ଛୁଟିରେ ସୁମିତ, ଅପହରଣ ଆଶଙ୍କା କଲେ ତପସ୍ବିନୀ

ଆସିକା,୧୧।୧୨(ଡି.ଏନ.ଏ.): ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ସ୍ବାମୀଙ୍କ ସହ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଥିବା ତପସ୍ବିନୀ ଦାସ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ସ୍ବାମୀ ସୁମିତ ସାହୁ ଶୁକ୍ରବାର ସକାଳେ ଆସିକା ବ୍ଲକ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରାତି ସୁଦ୍ଧା ଫେରିନାହାନ୍ତି। ଚକ୍ରାନ୍ତ କରି ତାଙ୍କୁ କେହି ଅପହରଣ କରି ନେଇଥିବା ସେ ଆଶଙ୍କା କରୁଛନ୍ତି। ମେଡିକାଲରୁ ଛୁଟିରେ ଥିଲେ ମଧ୍ୟ ସୁମିତଙ୍କ ପତ୍ତା ମିଳୁନାହିଁ। ଏପରିକି ତାଙ୍କ ମୋବାଇଲ ଫୋନ ବନ୍ଦ ରହିଛି। ସ୍ବାମୀ କେଉଁଠି ଅଛନ୍ତି, ତାହା ଜଣାପଡ଼ୁ ନ ଥିବାରୁ ତପସ୍ବିନୀ ସନ୍ଦେହରେ ରହିଛନ୍ତି।
ନ୍ୟାୟ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁ ଘର ଆଗରେ ଧାରଣା ଦେବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତପସ୍ବିନୀ ଗତ ୩ ତାରିଖରୁ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହିଥିଲେ। ୭ ଦିନ ଉଭୟେ ଏକାଠି ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ରହିଥିଲା। ଅନ୍ୟପଟେ ନ୍ୟାୟ ପାଇଁ ତପସ୍ବିନୀ ରୁଜୁ କରିଥିବା ପିଟଶନ୍‌ ଶୁଣାଣି ପାଇଁ ଗତ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିଲା। ତପସ୍ବିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଓକିଲ ଉତ୍ତର ରଖିବାକୁ ୭ଦିନ ସମୟ ମାଗିଥିଲେ। ଏସ୍‌ଡିଜେଏମ୍‌ ଏଥିପାଇଁ ସମୟ ଦେବା ସହ ସେ ପର୍ଯ୍ୟନ୍ତ ତପସ୍ବିନୀ ତାଙ୍କ ସ୍ବାମୀଙ୍କ କାର୍ଯ୍ୟସ୍ଥଳ ଆସିକା ଅଞ୍ଚଳରେ ହୋଇଥିବାରୁ ଆସିକାରେ ଭଡ଼ାଘରେ ଏକାଠି ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ତପସ୍ବିନୀଙ୍କ ସମସ୍ତ ଖର୍ଚ୍ଚ ସୁମିତ ବହନ କରିବେ। ୭ ଦିନ ରହଣି ସମୟରେ ଆସିକା ଥାନାଧିକାରୀ ଓ ସୁରକ୍ଷା ଅଧିକାରୀ ତାଙ୍କ ସହ କଥା ହୋଇ କୋର୍ଟରେ ରିପୋର୍ଟ ଦାଖଲ କରିବେ। ତପସ୍ବିନୀ ଓ ସୁମିତଙ୍କ ସମ୍ପର୍କୀୟ ସେମାନଙ୍କୁ ସାକ୍ଷାତ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସ୍ଥିତିରେ ସୁମିତ ଓ ତପସ୍ବିନୀ ରହିବା ପାଇଁ ଅନ୍ୟ  କେଉଁଠି ଭଡ଼ାଘର ଠିକ୍‌ ହୋଇ ନ ଥିବା ବେଳେ ସ୍ବାମୀ ଶୁକ୍ରବାର ଚିନିଶିଳ୍ପ ଅତିଥି ଭବନକୁ ଫେରି ନ ଥିବାରୁ ତପସ୍ବିନୀ ବିଭିନ୍ନ ଆଶଙ୍କାରେ ରହିଛନ୍ତି। ସୁମିତଙ୍କୁ ଅପହରଣ ସମ୍ପର୍କରେ କୌଣସି ଅଭିଯୋଗ ଆସିନି। ତପସ୍ବିନୀ ଏ ନେଇ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ କରାଯାଇଥିଲା। ଡାକ୍ତର ସୁମିତ ଛୁଟିରେ ଥିବା ଜଣାପଡିଛି ବୋଲି ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଉମାଶଙ୍କର ମିଶ୍ରଙ୍କୁ ପଚାରିବାରେ ଡା. ସୁନିତ ସାହୁ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଯୁବ ଡାକ୍ତର ସୁମିତଙ୍କ ପ୍ରେମ ସମ୍ପର୍କ ରହିଥିଲା। ଗତବର୍ଷ କୋର୍ଟରେ ବିବାହ କରିବା ପରେ ଉଭୟେ ଏକାଠି ରହିଥିଲେ। ଗତ କିଛି ମାସ ହେବ ସ୍ବାମୀ, ଶାଶୁ ଓ ଶ୍ୱଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂଙ୍କୁ ମନାଇବା ସହ ବାହାଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୨ ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ୱଶୁର ଘର ଲୋକେ କୌଣସି ଆୟୋଜନ କରି ନ ଥିବାରୁ ତପସ୍ବିନୀ ବଧୂ ବେଶରେ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ। ନ୍ୟାୟ ନ ମିଳିବାରୁ ଶେଷରେ କୋର୍ଟର ଆଶ୍ରୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିଓ ବୁନ୍ଦା ଖାଇଲେ ଶିଶୁ

