ଛୁଟିରେ ସୁମିତ, ଅପହରଣ ଆଶଙ୍କା କଲେ ତପସ୍ବିନୀ

ଆସିକା,୧୧।୧୨(ଡି.ଏନ.ଏ.): ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ସ୍ବାମୀଙ୍କ ସହ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଥିବା ତପସ୍ବିନୀ ଦାସ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ସ୍ବାମୀ ସୁମିତ ସାହୁ ଶୁକ୍ରବାର ସକାଳେ ଆସିକା ବ୍ଲକ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରାତି ସୁଦ୍ଧା ଫେରିନାହାନ୍ତି। ଚକ୍ରାନ୍ତ କରି ତାଙ୍କୁ କେହି ଅପହରଣ କରି ନେଇଥିବା ସେ ଆଶଙ୍କା କରୁଛନ୍ତି। ମେଡିକାଲରୁ ଛୁଟିରେ ଥିଲେ ମଧ୍ୟ ସୁମିତଙ୍କ ପତ୍ତା ମିଳୁନାହିଁ। ଏପରିକି ତାଙ୍କ ମୋବାଇଲ ଫୋନ ବନ୍ଦ ରହିଛି। ସ୍ବାମୀ କେଉଁଠି ଅଛନ୍ତି, ତାହା ଜଣାପଡ଼ୁ ନ ଥିବାରୁ ତପସ୍ବିନୀ ସନ୍ଦେହରେ ରହିଛନ୍ତି।
ନ୍ୟାୟ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁ ଘର ଆଗରେ ଧାରଣା ଦେବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତପସ୍ବିନୀ ଗତ ୩ ତାରିଖରୁ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହିଥିଲେ। ୭ ଦିନ ଉଭୟେ ଏକାଠି ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ରହିଥିଲା। ଅନ୍ୟପଟେ ନ୍ୟାୟ ପାଇଁ ତପସ୍ବିନୀ ରୁଜୁ କରିଥିବା ପିଟଶନ୍‌ ଶୁଣାଣି ପାଇଁ ଗତ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିଲା। ତପସ୍ବିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଓକିଲ ଉତ୍ତର ରଖିବାକୁ ୭ଦିନ ସମୟ ମାଗିଥିଲେ। ଏସ୍‌ଡିଜେଏମ୍‌ ଏଥିପାଇଁ ସମୟ ଦେବା ସହ ସେ ପର୍ଯ୍ୟନ୍ତ ତପସ୍ବିନୀ ତାଙ୍କ ସ୍ବାମୀଙ୍କ କାର୍ଯ୍ୟସ୍ଥଳ ଆସିକା ଅଞ୍ଚଳରେ ହୋଇଥିବାରୁ ଆସିକାରେ ଭଡ଼ାଘରେ ଏକାଠି ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ତପସ୍ବିନୀଙ୍କ ସମସ୍ତ ଖର୍ଚ୍ଚ ସୁମିତ ବହନ କରିବେ। ୭ ଦିନ ରହଣି ସମୟରେ ଆସିକା ଥାନାଧିକାରୀ ଓ ସୁରକ୍ଷା ଅଧିକାରୀ ତାଙ୍କ ସହ କଥା ହୋଇ କୋର୍ଟରେ ରିପୋର୍ଟ ଦାଖଲ କରିବେ। ତପସ୍ବିନୀ ଓ ସୁମିତଙ୍କ ସମ୍ପର୍କୀୟ ସେମାନଙ୍କୁ ସାକ୍ଷାତ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସ୍ଥିତିରେ ସୁମିତ ଓ ତପସ୍ବିନୀ ରହିବା ପାଇଁ ଅନ୍ୟ  କେଉଁଠି ଭଡ଼ାଘର ଠିକ୍‌ ହୋଇ ନ ଥିବା ବେଳେ ସ୍ବାମୀ ଶୁକ୍ରବାର ଚିନିଶିଳ୍ପ ଅତିଥି ଭବନକୁ ଫେରି ନ ଥିବାରୁ ତପସ୍ବିନୀ ବିଭିନ୍ନ ଆଶଙ୍କାରେ ରହିଛନ୍ତି। ସୁମିତଙ୍କୁ ଅପହରଣ ସମ୍ପର୍କରେ କୌଣସି ଅଭିଯୋଗ ଆସିନି। ତପସ୍ବିନୀ ଏ ନେଇ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ କରାଯାଇଥିଲା। ଡାକ୍ତର ସୁମିତ ଛୁଟିରେ ଥିବା ଜଣାପଡିଛି ବୋଲି ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଉମାଶଙ୍କର ମିଶ୍ରଙ୍କୁ ପଚାରିବାରେ ଡା. ସୁନିତ ସାହୁ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଯୁବ ଡାକ୍ତର ସୁମିତଙ୍କ ପ୍ରେମ ସମ୍ପର୍କ ରହିଥିଲା। ଗତବର୍ଷ କୋର୍ଟରେ ବିବାହ କରିବା ପରେ ଉଭୟେ ଏକାଠି ରହିଥିଲେ। ଗତ କିଛି ମାସ ହେବ ସ୍ବାମୀ, ଶାଶୁ ଓ ଶ୍ୱଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂଙ୍କୁ ମନାଇବା ସହ ବାହାଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୨ ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ୱଶୁର ଘର ଲୋକେ କୌଣସି ଆୟୋଜନ କରି ନ ଥିବାରୁ ତପସ୍ବିନୀ ବଧୂ ବେଶରେ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ। ନ୍ୟାୟ ନ ମିଳିବାରୁ ଶେଷରେ କୋର୍ଟର ଆଶ୍ରୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri