଦନ୍ତ ଆରମ୍ଭ କରିଥିଲେ।
ପୋଲିସ ମୃତ ବ୍ୟକ୍ତିଙ୍କ ପରିଚୟ ସୁରେନ୍ଦ୍ର କୋଲି ଭାବେ ସ୍ପଷ୍ଟ କରିଛି, ଯିଏକି ଆଲମୋରା ଜିଲାର ଭିକିଆସାଇନ ଅଞ୍ଚଳ ଅନ୍ତର୍ଗତ ମଙ୍ଗରୁଖାଲ ଗ୍ରାମର ବାସିନ୍ଦା ଥିଲେ। ତାଙ୍କ ପରିବାରକୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ଏବଂ ମାମଲାର ସମସ୍ତ ଦିଗ ଉପରେ ତଦନ୍ତ କରାଯାଉଛି।
ସୁରେନ୍ଦ୍ର କୋଲି ୨୦୨୫ ମସିହା ଡିସେମ୍ବର ମାସରେ ଜେଲରୁ ମୁକ୍ତ ହୋଇଥିଲେ। ଉଲ୍ଲେଖନୀୟ ଯେ, ୨୦୦୬ ମସିହା ଡିସେମ୍ବର ୨୯ରେ ନୋଏଡାର ନିଠାରି ଅଞ୍ଚଳରେ ଥିବା ମୋନିନ୍ଦର ସିଂହ ପାନ୍ଧେରଙ୍କ ଘର ପଛପଟେ ଥିବା ଏକ ନାଳରୁ ଆଠ ଜଣ ଶିଶୁଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ, ଘର ନିକଟସ୍ଥ ନାଳଗୁଡ଼ିକରେ ଖୋଜାଖୋଜି ଓ ଖନନ କରାଯିବା ଫଳରେ ଆହୁରି ଅନେକ କଙ୍କାଳ ମିଳିଥିଲା।
ଏହି ଘଟଣା ସହ ଜଡ଼ିତ ମୋନିନ୍ଦର ସିଂହ ପାନ୍ଧେର ଏବଂ ତାଙ୍କ ଚାକର ସୁରେନ୍ଦ୍ର କୋଲିଙ୍କ ବିରୋଧରେ ମୋଟ ୧୯ଟି ମାମଲା ରୁଜୁ କରାଯାଇଥିଲା। ଏଥିମଧ୍ୟରୁ ଦୁଇଟି ମାମଲାରେ ପାନ୍ଧେର ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ, ନିମ୍ନ ଅଦାଲତ ସୁରେନ୍ଦ୍ର କୋଲିଙ୍କୁ ୧୩ଟି ମାମଲାରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ।
ଆହ୍ଲାବାଦ ହାଇକୋର୍ଟ ୨୦୨୩ ମସିହା ଅକ୍ଟୋବର ୧୬ରେ ନିଜର ରାୟ ପ୍ରଦାନ କରିଥିଲେ। ହାଇକୋର୍ଟ ସୁରେନ୍ଦ୍ର କୋଲିଙ୍କୁ ୧୨ଟି ମାମଲାରୁ ଦୋଷମୁକ୍ତ କରିଥିଲେ। ଏଥିସହିତ, ମୋନିନ୍ଦର ସିଂହ ପାନ୍ଧେରଙ୍କ ବିରୋଧରେ ବିଚାରାଧୀନ ଥିବା ଉଭୟ ମାମଲାରୁ ମଧ୍ୟ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ, ସୁପ୍ରିମକୋର୍ଟ କୋଲି ଓ ପାନ୍ଧେରଙ୍କୁ ଦୋଷମୁକ୍ତ କରିବା ସମ୍ବନ୍ଧୀୟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଗରକର ଜଣେ ଅହଙ୍କାରୀ ଚୟନକର୍ତ୍ତା, ଖେଳାଳିଙ୍କ ଜୀବନ ବରବାଦ କରିଛନ୍ତି: ସାମିଙ୍କ ଅବସର ପରେ ବର୍ଷିଲେ…