ଚନ୍ଦ୍ରଗିରି,୧୯।୧(ଡି.ଏନ୍‌.ଏ.): ସମଗ୍ର ଭାରତକୁ ପୋଲିଓମୁକ୍ତ କରିବା ଉଦ୍ଦେଶ୍ୟରେ ଜନ୍ମରୁ ପାଞ୍ଚ ବର୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯାଉଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲା ମୋହନା ଅଞ୍ଚଳରେ...

ଘୁଞ୍ଚିଲା ଓଜେଇଇ ଆବେଦନ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆବେଦନ ଅବଧିକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଏହାର ଶେଷ...

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ଛକ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ସୋମବାର ଅପରାହ୍ନରେ ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ତେବେ ଗୋଟିଏ ଗୋଷ୍ଠୀର ଦୁଇ ଜଣ...

ଓଡ଼ିଶା ବିଧାନସଭାରେ ରେକର୍ଡ: ସୂର୍ଯ୍ୟ ଗଞ୍ଜାମ ଜିଲାରୁ ପଞ୍ଚମ ବାଚସ୍ପତି

ବ୍ରହ୍ମପୁର ଅଫିସ,୩୦ା୫-ବିଜେଡିର ବରିଷ୍ଠ ନେତା ତଥା ଅତୀତର ମୋହନା ଓ ବର୍ତ୍ତମାନର ଦିଗପହଣ୍ଡି ସେଗ୍‌ମେଣ୍ଟରୁ ଲଗାତର ଭାବେ ସାତ ଥର ବିଧାୟକ ଏବଂ ବିଜୁ ପଟ୍ଟନାୟକ...

ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୨ା୫: ବରଗଡ଼ ସହରର ୧ନଂ ଓ୍ବାର୍ଡର ନଦୀପଡ଼ାରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ...

ବିଜେପୁର ଉପନିର୍ବାଚନ: ଗାଇସିଲେଟରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର

ବରଗଡ଼ ଅଫିସ/ଗାଇସିଲେଟ,୧୧।୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଗାଇସିଲେଟରୁ ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ପ୍ରଚାର ଆରମ୍ଭ କରିଛନ୍ତି...

‘ଢିଙ୍କିଆକୁ ନିନ୍ଦିତ କରା ନ ଯାଉ’

କୁଜଙ୍ଗ,୧୭।୪(ଡି.ଏନ୍‌.ଏ.): ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶର ଜନସାଧାରଣ ଶାନ୍ତିପ୍ରିୟ ଓ ନିରୀହ ହୋଇଥିବାବେଳେ ବାହାର ଅଞ୍ଚଳର କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ନିଜକୁ ଜନ ଆନ୍ଦୋଳନର...

ଷ୍ଟାଣ୍ଡପୋଷ୍ଟରେ ଜଳ ଯୋଗାଣ ବନ୍ଦ

ବ୍ରହ୍ମପୁର ଅଫିସ,୧।୩:  ବ୍ରହ୍ମପୁର ସହରରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ଓ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ...

Advertisement
Archives

Model This Week