ଦଶମ-ଦ୍ୱାଦଶ ଅଫ୍‌ଲାଇନ ପରୀକ୍ଷା ରଦ୍ଦ ଆବେଦନର ବିଚାର କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୧।୨ : ସିବିଏସଇ, ଆଇସିଏସଇ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଗତ ବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏମ ଖାନୱିଲକରଙ୍କ ବେଞ୍ଚରେ ଏହି ମାମଲା ନିଆଯିବ ବୋଲି ପ୍ରଧାନ ବିଚାରପତି ଏ୍‌.ଭି. ରମନା ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଆବେଦନକାରୀ କହିଛନ୍ତି ଯେ କୋଭିଡ କାରଣରୁ ପିଲାମାନେ ଅନଲାଇନରେ ଅଧ୍ୟୟନ କରିଛନ୍ତି। କରୋନା ଆତଙ୍କ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ, ପିଲାମାନଙ୍କର ମୂଲ୍ୟାଙ୍କନ ପାଇଁ ଅନ୍ୟ କିଛି ବିକଳ୍ପ ପଦ୍ଧତି ପ୍ରସ୍ତୁତ କରାଯିବା ଉଚିତ୍‌।

ଆଇନଜୀବୀ ତଥା ଶିଶୁ ଅଧିକାର କର୍ମୀ ଅନୁଭା ଶ୍ରୀବାସ୍ତବ ସାହାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ପିଲାମାନଙ୍କର ଠିକ ସମୟରେ ମୂଲ୍ୟାଙ୍କନ ଏବଂ ଫଳାଫଳ ଘୋଷଣା ସମସ୍ତ ଶିକ୍ଷା ବୋର୍ଡର ଦାୟିତ୍ୱ। କିନ୍ତୁ ବୋର୍ଡମାନେ ତାହା କରି ନାହାନ୍ତି। ବର୍ତ୍ତମାନ ଏପ୍ରିଲ ୨୬ରୁ ବୋର୍ଡ ପରୀକ୍ଷା ଦେବାକୁ ସିବିଏସଇ ଏକ ବିଜ୍ଞପ୍ତି ଜାରି କରିଛି । ଅନ୍ୟ କେତେକ ରାଜ୍ୟ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। କିନ୍ତୁ ଅଧିକାଂଶ ଶିକ୍ଷା ବୋର୍ଡ ଏହାକୁ ନେଇ ଆଲୋଚନା କରୁଛନ୍ତି। ପିଲାମାନେ ଅନଲାଇନ ଅଧ୍ୟୟନ କରିଛନ୍ତି । ବହୁ ପିଲା ବିଭିନ୍ନ କାରଣରୁ ଏହାର ସୁଯୋଗ ମଧ୍ୟ ପାଇ ନାହାନ୍ତି। ବର୍ତ୍ତମାନ ସେମାନଙ୍କର ପରୀକ୍ଷା ଅଫ୍‌ଲାଇନ୍‌ରେ କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

 

ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ କରୋନା ବିପଦ ଟଳି ନାହିଁ। ଏହା ମଧ୍ୟ ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ଛାତ୍ରୀଛାତ୍ରମାନଙ୍କୁ ଅଫ୍‌ଲାଇନ୍‌ ପରୀକ୍ଷାରେ ଉପସ୍ଥିତ ହେବାକୁ କହିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏପରି ଅସ୍ବାଭାବିକ ପରିସ୍ଥିତିରେ ଉପଯୁକ୍ତ ପ୍ରସ୍ତୁତି ବିନା ଅଫ୍‌ଲାଇନ୍‌ ପରୀକ୍ଷା କରାଇବା ଛାତ୍ରୀଛାତ୍ରଙ୍କ ମାନସିକ ସ୍ଥିତି ଉପରେ ଚାପ ପକାଇବାର ଆଶଙ୍କା ରହିଛି।

କମିଟି ଗଠନ କରି ପିଲାମାନଙ୍କର ମୂଲ୍ୟାଙ୍କନ କରିବାର ବିକଳ୍ପ ପଦ୍ଧତି ଆଣିବାକୁ ଶୀର୍ଷକୋର୍ଟ ସିବିଏସଇ, ଆଇସିଏସଇ, ଏନଆଇଓଏସ ଏବଂ ରାଜ୍ୟ ଶିକ୍ଷା ବୋର୍ଡକୁ କହିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଯେଉଁ ଛାତ୍ରୀଛାତ୍ରମାନେ ଏପରି ମୂଲ୍ୟାଙ୍କନ ଦ୍ୱାରା ମିଳିଥିବା ମାର୍କରେ ସନ୍ତୁଷ୍ଟ ନୁହଁନ୍ତି, ସେମାନେ ଅଲଗା ପରୀକ୍ଷା ଦେବାକୁ ସୁଯୋଗ ପାଇବେ। ସମସ୍ତ ବୋର୍ଡକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ କରିବାକୁ କୁହାଯିବା ଉଚିତ୍‌।

କଲେଜ ଆଡମିଶନ ପାଇଁ ବ୍ୟବସ୍ଥା କରିବାବେଳେ ୟୁଜିସିକୁ ମଧ୍ୟ ଏହି ପରିସ୍ଥିତି ପ୍ରତି ଦୃଷ୍ଟି ଦେବାକୁ କୁହାଯିବା ଆବଶ୍ୟକ। ଦ୍ୱାଦଶ ପାସ କରିଥିବା ଛାତ୍ରୀଛାତ୍ରମାନଙ୍କୁ ଆପଟିଚ୍ୟୁଡ୍‌ ଟେଷ୍ଟ କିମ୍ବା ଅନ୍ୟ କୌଣସି ଉପଯୁକ୍ତ ପଦ୍ଧତି ମାଧ୍ୟମରେ କଲେଜରେ ଆଡମିଶନ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri