ସନ୍ନି ଦେଓଲଙ୍କୁ ବିବାହ ପରେ ଦୁଃଖରେ ରହୁଥିଲେ ପୂଜା, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ ତଥା ବଲିଉଡ୍‌ ସୁପରଷ୍ଟାର ସନ୍ନି ଦେଓଲଙ୍କୁ ସ୍ତ୍ରୀ ପୂଜାଙ୍କ ସହ ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। କାରଣ ପୂଜା ଲାଇମ୍‌ଲାଇଟ୍‌ରୁ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି। ହେମା ମାଳିନିଙ୍କ ସାବତ ପୁଅ ସନ୍ନି ଲୁଚିଛପି ବିବାହ କରିଥିଲେ। ଜାଣିବା ପୂଜା କିଏ ଏବଂ ସେ କ’ଣ କରନ୍ତି।
ବିବାହ ପୂର୍ବରୁ ପୂଜାଙ୍କ ନାମ ଲିଣ୍ଡା ଥିଲା। ସେ ବ୍ରିଟେନ ନିବାସୀ। ପୂଜାଙ୍କ ବାପା ଭାରତୀୟ ଥିବାବେଳେ ମା’ ବ୍ରିଟିସ ନାଗରୀକ ଥିଲେ। ୧୯୮୪ରେ ପୂଜା ଏବଂ ସନ୍ନି ବିବାହ କରିଥିଲେ। ମାତ୍ର ଏହି ବିବାହ ବିଷୟରେ ଲୋକମାନେ ୧୯୯୦ ପରେ ଜାଣିବାକୁ ପାଇଥିଲେ। ୧୯୯୦ରେ ପୂଜା ଯେତେବେଳେ ତାଙ୍କର ବଡ଼ ପୁଅ କରଣଙ୍କୁ ଜନ୍ମ ଦେଲେ ସେହି ସମୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା।
ପୂଜା ପେଶାରେ ଜଣେ ଲେଖିକା। ସେ ସନ୍ନି ଦେଓଲଙ୍କ ଫିଲ୍ମ ‘ୟମଲା ପଗଲା ଦିଓ୍ବାନା’ର ସ୍କ୍ରିନ୍‌ ପ୍ଲେ ଲେଖିଥିଲେ। ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲଙ୍କୁ ବିବାହକୁ ନେଇ ପୂଜା ପ୍ରଥମେ ଖୁସି ନ ଥିଲେ। ଏହାର କାରଣ ହେଉଛି ସନ୍ନିଙ୍କ ଆଫେୟାର୍ସ। ସନ୍ନିଙ୍କ ନାମ ଅମୃତା ସିଂହ ଏବଂ ଡିମ୍ପଲ କପାଡିୟାଙ୍କ ସହ ଯୋଡାଯାଉଥିଲା। ବର୍ତ୍ତମାନ ସନ୍ନି ଏବଂ ପୂଜା ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି। ସେମାନଙ୍କର ୨ ପୁଅ କରଣ ଏବଂ ରାଜଭୀର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri