ସୁନାବେଶରେ ଦାରୁଦିଅଁ

ପୁରୀ ଅଫିସ,୨୨ା୭: ତିନିରଥ ଉପରେ ବୁଧବାର ସୁନାବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ବିଗ୍ରହଙ୍କୁ ଅଢ଼େଇ ମହଣ ସୁନାରେ ସଜ୍ଜିତ କରାଯାଇଛି। ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଛି ମହାମାରୀ କରୋନା। ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଭଳି ସୁନାବେଶ ମଧ୍ୟ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଶେଷ ହୋଇଛି। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶକୁ ଭକ୍ତ ନିଜ ଚର୍ମଚକ୍ଷୁରେ ଦର୍ଶନ କରିବାର ସୌଭାଗ୍ୟ ପାଇପାରିନାହାନ୍ତି।
ମହାପ୍ରଭୁଙ୍କ ମଙ୍ଗଳ ଆଳତି ପ୍ରାତଃ ୭ଟା ୧୦ରୁ ୭ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ହୋଇଥିବାବେଳେ ମଇଲମ ୭ଟା ୩୫ରୁ ୭ଟା ୫୦ ପର୍ଯ୍ୟନ୍ତ ହୋଇଥିଲା। ଏହାପରେ ପରବର୍ତ୍ତୀ ନୀତିକାନ୍ତି କରାଯାଇ ପୂର୍ବାହ୍ନ ୯ଟା ସୁଦ୍ଧା ଅବକାଶ ପୂଜା ଶେଷ କରାଯାଇଥିଲା। ତିନି ରଥରେ ୧୦ଟା ୨୦ ମିନିଟ୍‌ ସୁଦ୍ଧା ଗୋପାଳବଲ୍ଲଭ ନୀତି ଓ ୧୧ଟା ୩୫ରେ ସକାଳ ଧୂପ ସମ୍ପନ୍ନ ହୋଇଥିଲା। ଏହାପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ଓ ମଧ୍ୟାହ୍ନ ଧୂପ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟା ୩୦ରେ ମଧ୍ୟାହ୍ନ ଧୂପ ସରିଥିଲା। ଅପରାହ୍ନ ୪ଟାରେ ମଇଲମ, ୪ଟା ୧୫ରେ ସର୍ବାଙ୍ଗ ସରି ୪ଟା ୪୦ରେ ସୁନାବେଶ ଆରମ୍ଭ ହୋଇଥିଲା। ଭଣ୍ଡାର ମେକାପ, ଖୁଣ୍ଟିଆ, କମାଣ୍ଡର, ପରିଚାଳନା କମିଟି ସଦସ୍ୟ ଏବଂ ଜିଲାପାଳଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ଭଣ୍ଡାର ମେକାପମାନେ ଶ୍ରୀଜୀଉଙ୍କ ଦେହରେ ଲାଗିହେବାକୁ ଥିବା ମହଣ ମହଣ ସୁନା ଅଳଙ୍କାର ଆଣି ରଥ ଉପରେ ଭିତରଚ୍ଛୁ, ତଳିଚ୍ଛୁ, ପୁଷ୍ପାଳକ ସିଂହାରୀ ଓ ଦଇତାପତିଙ୍କୁ ବଢ଼ାଇଥିଲେ। ଏହାପରେ ବେଶ ଆରମ୍ଭ ହୋଇଥିଲା। ତିନି ଠାକୁରଙ୍କୁ ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନ କିରୀଟ, କରପଲ୍ଲବ, ମୁଦି, କଣ୍ଠମାଳ, ବଳା, ବାହୁଟି, କାନ୍ତ ଓ କଟି ମେଖଳା ଇତ୍ୟାଦି ବହୁବିଧ ଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନା କିରୀଟର ଓଜନ ୭ କିଲୋ ୧୧୪ ଗ୍ରାମ ହୋଇଥିବାବେଳେ ପ୍ରଭୁ ବଳଭଦ୍ରଙ୍କ ସୁନା କିରୀଟ ୫ କିଲୋଗ୍ରାମ୍‌ ୬୨ ଗ୍ରାମ୍‌ ଏବଂ ଦେବୀ ସୁଭଦ୍ରାଙ୍କ ସୁନା କିରୀଟର ଓଜନ ୩ କିଲୋ ୨୦୭ ଗ୍ରାମ୍‌। ସେହିପରି ହରିଡ଼ାମାଳି ୧ କିଲୋ ୪ଶହ ଗ୍ରାମ୍‌, ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ ଓ ଶ୍ରୀପୟର ମିଶି ୯ କିଲୋ ୫୪୦ ଗ୍ରାମ୍‌, ବଳଭଦ୍ରଙ୍କ ଶ୍ରୀଭୁଜ ଓ ଶ୍ରୀପୟର ମିଶି ୮କିଲୋ ୨୮୦ ଗ୍ରାମ୍‌ ଓଜନର ହୋଇଥିବା ବେଳେ ଏହାକୁ ଠାକୁରଙ୍କୁ ଲାଗି କରାଯାଇଥିଲା। ଅପରାହ୍ନ ୫ଟା ୪୦ରେ ସୁନାବେଶ ଶେଷ ହୋଇଥିଲା। ଏହାପରେ ରଥାରୂଢ଼ ଠାକୁରଙ୍କ ସନ୍ଧ୍ୟା ଆଳତି ହୋଇଥିଲା। ବେଶ ଶେଷ ଓ ସନ୍ଧ୍ୟା ଆଳତି ସମୟ ମଧ୍ୟରେ ମୁଷଳ ଧାରାରେ ବର୍ଷା ଆରମ୍ଭ ହୋଇଥିଲା। ଏହା ପ୍ରାୟ ଦେଢ଼ ଘଣ୍ଟା ଧରି ଲାଗିରହିଥିଲା। ସନ୍ଧ୍ୟା ଆଳତି ୬ଟା ୨୦ରେ ସରିବା ପରେ ପରବର୍ତ୍ତୀ ନୀତିକାନ୍ତି କରାଯାଇଥିଲା। ରାତି ୮ଟାରୁ ୯ଟା ମଧ୍ୟରେ ସନ୍ଧ୍ୟା ଧୂପ ହୋଇଥିଲା। ରାତ୍ର ୧୧ଟା ପର୍ଯ୍ୟନ୍ତ ସୁନାବେଶ ରହିଥିଲା। ସିଧା ପ୍ରସାରଣ ମାଧ୍ୟମରେ ଭକ୍ତମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଥିଲେ। ରାତ୍ରି ୧୧ଟା ପରେ ସୁନାବେଶ ମଇଲମ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ୧୨ଟା ୩୦ରେ ଚନ୍ଦନଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ, ୨ଟାରେ ଶ୍ରୀଗରୁଡ଼ ଶୟନ ପରେ ଶେଷରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri