ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବେଦାନ୍ତଙ୍କୁ ଚିଠି ଲେଖି କଲେ ତାଗିଦ

ସମ୍ବଲପୁର,୧୧ା୮(ଶୁଭାଶିଷ ପାଢୀ): ଝାରସୁଗୁଡ଼ା ବେଦାନ୍ତ କମ୍ପାନୀରୁ ବାହାରୁଥିବା ଫ୍ଲାଏଆଶ ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପକାଯାଉଛି । ଏହାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଶାଖା ବେଦାନ୍ତ କମ୍ପାନୀ ମୁଖ୍ୟ ପରିଚାଳକଙ୍କୁ ଚିଠି (ନଂ.୨୭୯୩/୨୩) କରି ତାଗିଦ କରିଛି।

ଆଞ୍ଚଳିକ ଶାଖା ଭାରପ୍ରାପ୍ତ ନିର୍ଦ୍ଦେଶକ ସତ୍ୟନାରାୟଣ ନନ୍ଦ କରିଥିବା ଏହି ଚିଠିରେ ଉଲ୍ଲେଖ ରହିଛି, କମ୍ପାନୀରୁ ନିର୍ଗତ ଫ୍ଲାଏଆଶ ଓ ବର୍ଜ୍ୟବସ୍ତୁ ସମ୍ବଲପୁର ଜାତୀୟ ରାଜପଥ ୫୫ ଓ ରାଜ୍ୟ ରାଜପଥ କଡରେ ପକାଇ ଦିଆଯାଇଛି। ଏଠାରେ ସରକାରୀ ଓ ବ୍ୟକ୍ତିଗତ ଜମି ମଧ୍ୟ ରହିଛି। ଏଥିପାଇଁ କୌଣସି ନିୟମ ପାଳନ ହେଉ ନାହିଁ। ଶାସନ ରାସ୍ତାର କେନ୍ଦୁଘାଟି ଆରବି ସ୍ପଞ୍ଜ କାରଖାନା ପାର୍ଶ୍ୱରେ ମଧ୍ୟ ପକାଯାଉଛି। ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅବଗତ କରାଯାଉ ନାହିଁ। ପାଉଁଶ ପକାଇବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ସମସ୍ୟା ହେଉଛି। ଭାରିଯାନ ଚଳଚଳ ଯୋଗୁ ଯାତାୟାତରେ ମଧ୍ୟ ସମସ୍ୟା ହେଉଛି। ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ପ୍ରତିଶ୍ରୁତି ପୂରଣ କରିଲାନି ପ୍ରଶାସନ, ଶତାଧିକ ମହିଳା, ପୁରୁଷ ଏକାଠି ହୋଇ…

ମୋହନା,୧୧।୫( ମନ୍ମଥ ମିଶ୍ର ) : ପ୍ରତିଶ୍ର୍ରୁତି ପୂରଣ କରିଲାନି ପ୍ରଶାସନ। ପ୍ରକଳ୍ପ କାମ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ । ଦୀର୍ଘ ବର୍ଷଧରି ଚାଲୁ ରହିଥିବା…

ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା…

ବାଘ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ: ଧରିବାକୁ ଡ୍ରୋନ ଚଳାଇଛି ବନବିଭାଗ, ହେଲେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା…

ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି: ବିଭିନ୍ନ ସମସ୍ୟା ସମାଧାନ ଦାବି

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଶାସନ ପକ୍ଷରୁ ସୋମବାର ଗୌଡ଼ଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ବିଡ଼ିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri