ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୧।୧୨: ବୈଷୟିକ ଶିକ୍ଷା ପ୍ରତି ଯୁବତୀଯୁବକଙ୍କ ମଧ୍ୟରେ ସାମ୍ପ୍ରତିକ ସମୟରେ ଆକର୍ଷଣ ବୃଦ୍ଧି ପାଉଛି। କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହେଉଥିବାରୁ ଯୁବପିଢ଼ିଙ୍କ ଏହି ଶିକ୍ଷା ଆବଶ୍ୟକତା ହୋଇଛି। ଏହାର ସୁଯୋଗ ନେଉଛନ୍ତି କେତେଗୋଟି ଜାଲ୍‌ ସଂସ୍ଥା। ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ତାଲିମ କେନ୍ଦ୍ର ଖୋଲି ମିଛ ସାର୍ଟିଫିକେଟ ବାଣ୍ଟୁଛନ୍ତି। ଫଳରେ ନିରୀହ କିଶୋର ଓ ଯୁବବର୍ଗ ଠକାମିର ଶିକାର ହେଉଛନ୍ତି। ଆଳି ବ୍ଲକ ସାନମଙ୍ଗର ବୈଲୋଚନ ଦାସ ୮ ଦିନ ପୂର୍ବେ ଏପରି ଏକ ଘଟଣାର ଶିକାର ହୋଇଛନ୍ତି। ଜିଲାରେ ଥିବା ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରର ତନଖି କରି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଗୁରୁବାର ଏକ ଦାବିପତ୍ର ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରସ୍ଥ ଏକ ତାଲିମ କେନ୍ଦ୍ରରୁ ପିଜିଡିସିଏ କୋର୍ସ କରିଛନ୍ତି। ପାସ କରିଥିବା ସାର୍ଟିଫିକେଟ ସମ୍ପୃକ୍ତ ସଂସ୍ଥା ପରୀକ୍ଷା ପରେ ଦେଇଛନ୍ତି। ତେବେ ଗତ ୧୦ ଦିନ ପୂର୍ବେ ହାଇଦ୍ରାବାଦକୁ କର୍ମନିଯୁକ୍ତି ପାଇଁ ଯାଇଥିବା ବେଳେ ସେଠାରେ ପିଜିଡିସିଏ ପ୍ରମାଣପତ୍ର ଦେଖାଇବା ପରେ ଏହାର ବୈଧତା ନେଇ ପ୍ରଶ୍ନ ଉଠାଇବା ସହ ପଦବୀ ପାଇଁ ଅଯୋଗ୍ୟ ଘୋଷିତ କରିଛନ୍ତି।
ସୂଚନା ଅଧିକାର କର୍ମୀ ଅଶେଷ କୁମାର ଖଟୁଆ କୁହନ୍ତି, ୨୦୧୭ ରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ଏ ନେଇ ଏକ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନରେ ରାଜ୍ୟରେ ପିଜିଡିସିଏ ପରିଚାଳନା ପାଇଁ ଅନୁମତି ପାଇଥିବା ସଂସ୍ଥା ଅଥବା ଶିକ୍ଷାନୁଷ୍ଠାନର ନାମ ପ୍ରକାଶ ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ ହୋଇଥିଲା। ଏହିବର୍ଷ ଅଗଷ୍ଟ ୧ରେ ମିଳିଥିବା ତଥ୍ୟ (ପତ୍ରସଂଖ୍ୟା ୨୮୭୨୨)ରେ ରାଜ୍ୟର ମାତ୍ର ୧୩ଟି ଶିକ୍ଷାନୁଷ୍ଠାନକୁ ମଞ୍ଜୁରୀ ଥିବା ଜଣାପଡିଥିଲା। ଏହି ତଥ୍ୟକୁ ତର୍ଜମା କଲେ ରାଜ୍ୟ ସରକାରଙ୍କ ନଜର ଆଢୁଆଳରେ ୧୦ରୁ ଅଧିକ ଜାଲ୍‌ ସଂସ୍ଥା ନିଜର ନେଟୱର୍କ ରାଜ୍ୟ ସାରା ବିଛାଇଛନ୍ତି। ଏହି ଜାଲ୍‌ ସଂସ୍ଥାଗୁଡିକ କେନ୍ଦ୍ରାପଡ଼ା ଜିଲାରେ ୩୦ରୁ ଅଧିକ ସ୍ଥାନରେ ତାଲିମ କେନ୍ଦ୍ର ଖୋଲିଛନ୍ତି। