Posted inଖେଳ

କେନ୍ଦ୍ରର ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୮ା୮(ପି.ଟି): ତୃତୀୟ ପକ୍ଷ ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ୍‌)କୁ ଫିଫା ବାସନ୍ଦ କରିଛି। ବୁଧବାର ଏହି ମାମଲାର ଶୁଣାଣି ଥିଲା। ମାତ୍ର ସରକାର ଏବଂ କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ (ସିଓଏ) ସହିତ ଫିଫା ପକ୍ଷରୁ ଆଲୋଚନା ଚାଲିଥିବା କାରଣରୁ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣିକୁ ଆସନ୍ତା ଅଗଷ୍ଟ ୨୨ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଭାରତରେ ଯେପରି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଆୟୋଜନ ହୋଇପାରିବ ଏବଂ ଏଆଇଏଫଏଫ ଉପରୁ ବାସନ୍ଦ ଉଠିବ ସେଥିନେଇ କେନ୍ଦ୍ର ସକ୍ରିୟ ଭୂମିକା ଗ୍ରହଣ କରୁବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ, ଏ. ଏସ୍‌. ବୋପାନ୍ନା ଏବଂ ଜେ. ବି. ପରିଦଓ୍ବାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଅନୁରୋଧ କାରଣରୁ କୋର୍ଟ ସୋମବାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ମେହେଟ୍ଟାଙ୍କ ପ୍ରଦତ୍ତ ସୂଚନା ଅନୁସାରେ ସରକାର, ସିଓଏ ଏବଂ ଫିଫା ଅଧିକାରୀଙ୍କ ମଧ୍ୟରେ ଦୁଇ ରାଉଣ୍ଡର ବୈଠକ ଅନୁଷ୍ଠିତ ହୋଇସାରିଛି। ଏହି ବୈଠକ ପରେ ଭାରତରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆୟୋଜନର ସମ୍ଭାବନା ବୃଦ୍ଧି ପାଇଛି। ଏପରି ସମୟରେ କୋର୍ଟଙ୍କ କୌଣସି ବି ଶବ୍ଦ ବିଶ୍ୱକପ ଆୟୋଜନର ସମ୍ଭାବନାକୁ ପ୍ରଭାବିତ କରିପାରେ। ଏହା କହିବା ସହିତ କୋର୍ଟଙ୍କ ନିକଟରୁ ସୋମବାର ପର୍ଯ୍ୟନ୍ତ ସମୟ ମାଗିଥିଲେ ମେହେଟ୍ଟା। ଖଣ୍ଡପୀଠ ବିଶ୍ୱକପ୍‌ ଆୟୋଜନକୁ ଗୁରୁତ୍ୱର ସହିତ ନେଇ ସମୟ ମଧ୍ୟ ପ୍ରଦାନ କରିଥିଲେ।
ଭାରତରେ ମହିଳା ବିଶ୍ୱ କପ୍‌ ଆୟୋଜନ ଏକ ବଡ ଉପଲବ୍ଧି ଏବଂ କୋର୍ଟ ମଧ୍ୟ ଚାହିଁବେ କି ଏହା ଆୟୋଜନ ହେଉ। ଏହା କେବଳ ଦେଶ ପାଇଁ ନୁହେଁ ବରଂ ଦେଶର କ୍ରୀଡାବିତ୍‌ମାନଙ୍କ ପାଇଁ ମଧ୍ୟ ସୁବର୍ଣ୍ଣ ସୁଯୋଗ ବୋଲି ସେ କହିଥିଲେ। ସରକାରଙ୍କୁ ଏନେଇ ଆବଶ୍ୟକ ଥିବା ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି। ଯଦି କୋର୍ଟ ବାହାରେ ଏହି ମାମଲାର ସମାଧାନ ହୋଇ ପାରୁଛି ଏହା ଅତ୍ୟନ୍ତ ଖୁସିର କଥା ବୋଲି ଖଣ୍ଡପୀଠ ପ୍ରକାଶ କରିଛନ୍ତି।
ତେବେ ସିଓଏଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ରାହୁଲ ମେହେରା ପ୍ରଫୁଲ୍ଲ ପଟେଲ ଓ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ରାହୁଲ କହିଥିଲେ, ଫିଫାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥିତ ରହିଥିବା ପ୍ରଫୁଲ୍ଲ ନିଜ ପଦର ଫାଇଦା ଉଠାଉଛନ୍ତି। ସିଓଏ ହାତକୁ ପରିଚାଳନା ଭାର ଯିବା ସହିତ ଅନେକ ରାଜ୍ୟ ସଂଘ ଏବଂ ପ୍ରଫୁଲ୍ଲ ପଟେଲଙ୍କ ହାତରୁ ଶାସନ ଡୋରି ଚାଲିଯାଇଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ପ୍ରୟାସ କରାଯାଉଛି। ଫିଫାରୁ ସେମାନଙ୍କୁ ଅପସାରଣ କରାଯିବା ଉଚିତ ବୋଲି ସେ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ରଖିଥିଲେ।
ଅନ୍ୟ ଏକ ପକ୍ଷରୁ ଲଢୁଥିବା ପ୍ରଶାନ୍ତ ଭୂଷଣ ବିସିସିଆଇର ଉଦାହରଣ ଦେଇଥିଲେ। ସମ୍ବିଧାନ ସଂଶୋଧନ ସମୟରେ ଏହିଭଳି ଚାପ ପଡୁଥିଲେ ହେଁ କୋର୍ଟ କଡା ପଦକ୍ଷେପ ଗ୍ରହଣ କରିଥିଲେ। ବର୍ତ୍ତମାନ ମଧ୍ୟ ସମାନ ଢଙ୍ଗରେ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି ସେ ଯୁକ୍ତି କରିଥିଲେ। ବରିଷ୍ଠ ଓକିଲ ଗୋପାଳ ଶଙ୍କର ନାରାୟଣନ ଗୋକୁଳମ କେରଳ ପାଇଁ ଯୁକ୍ତି ବାଢିଥିଲେ। କେରଳର ଏହି କ୍ଲବର ଖେଳାଳିମାନେ ଉଜବେକିସ୍ତାନରେ ରହିଥିବା ବେଳେ ଫିଫାର ଏହି ବ୍ୟାନ୍‌ କାରଣରୁ ଟୁର୍ନାମେଣ୍ଟ ଖେଳିବା ଉପରେ ଅନିଶ୍ଚିତତାର କଳାବାଦଲ ଛାଇ ଯାଇଛି। ସେହିପରି ମୋହନ ବାଗାନର କ୍ରୀଡାସୂଚୀରେ ପରିବର୍ତ୍ତନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri