Posted inଜାତୀୟ

୫୦୦ କୋଟି ଟଙ୍କାର ବାଙ୍କେ ବିହାରୀ କରିଡର ଯୋଜନାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଲେ

ନୂଆଦିଲ୍ଲୀ,୧୫ା୫: ସୁପ୍ରିମକୋର୍ଟ ଗୁରୁବାର ଉତ୍ତର ପ୍ରଦେଶ ସରକାରଙ୍କ ୫୦୦ କୋଟି ଟଙ୍କାର ଶ୍ରୀ ବାଙ୍କେ ବିହାରୀ ମନ୍ଦିର କରିଡର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ଅଧୀନରେ ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିର ନିକଟରେ ୫ ଏକର ଜମି କ୍ରୟ ପାଇଁ ମନ୍ଦିର ଟ୍ରଷ୍ଟର ସ୍ଥାୟୀ ଜମା (Fixed Deposit) ରାଶି ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ସହ ଏକ ଶର୍ତ ରଖିଛନ୍ତି ଯେ, କ୍ରୟ କରାଯାଉଥିବା ଜମି ମନ୍ଦିରର ଦେବତା ଶ୍ରୀ ବାଙ୍କେ ବିହାରୀ ଜୀ କିମ୍ବା ଟ୍ରଷ୍ଟର ନାମରେ ରେଜିଷ୍ଟର୍ଡ ହେବ।

ଏହି ନିଷ୍ପତ୍ତି ଇଲାହାବାଦ ହାଇକୋର୍ଟଙ୍କ ୮ ନଭେମ୍ବର ୨୦୨୩ର ଆଦେଶକୁ ପରିବର୍ତ୍ତନ କରିଛି, ଯେଉଁଥିରେ ମନ୍ଦିର ପାଣ୍ଠି ବ୍ୟବହାର କରି ଜମି କ୍ରୟ ଉପରେ ରୋକ ଲଗାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ରାୟ ୨୦୨୨ରେ ବାଙ୍କେ ବିହାରୀ ମନ୍ଦିରରେ ହୋଇଥିବା ଭିଡ଼ ଜନିତ ଦୁର୍ଘଟଣା ଏବଂ ବ୍ରଜ ଅଞ୍ଚଳର ମନ୍ଦିରଗୁଡ଼ିକରେ ଖରାପ ପରିଚାଳନା ଆଦି ଘଟଣାକୁ ଦୃଷ୍ଟିରେ ରଖି ଆସିଛି।

ବାଙ୍କେ ବିହାରୀ ମନ୍ଦିର କରିଡର ଯୋଜନା କାଶୀ ବିଶ୍ୱନାଥ ମନ୍ଦିର କରିଡରର ଆଦର୍ଶରେ ନିର୍ମିତ ହେବ। ଏହି ୫ ଏକର ବିଶିଷ୍ଟ କରିଡର ପ୍ରତିଦିନ ୫୦,୦୦୦ ତୀର୍ଥଯାତ୍ରୀଙ୍କୁ ସ୍ଥାନ ଦେବା ସହ ଜୁଗଲଘାଟ, ବିଦ୍ୟାପୀଠ ଛକ ଓ ଜାଦୌ ପାର୍କିଂ ମାଧ୍ୟମରେ ତିନୋଟି ସୁବିଧାଜନକ ପଥ ଯୋଗାଇବ। ଏହି କରିଡରରେ ୧୧,୩୦୦ ବର୍ଗମିଟର ବିଶିଷ୍ଟ ଗ୍ରାଣ୍ଡ ଫ୍ଲୋରରେ ପୂଜା ସାମଗ୍ରୀ ଦୋକାନ, କୃଷ୍ଣ ଚିତ୍ରକଳା କରିଡର, ୩,୫୦୦ ବର୍ଗମିଟରର ଅପେକ୍ଷା କକ୍ଷ ଏବଂ ୫,୧୧୩ ବର୍ଗମିଟରର ଖୋଲା ଅଞ୍ଚଳ ରହିବ। ଏହା ସହ ପାର୍କିଂ, ଶୌଚାଳୟ, ସୁରକ୍ଷା ଚୌକି, ପାନୀୟ ଜଳ, ଚିକିତ୍ସା ସେବା ଓ ଶିଶୁ ଯତ୍ନ ସୁବିଧା ଆଦି ମଧ୍ୟ ରହିବ।

ମାତ୍ର ୧,୨୦୦ ବର୍ଗଫୁଟ ବିଶିଷ୍ଟ ବାଙ୍କେ ବିହାରୀ ମନ୍ଦିରରେ ପ୍ରତିଦିନ ୫୦,୦୦୦ ତୀର୍ଥଯାତ୍ରୀ ଆସୁଛନ୍ତି, ଯାହା ସପ୍ତାହାନ୍ତରେ ୧.୫ ରୁ ୨ ଲକ୍ଷ ଏବଂ ପର୍ବ ସମୟରେ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଉଛି। ୨୦୨୨ରେ ଜନ୍ମାଷ୍ଟମୀ ସମୟରେ ଭିଡ଼ ଜନିତ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଏବଂ ୨୦୨୧-୨୦୨୩ ମଧ୍ୟରେ ଭିଡ଼ ଓ ଶ୍ୱାସରୁଦ୍ଧ ହେବା ଯୋଗୁଁ ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଏହି କରିଡରର ଆବଶ୍ୟକତାକୁ ଦର୍ଶାଇଛି।

ଏହି ଯୋଜନା ପାଇଁ ୫.୬୫ ଏକର ଜମି ଅଧିଗ୍ରହଣ ଆବଶ୍ୟକ, ଯେଉଁଥିରେ ୩୧୫ଟି ଦୋକାନ ଓ ବାସଭବନ ଅଛି। ୨୦୨୩ରେ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଦୋକାନୀମାନେ ବିକ୍ଷୋଭ କରିଥିଲେ, ଏପରିକି କେତେକ ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଥିଲେ। ପ୍ରଶାସନ ବଜାର ହାରଠାରୁ ଅଧିକ କ୍ଷତିପୂରଣ ଓ କରିଡର ଭିତରେ ଦୋକାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?