Posted inଜାତୀୟ

ବଦଳି ହେଲେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକ; ମାନହାନି ମାମଲାରେ ରାହୁଲଙ୍କ ଆବେଦନକୁ କରିଥିଲେ ଖାରଜ

ନୂଆଦିଲ୍ଲୀ,୧୧।୮: ଦେଶର ବିଭିନ୍ନ ହାଇକୋର୍ଟର ୨୩ଜଣ ବିଚାରପତିଙ୍କୁ ବଦଳି କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ଯେଉଁ ବିଚାରପତମାନିଙ୍କୁ ବଦଳି କରାଯାଇଛି ସେମାନଙ୍କ ମଧ୍ୟରେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକଙ୍କ ନାମ ମଧ୍ୟ ସାମିଲ ଅଛିି। ଜଷ୍ଟିସ ହେମନ୍ତ ମୋଦି ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଗୋବାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଏଥିରେ ସାମିଲ ଥିଲେ।

ଅଗଷ୍ଟ ୩ରେ ସୁପ୍ରିମକୋର୍ଟରେ କଲେଜିୟମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁଜୁରାଟ ହାଇକୋର୍ଟର ଚାରିଜଣ ବିଚାରପତି, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଚାରିଜଣ ବିଚାରପତି ଏବଂ ଆହ୍ଲାବାଦ ହାଇକୋର୍ଟର ଜଣେ ବିଚାରପତିଙ୍କୁ ବଦଳି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଜଷ୍ଟିସ ହେମନ୍ତଙ୍କୁ ଗୁଜୁରାଟ ହାଇକୋର୍ଟରୁ ପାଟନା ହାଇକୋର୍ଟକୁ ବଦଳି କରାଯିବା ସହ ଗୁଜୁରାଟ ହାଇକୋର୍ଟର ଅନ୍ୟ ତିନିଜଣ ବିଚାରପତିଙ୍କୁ ସ୍ଥାନାନ୍ତର କରାଯାଇଛି। ଜଷ୍ଟିସ ଆଲପେଶ ୟ କୋଗଜେ, ଜଷ୍ଟିସ କୁମାରୀ ଗୀତା ଗୋପୀ ଏବଂ ଜଷ୍ଟିସ ସମୀର ଜେ ଡାଭେଙ୍କୁ ଯଥାକ୍ରମେ ଆହ୍ଲାବାଦ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟକୁ ପଠାଇବାକୁ ସୁପାରିଶ କରାଯାଇଛି।

ଅନ୍ୟପକ୍ଷରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଷ୍ଟିସ ଅରବିନ୍ଦ ସିଂ ସାଙ୍ଗୱାନ, ଜଷ୍ଟିସ ଅବନୀଶ ଜିଙ୍ଗାନ, ଜଷ୍ଟିସ ରାଜ ମୋହନ ସିଂ ଏବଂ ଜଷ୍ଟିସ ଅରୁଣ ମୋଙ୍ଗାଙ୍କୁ ଆହ୍ଲାବାଦ ହାଇକୋର୍ଟ, ଗୁଜୁରାଟ ହାଇକୋର୍ଟ, ମଧ୍ୟପ୍ରଦେଶ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟକୁ ପଠାଇବାକୁ ପରାମର୍ଶ ଦିଆଯାଇଛି। ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ବିବେକ କୁମାର ସିଂଙ୍କୁ ମାଡ୍ରାସ ହାଇକୋର୍ଟ ପଠାଇବାକୁ ସୁପାରିଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri