Posted inଜାତୀୟ

ଧାର୍ମିକ ନାମ-ପ୍ରତୀକ ବ୍ୟବହାର ନେଇ ସୁପ୍ରିମ୍‌କୋର୍ଟଙ୍କ କଠୋର ଆଭିମୁଖ୍ୟ, ଇସିଙ୍କୁ ନୋଟିସ୍‌…

ନୂଆଦିଲ୍ଲୀ, ୫।୯ : ରାଜନୈତିକ ଦଳଗୁଡ଼ିକ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରକୃତରେ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରିବାକୁ ନେଇ ରାଜନୈତିକ ଦଳ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଏହାର ବିଚାର କରି ଶୀର୍ଷ ଅଦାଲତ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୟଦ ୱାସିମ ରିଜଭିଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ପଦକ୍ଷେପ ନେଇଛନ୍ତି। ଯେଉଁ ରାଜନୈତିକ ଦଳମାନେ ନିଜ ନାମରେ ଧାର୍ମିକ ପ୍ରତୀକ ବ୍ୟବହାର କରୁଛନ୍ତି ସେମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଉ ବୋଲି ଏହି ଆବେଦନରେ ଦାବି କରାଯାଇଛି।

ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮ ରେ ହେବ। ରାଜନୈତିକ ଦଳଗୁଡ଼ିକୁ ପକ୍ଷକାର କରିବାକୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ଗୌରବ ଭାଟିଆ କହିଛନ୍ତି ଯେ ରାଜନୈତିକ ଦଳମାନେ ଧାର୍ମିକ ନାମ ବ୍ୟବହାର କରିପାରିବେ କି? ଗୌରବ ଭାଟିଆ କହିଛନ୍ତି ଯେ କେତେକ ରାଜନୈତିକ ଦଳ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ମାସ ପରେ ଖୋଲିଲା ସ୍କୁଲ

ଲକ୍ଷ୍ନୌ/ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ...

ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଉପହାରରେ ଦିଆଗଲା ହେଲମେଟ୍‌

ନୂଆଦିଲ୍ଲୀ, ୩।୧୨: ସାଧାରଣତଃ ବରଯାତ୍ରୀଙ୍କୁ କନ୍ୟାଘର ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟରେ ଆପାୟିତ କରାଯାଏ। କିନ୍ତୁ ନୂଆଦିଲ୍ଲୀର ଲକ୍ଷ୍ମଣଗଡରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି।...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଭାରତ

ନୂଆଦିଲ୍ଲୀ,୨୪।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ଝିଅ ଜ୍ୱାଇଁଙ୍କ ସହ ଭାରତ ଆସୁଛନ୍ତି। ତାଙ୍କୁ ସ୍ବାଗତ...

ନୂଆବର୍ଷରେ କବିତା ଲେଖିଲେ ମୋଦି

ନୂଆଦିଲ୍ଲୀ,୧ ।୧: ବିଦାୟ ନେଇଛି ପୁରୁଣା ବର୍ଷ ୨୦୨୦ । ଏକ ନୂଆ ସକାଳ ନେଇ ପାଦ ଥାପି ସାରିଛି ଇଂରାଜୀ ନୂଆବର୍ଷ ୨୦୨୧ ।...

ଟିକା ନେବା ପରେ ୭ ଜଣରେ ଜଣେ ହସ୍ପିଟାଲ କର୍ମଚାରୀ ହେଉଛନ୍ତି କରୋନାରେ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ସହିତ ହସ୍ପିଟାଲ କର୍ମଚାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେବେ...

ଗିରଫ ଲଶ୍କର ଆତଙ୍କବାଦୀ ମାନିଲେ: ପାକ୍‌ ସହାୟତାରେ ଅନୁପ୍ରବେଶ କରିଥିଲେ

ଶ୍ରୀନଗର,୫ା୯: ଗତ ମାସରେ ଜମ୍ମୁ-କଶ୍ମୀର ସୀମାନ୍ତରୁ ଗିରଫ ହୋଇଥିବା ଲଶ୍କର-ଇ-ତୋଇବାର ଦୁଇଜଣ ଆତଙ୍କବାଦୀ ପାକିସ୍ତାନ ସରକାରଙ୍କ ସହାୟତାରେ ଅନୁପ୍ରବେଶ କରିଥିଲେ ବୋଲି ସ୍ବୀକାର କରିଛନ୍ତି। ଜମ୍ମୁ-କଶ୍ମୀରରେ...

ଲାଠିଚାର୍ଜ କରିଥିବା ପୋଲିସଙ୍କୁ ପ୍ରସାଦ ଦେଲେ ଅନ୍ନଦାତା

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଅନ୍ନଦାତା ଆନ୍ଦୋଳନ କରିଛନ୍ତି। ଅନ୍ନଦାତାଙ୍କ ବିରୋଧରେ ପୋଲିସମାନେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହିତ ପ୍ରବଳ ଥଣ୍ଡାରେ...

ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି...

Advertisement
Archives

Model This Week