Posted inଜାତୀୟ

‘ଜେଲ ପ୍ରଶାସନ, ସତ୍ୟେନ୍ଦ୍ର ଜୈନଙ୍କ ଧମକ ମୋତେ ଚିନ୍ତାରେ ପକାଇଛି’-ଉପରାଜ୍ୟପାଳଙ୍କୁ ଆଉ ଏକ ଚିଠି ଲେଖିଲେ ସୁକେଶ

ନୂଆଦିଲ୍ଲୀ,୮ ।୧୧: ମଣ୍ଡୋଲି ଜେଲରେ ମନି ଲଣ୍ଡରିଂ ମାମଲାରେ ବନ୍ଦୀଥିବା ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ସୋମବାର ପୁଣିଏକ ଚିଠି ଜାରି କରିଛନ୍ତି । ଏଥିରେ ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ବିନା କାରଣ ନ ଥାଇ ବୟାନ ଦେଇ ଅସଲ ପ୍ରସଙ୍ଗକୁ ବିଗାଡିବା ବଦଳରେ ସିଧାସିଧା ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ।
ସୁକେଶ ଅଭିଯୋଗ କରିଛନ୍ତି, ସେ ଜେଲ ପ୍ରଶାସନ ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କ ଧମକ ଓ ଚାପକୁ ଦେଖି ଆଇନର ଆଶ୍ରୟ ନେବା ଠିକ୍ ବୋଲି ଭାବିଲେ । ଉପରାଜ୍ୟପାଳଙ୍କୁ ଚିଠି ଲେଖିବାକୁ କେହି ମୋ ଉପରେ ଚାପ ପକାଇ ନାହାନ୍ତି ।

ସୁକେଶ ଚନ୍ଦ୍ରଶେଖର କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ଶିଷ୍ୟ ନୁହଁନ୍ତି । ସେ କାହାକୁ ଭୟ କରନ୍ତି ନାହିଁ । ଯଦି ସେ ଉପରାଜ୍ୟପାଳଙ୍କୁ ଚିଠି ଲେଖିବା ଭୁଲ ତେବେ ସେ ଯେ କୌଣସି ଆଇନର ଲଢେଇ ଲଢିବାକୁ ପ୍ରସ୍ତୂତ ଅଛନ୍ତି । ଏଥିପାଇଁ ଫାଶୀ ମିଳିଲେ ବି ସେ ରାଜି ବୋଲି କହିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ମିଥ୍ୟାବାଦୀ ବୋଲି ପ୍ରମାଣ କରିବାକୁ ଅସମର୍ଥ ହେବେ ତେବେ ସେ ଇସ୍ତଫା ଦେବା ଉଚିତ୍ । ଏ ସମସ୍ତ ଘଟଣାର ସିବିଆଇ ତଦନ୍ତ୍ର ହେବା ଉଚିତ ବୋଲି ସୁକେଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri