Posted inଖେଳ

‘ପନ୍ତଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ’

ଜୋହାନ୍ସବର୍ଗ,୫।୧: ଦୁଇ ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ନ୍ୟୁ ଇୟର ଟେଷ୍ଟର ତୃତୀୟ ଦିନରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ପ୍ରବଳ ଚାପରେ ଖେଳୁଥିବା ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିବା ପରେ ଫେରିଥିଲେ ପ୍ୟାଭିଲିଅନ। ତୃତୀୟ ଉଇକେଟ ପାଇଁ ଦୁହେଁଙ୍କ ମଧ୍ୟରେ ୧୧୧ ରନ୍‌ର ଭାଗୀଦାରି ହୋଇଥିଲା। କ୍ରମାଗତ ବ୍ୟବଧାନରେ ଦୁଇ ବରିଷ୍ଠ ବ୍ୟାଟର ଆଉଟ୍‌ ହେବା ପରେ ବେପରୁଆ ଶଟ୍‌ ଖେଳି ଆଉଟ୍‌ ହୋଇଥିଲେ ରିଷଭ ପନ୍ତ। ଏଥିଲାଗି ତାଙ୍କୁ ସମାଲୋଚନା କରି ତାଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ ଥିବା କହିଛନ୍ତି କିମ୍ବଦନ୍ତୀ ବ୍ୟାଟର ସୁନିଲ ଗାଭାସ୍କର।

“ସେହି ଶଟ୍‌ ପାଇଁ ତାଙ୍କୁ କଦାପି କ୍ଷମା କରାଯାଇ ପାରିବ ନାହିଁ। ସେଭଳି ଶଟ୍‌ ଖେଳିବାର ଆବଶ୍ୟକତା ନ ଥିଲା। ତାଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ ରହିଛି। ରାହାନେ, ପୂଜାରା କ୍ରିଜ୍‌ରେ ସମୟ ବିତାଇଥିଲେ। ଏଥିଯୋଗୁ ସେମାନଙ୍କୁ ହାତ, ଦେହରେ ବଲ ଖାଇବାକୁ ପଡ଼ିଥିଲା। ତୁମକୁ ମଧ୍ୟ ଲଢ଼େଇ କରିବାକୁ ପଡ଼ିବ” ବୋଲି ମ୍ୟାଚ୍‌ ବେଳେ କମେଣ୍ଟ୍ରି କରୁଥିବା ଗାଭାସ୍କର କହିଛନ୍ତି।

ରାହାନେ ଉଇକେଟ ପଛରେ କ୍ୟାଚ୍‌ ଆଉଟ୍‌ ହେବା ପୂର୍ବରୁ ୫୮ ରନ୍‌ କରିଥିଲେ। ସେହିଭଳି ୫୩ ରନ୍‌ କରିଥିବା ପୂଜାରା ଏଲବିଡବ୍ଲ୍ୟୁ ଆଉଟ୍‌ ହେବାରୁ ଭାରତୀୟ ଦଳର ଦ୍ୱିତୀୟ ଇନିଂସ ସ୍କୋର ୧୬୩/୪କୁ ଖସି ଆସିଥିଲା। ଏଭଳି ପରିସ୍ଥିତିରେ ଉଇକେଟକିପର ବ୍ୟାଟର ପନ୍ତ କ୍ରିଜରେ ସମୟ ବିତାଇବା ଯାଗାରେ ବଡ଼ ଶଟ୍‌ ମାରିବାକୁ ଉଦ୍ୟମ କରିଥିଲେ। ଯାହାକି ତାଙ୍କ ପାଇଁ କାଳ ସାଜିଥିଲା। ଏକ ଶଟ୍‌ ପିଚ୍‌ ବଲକୁ ଷ୍ଟେପ୍‌ ଆଉଟ୍‌ କରି ମାରିବାକୁ ଉଦ୍ୟମ କଲା ବେଳେ ବଲ ବ୍ୟାଟର ଏଜ ନେଇ ଚାଲିଯାଇଥିଲା ଉଇକେଟକିପରଙ୍କ ହାତକୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri