Posted inଖେଳ

ଗାଭାସ୍କରଙ୍କ ବଡ଼ ଘୋଷଣା: କୋହଲିଙ୍କ ପରେ ଏହି ଖେଳାଳିଙ୍କୁ ଦିଆଯାଉ ଅଧିନାୟକ ପଦ

ନୂଆଦିଲ୍ଲୀ,୨୯।୯: ନିକଟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୧ ଟି -୨୦ ବିଶ୍ୱକପ ପରେ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱରୁ ଇସ୍ତଫା ଦେବେ। ଏଭଳି ପରିସ୍ଥିତିରେ ଭାରତର ମହାନ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ବିରାଟ କୋହଲିଙ୍କ ସ୍ଥାନରେ ଭାରତର ଟି -୨୦ ବିଶ୍ୱକପ୍‌ର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଉ।
ସୁନୀଲ ଗାଭାସ୍କର କହିଛନ୍ତି ଯେ, ଆଗାମୀ ଦୁଇ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଦଳର ଅଧିନାୟକ କରାଯିବା ଉଚିତ୍‌। ଗାଭାସ୍କର କହିଛନ୍ତି ଯେ, ଟି-୨୦ ବିଶ୍ୱକପ ଲଗାତାର ଦୁଇ ବର୍ଷ ହେବ ଏବଂ ଏଥିପାଇଁ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରାଯିବା ଉଚିତ୍‌। ମୁଁ ଉପ-ଅଧିନାୟକ ପାଇଁ କେ.ଏଲ ରାହୁଲଙ୍କ ସହ ଯିବି। ରିଷଭ ପନ୍ତଙ୍କ ନାମ ମଧ୍ୟ ମୋ ମନରେ ଅଛି କାରଣ ସେ ଦିଲ୍ଲୀ କ୍ୟାପିଟାଲ୍ସକୁ ବହୁତ ପ୍ରଭାବଶାଳୀ ଭାବରେ ଅଧିନାୟକତ୍ୱ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୧୬ରେ ଅଲଆଉଟ୍‌ ହେଲା ଟିମ୍‌ ଇଣ୍ଡିଆ

ବର୍ମିଂହାମ,୨।୭: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୪୧୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଟିମ୍‌ ଇଣ୍ଡିଆ। ଶନିବାର ଟେଷ୍ଟର ଦ୍ୱିତୀୟ ଦିନର ଖେଳ ୩୩୮/୭ରୁ...

ଏହି ଖେଳାଳିଙ୍କୁ ବାମହାତୀ ସେହ୍ବାଗ କହିଲେ ପୂର୍ବତନ ପାକିସ୍ତାନ ଖେଳାଳି

କରାଚୀ,୮।୩ : ଅଷ୍ଟ୍ରେଲିଆ ପରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପ୍ରଶଂସକଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି...

କୋହଲିଙ୍କ ସବୁଠାରୁ ଭଲ ଗୁଣ କ’ଣ ଜାଣନ୍ତି: ପ୍ରଶଂସାରେ ଶତମୁଖ ହୋଇ ଏଭଳି କହିଲେ କୋଚ୍‌…

ନୂଆଦିଲ୍ଲୀ,୫।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଜୁନ୍‌ ୧୮ରୁ ଡବ୍ଲୁଟିସି ଫାଇନାଲ ଇଂଲଣ୍ଡରେ ଖେଳାଯିବ। ଏହି ମହାମୁକାବିଲା ପୂର୍ବରୁ ଭାରତୀୟ...

ନୂଆ ବର୍ଷ ପୂର୍ବରୁ ହାର୍ଦ୍ଦିକ- ସୂର୍ଯ୍ୟକୁମାରଙ୍କୁ ବଡ଼ ଭେଟି, ଦୁହିଁଙ୍କ ବମ୍ପର ପ୍ରମୋଶନ…

ନୂଆଦିଲ୍ଲୀ,୨୮।୧୨: ନୂଆ ବର୍ଷ ଆସିବାକୁ ଆଉ ଦିନ କେଇଟା ବାକି। ହେଲେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟ୍ସମ୍ୟାନ୍‌...

ଫିଫା ସର୍ଭେ: ୭୦ ପ୍ରତିଶତ ମହିଳା କ୍ଲବ କ୍ଷତିରେ ଚାଲୁଛି

ଜେନେଭା,୨୮।୫(ଏପି): ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫାର ଏକ ସର୍ଭେ ବିଶ୍ୱ ମହିଳା ଫୁଟ୍‌ବଲର ସମସ୍ୟାକୁ ପଦାରେ ପକାଇଛି। ଅନ୍ତର୍ଜାତୀୟସ୍ତରର ୭୦ ପ୍ରତିଶତ ମହିଳା...

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଙ୍ଗନୁଇ,୩୦।୧୧: ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ୭୨ ରନରେ ବିଜୟ ହାସଲ...

ଆଜି କଟକ ଆସିବେ ରାଇନା ଓ ପ୍ରଜ୍ଞାନ

କଟକ ଅଫିସ,୧୫।୨: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଏବଂ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆର କପୁରସିଂହ ଖେଳ ପଡ଼ିଆରେ ଏମଜିଏମ ସ୍କୁଲ...

କୋହଲି କହିଲେ ‘ଶୁଭେଚ୍ଛା ଅଧିନାୟକ’; ପାଣ୍ଡ୍ୟା କହିଲେ ‘ମୋର ସବୁଦିନର ପ୍ରେମ’; ଧୋନୀଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଛୁଟିଛି…

ନୂଆଦିଲ୍ଲୀ,୭।୭: ବୁଧବାର ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପ୍‌ଟେନ୍‌ କୁଲ୍‌। ୧୯୮୧ ଜୁଲାଇ ୭ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ସେ। ଜନ୍ମଦିନରେ ପ୍ରଶଂସକଙ୍କ ସହ...

Advertisement
Archives

Model This Week