ଗ୍ଲାମର ଇଣ୍ଡଷ୍ଟ୍ରିକୁ ଅଲବିଦା କହିଲେ ଆଉ ଜଣେ ଅଭିନେତ୍ରୀ

ଜାଇରା ୱାସିମ ଏବଂ ସାନା ଖାନଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିଛନ୍ତି। ଅଭିନେତ୍ରୀ ମେହଜବି ସିଦ୍ଦିକି ସବୁକିଛି ଛାଡି ହିଜାବରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ନିଜ ଜୀବନକୁ ଆଲ୍ଲାଙ୍କ ଉପାସନାରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ଶେୟାର କରି ମେହଜବି ଇଣ୍ଡଷ୍ଟ୍ରୀ ଛାଡିବାର ନିଜର ମତ ରଖିଛନ୍ତି। ସେ କହିଛନ୍ତି, ସେ ଏବେ ଆଲ୍ଲାଙ୍କ ପଥ ଅନୁସରଣ କରିବାକୁ ଚାହୁଁଛନ୍ତି। ଗତ ଏକ ବର୍ଷଠାରୁ ଅଭିନେତ୍ରୀ ସନା ଖାନଙ୍କୁ ଅନୁସରଣ କରୁଛନ୍ତି ଏବଂ ତାଙ୍କ ଦ୍ୱାରା ପ୍ରଭାବିତ ହେବା ପରେ ହିଁ ଆଲ୍ଲାଙ୍କ ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେଠାରୁ ସବୁବେଳେ ହିଜାବରେ ରହିବି। ଗତ ବର୍ଷ ଧରି ଅତ୍ୟଧିକ ବିବ୍ରତ ହୋଇଥିଲି। କାହାକୁ ଖୁସି କରିବା ପାଇଁ ତୁମେ ଯାହା ବି କର, ଲୋକମାନେ ଖୁସି ହୁଅନ୍ତି ନାହିଁ। ଆଲ୍ଲାଙ୍କୁ ଖୁସି ରଖିବା ଭଲ। ମୁଁ ଆଲ୍ଲାଙ୍କୁ ଉପାସନା କରି ଆରାମ ପାଇଛି ଏବଂ ମୁଁ ଆଶା କରେ ଆଲ୍ଲା ମୋର ପାପ କ୍ଷମା କରିବେ, ମୋତେ ଧାର୍ମିକ ପଥରେ ଚାଲିବାର କ୍ଷମତା ଦେବେ।
ଏହାପୂର୍ବରୁ ଅଭିନେତ୍ରୀ ସନା ଖାନ ଏବଂ ଜାୟରା ୱାସିମ ମଧ୍ୟ ଗ୍ଲାମର ଦୁନିଆରୁ ବିଦାୟ ନେଇଥିଲେ। ବିଗ୍‌ବସ୍‌-୧୧ରେ ମେହଜବି ଅଂଶଗ୍ରହଣ କରିଥିଲେ। ସେ ତାଙ୍କ ମେକ୍‌ଓଭର୍‌ ପାଇଁ ଚଚର୍ଚ୍ଚାରେ ଥିଲେ।

 

View this post on Instagram

 

A post shared by Mehjabi Siddiqui (@siddiquimehjabi)


Enter your email to get our daily news in your inbox.

All Right Reserved By Dharitri.Com

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?