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଦୀପାବଳିର ଠିକ୍ ଦୁଇ ଦିନ ପୂର୍ବେ,…

ଅତିରିକ୍ତ ୨ ବର୍ଷ କାର୍ଯ୍ୟ ଶେଷ ପରେ ନିୟମିତ ପାଇଁ ଯୋଗ୍ୟ ହେବେ ଅଗ୍ନିବୀର

ନୂଆଦିଲ୍ଲୀ,୭ା୧୧: ଅତିରିକ୍ତ ୨ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ସମସ୍ତ ଅଗ୍ନିବୀର ଚାହିଁଲେ ନିୟମିତ ସୈନ୍ୟ ଭାବେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ…

ପାରିବାରିକ କଳହ ନା ଚାକିରୀ ଚାପ? ଛୁଟିରୁ ଫେରିବା ପରେ କ୍ୱାର୍ଟରରୁ ମିଳିଲା ଅମ୍ବାଦଳା ଥାନା SIଙ୍କ ଝୁଲନ୍ତା ମୃତଦେହ, ଉଠିଲା ପ୍ରଶ୍ନ

ଆମ୍ବଦଳା,୭।୧୧(ରବିନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଆମ୍ବଦଳା ଥାନାରେ କାର୍ଯ୍ୟରତ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟରର ବନ୍ଦ…

କୋଟିଆରୁ ଆନ୍ଧ୍ର ସମିତିସଭ୍ୟ ନିର୍ବାଚିତ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ୨ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏହା ସତ୍ତ୍ୱେ…

ଚିନ୍ତା ବଢ଼ାଉଛି ପ୍ରଦୂଷଣ, ଦୀପାବଳି ପୂର୍ବରୁ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ,୭ା୧୧: ଆଲୋକର ପର୍ବ ଦୀପାବଳି ପୂର୍ବରୁ ଶନିବାର ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ବୃହତ୍‌ ସହର ଥିଲା ବୋଲି ସୁଇସ୍‌ ଗ୍ରୁପ୍‌ ଆଇକ୍ୟୁଏୟାରର ଲାଇଭ୍‌ ର଼୍ୟାଙ୍କିଙ୍ଗ୍‌ରୁ ଜଣାପଡ଼ିଛି।…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିରଳ ରେକର୍ଡ, ଜାଣନ୍ତୁ…

ଓ୍ବେଲିଂଟନ,୭।୧୧: ଯୁବ ଫାଷ୍ଟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ଲୋକେଶ ରାହୁଲଙ୍କ ନିର୍ଭରଯୋଗ୍ୟ ବ୍ୟାଟିଂ ବଳରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ପ୍ରଭାବିତ ଦ୍ୱିତୀୟ ଦିନିକିଆ…

ଅଯୋଧ୍ୟାରେ ଦୀପୋତ୍ସବ: ସରୟୁ ନଦୀ କୂଳରେ ଯୋଗୀ କଲେ ଆରତୀ, ଦୀପରେ ଆଲୋକିତ ହେଲା ରାମନଗରୀ

ଅଯୋଧ୍ୟା,୭।୧୧: ପବିତ୍ର ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପୋତ୍ସବର ଉଦ୍‌ଘାଟ କରି ସରୟୁ ନଦୀ…

Diwali 2026: ଦୀପାବଳି ରାତିରେ ଚୁପଚାପ୍ କରନ୍ତୁ ଏହି ଗୋଟିଏ ଉପାୟ, ମା’ ଲକ୍ଷ୍ମୀଙ୍କ କୃପାରୁ ଚମକି ଉଠିବ ଆପଣଙ୍କ ଭାଗ୍ୟ!

ଦୀପାବଳି ହେଉଛି ଧନ ଏବଂ ସମୃଦ୍ଧିର ମହାପର୍ବ। ଏହି ବର୍ଷ ୮ ନଭେମ୍ବର ୨୦୨୬, ରବିବାର ଦିନ ଦୀପାବଳି ପାଳନ କରାଯାଉଛି। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?