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ବୈଷୟିକ କ୍ଷମତା ବୃଦ୍ଧିକୁ ପ୍ରାଧାନ୍ୟ ଦେଉଛନ୍ତି। ସ୍କିଲ ଇଣ୍ଡିଆ, ସ୍କିଲ ଓଡ଼ିଶାରେ ଯୁବବର୍ଗ ସାମିଲ ହୋଇ ଦେଶ ଓ ରାଜ୍ୟକୁ ଆଗକୁ ନେବାକୁ ସଚେତନତା ସୃଷ୍ଟି କରୁଛନ୍ତି। ଏ ନେଇ ସରକାରଙ୍କ ଅନୁଦାନ ବହୁଳ ଭାବେ ଖର୍ଚ୍ଚ ହେଉଛି। ତେବେ ତୃଣମୂଳସ୍ତରରେ ଯୋଜନାର କାର୍ଯ୍ୟକାରିତା ଓ ତନଖି ପାଇଁ ଅଦ୍ୟାବଧି ଉପଯୁକ୍ତ ଭିତ୍ତିଭୂମି ପ୍ରତିଷ୍ଠା କରିପାରିନାହାନ୍ତି। ଏହାର ସୁଯୋଗ ନେଇ କେତେଗୋଟି ଜାଲ୍‌ ସଂସ୍ଥା ଓ ବ୍ୟକ୍ତି ବିଶେଷ ନାମକୁମାତ୍ର ଶିକ୍ଷାକେନ୍ଦ୍ର ଖୋଲି ସାର୍ଟିଫିକେଟ ବିକ୍ରି କରୁଛନ୍ତି। ସେହିପରି ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କୁହନ୍ତି, ପୂର୍ବରୁ ଶିକ୍ଷାଦାନ ମହାପୁଣ୍ୟ ବୋଲି ବିବେଚିତ ହେଉଥିଲା। ଦେଶ ସ୍ବାଧୀନର ଅବଧି ପୂର୍ବରୁ ଶିକ୍ଷାର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଏକ ମୌଳିକ ସେବା ଓ ଅଧିକାର ହୋଇଛି। ତେବେ କେତେଗୋଟି ଘରୋଇ ସଂସ୍ଥା ସେବା ବଦଳରେ ଅର୍ଥ ଉପାର୍ଜନ ପାଇଁ ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଭ୍ରମିତ କରୁଥିବା ଦେଖାଯାଉଛି। ଏପରିକି କେତେଗୋଟି ଘରୋଇ ଶିକ୍ଷାନୁଷ୍ଠାନର ବୈଧତା ନ ଥାଇ ପ୍ରମାଣପତ୍ର ଯୋଗାଉଥିବାରୁ ଯୁବବର୍ଗ ଠକାମିର ଶିକାର ହେଉଛନ୍ତି। ଜିଲାରେ ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ସମ୍ପୃକ୍ତ ଅଭିଯୋଗକାରୀ ଦାସ ଭୁବନେଶ୍ୱରର ଏକ ତାଲିମକେନ୍ଦ୍ରର ପ୍ରମାଣପତ୍ର ପାଇଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏହି ସଂସ୍ଥାର କୌଣସି ଶାଖା ନାହିଁ। ତେବେ ଏପରି ଅବୈଧ ଶିକ୍ଷାନୁଷ୍ଠାନର ତନଖି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?