ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଜଣାଇଲେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ

ନୂଆଦିଲ୍ଲୀ,୧୫।୫: ଭାରତରେ ବୟକଟ ତୁର୍କୀର ଟ୍ରେଣ୍ଡ ଚାଲିଥିବା ବେଳେ ଗୁରୁବାର ତୁର୍କୀ ରାଷ୍ଟ୍ରପତି ରେସେପ ତୟିପ ଏର୍ଡୋଗାନ ପୁଣିଥରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଏକ ପୋଷ୍ଟକୁ ରି-ପୋଷ୍ଟ କରି ଏର୍ଡୋଗାନ ଲେଖିଛନ୍ତି, ପ୍ରିୟର ଭାଇ ଶେହବାଜ। ଆଗାମୀ ଦିନରେ ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ଭାଇଚାରା ଆହୁରି ସୁଦୃଢ଼ ହେବ। ଏହି ଭାଇଚାରା ପ୍ରକୃତ ବନ୍ଧୁତାର ସର୍ବୋତ୍ତମ ଉଦାହରଣ ହୋଇ ରହିବ।

ଭବିଷ୍ୟତରେ ପାକିସ୍ତାନର ଉଭୟ ଭଲ ଏବଂ ଖରାପ ସମୟରେ ତୁର୍କୀ ଦୃଢ଼ ଭାବେ ଛିଡ଼ା ହୋଇ ରହିବ ବୋଲି ଏର୍ଡୋଗାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଏହାପୂର୍ବରୁ ଶେହବାଜ ଏକ ପୋଷ୍ଟରେ ଏର୍ଡୋଗାନଙ୍କୁ ଟ୍ୟାଗ୍‌ କରି ଲେଖିଥିଲେ, ତୁର୍କୀ ରାଷ୍ଟ୍ରପତି ତଥା ପ୍ରିୟର ଭାଇ ଏର୍ଡୋଗାନଙ୍କ ପାକିସ୍ତାନ ପ୍ରତି ଦୃଢ଼ ସମର୍ଥନ ଏବଂ ଏକତା ପ୍ରଦର୍ଶନ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି।  ତୁର୍କୀ ସହ ନିଜର ଦୀର୍ଘକାଳୀନ ଏବଂ ସ୍ଥାୟୀ ଭାଇଚାରା ପାଇଁ ପାକିସ୍ତାନ ସବୁବେଳେ ଗର୍ବିତ। ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ ନିମନ୍ତେ ଏର୍ଡୋଗାନଙ୍କ ଗଠନମୂଳକ ଭୂମିକା ଏବଂ ପ୍ରଭାବୀ ପ୍ରୟାସ ପାଇଁ ସେ ତାଙ୍କ ନିକଟରେ କୃତଜ୍ଞ ହୋଇ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri