ମ୍ୟୁନିସିପାଲିଟିର ଟାଳଟୁଳ ନୀତି, ତେଜୁଛି ଅସନ୍ତୋଷ

ବାରିପଦା ଅଫିସ,୮ା୧୧: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଦିନକୁ ଦିନ ବଢୁଛି ଟ୍ରାଫିକ ସମସ୍ୟା ।
ଦୋକାନୀମାନେ ରାସ୍ତା ଉପରେ ବାଣିଜି୍ୟକ ପ୍ରତିଷ୍ଠାନ ଖୋଲିବା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇପଡୁଛି । ଫଳରେ ଗାଡ଼ିମଟର ଚଳାଚଳରେ ବ୍ୟାଘାତ ହେଉଥିବା ବେଳେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ଏହାକୁ ନେଇ ବାରିପଦା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମାତ୍ର ପୌର ପରିଷଦର ନାକ ତଳେ ଥିବା ବସଷ୍ଟାଣ୍ଡ ରାସ୍ତାର ଉଚ୍ଛେଦ କରାଯାଉ ନାହିଁ । ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଭାବଶାଳୀ ବ୍ୟବସାୟୀଙ୍କ ଛତ୍ରଛାୟାରେ ଅଧିକାରୀ ତଥା ପୌରପରିଷଦର କର୍ମଚାରୀମାନେ ପଦକ୍ଷେପ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି।
ସୋମବାର ପୌର ପରିଷଦ ପକ୍ଷରୁ ବେଆଇନ ଦୋକାନ ଗୃହଗୁଡ଼ିକ ଉଚ୍ଛେଦ କରାଯାଇଛି। ସହରର ଷ୍ଟାଡିୟମ ଅଞ୍ଚଳ, ଛଉ ପଡ଼ିଆ, ଘୋଡ଼ାବନ୍ଧ, କାଠିଆ ଛକ, ଫ୍ରେଜର ହଷ୍ଟେଲ ଛକ ଓ ପିଆର୍‌ଏମ୍‌ ମେଡିକାଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବେ ଗଢ଼ି ଉଠିଥିବା ଦୋକାନଗୁଡ଼ିକ ଭାଙ୍ଗି ଦିଆଯାଇଛି। ପିଆର୍‌ଏମ୍‌ ମେଡିକାଲର ସାତମହଲା ବିଲ୍ଡିଂକୁ ସଂଯୋଗ କରୁଥିବା ରାସ୍ତାରେ ବାରମ୍ବାର ଉଚ୍ଛେଦ କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସରକାରୀ ଜମିକୁ ମାଡ଼ି ବସିଥିବା କୋଠା ଘର ଗୁଡ଼ିକ ଭଙ୍ଗା ଯାଉ ନ ଥିବା ବେଳେ ଗରିବ ଖଟିଖିଆଙ୍କ କୁଡିଆ ଘର ସଦୃଶ ଦୋକାନକୁ ଭାଙ୍ଗିବାରେ ମ୍ୟୁନସିପାଲିଟି ବ୍ୟସ୍ତ ରହୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରୁ ଆସୁଥିବା ରୋଗୀ ଏବଂ ଜିଲା ସଦର ମହକୁମାକୁ ଆସୁଥିବା ଜିଲାବାସୀ ସହରର ଭିଡ଼ ମଧ୍ୟରେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି । ମ୍ୟୁନସିପାଲିଟିକୁ ଲାଗିଥିବା ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ବସ୍‌ଷ୍ଟାଣ୍ଡ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଦୋକାନୀମାନେ ବେଆଇନ ଭାବେ ରାସ୍ତାକୁ ଦଖଲ କରିବାରେ ଲାଗିଛନ୍ତି। ଫଳରେ ଯାତ୍ରୀବାହୀ ବସ୍‌ ଯିବା ସମୟରେ ସମ୍ମୁଖ ଭାଗ କିମ୍ବା ପଛ ପାର୍ଶ୍ୱରୁ ଗାଡ଼ି ମଟର ଚଳପ୍ରଚଳ କଷ୍ଟକର ହୋଇପଡୁଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଦାୟିତ୍ୱ ଦେଇ ପୌର ପରିଷଦ ଦାୟିତ୍ୱ ଖସାଇ ନେଉଛି। ଫଳରେ ଦିନକୁ ଦୁଇ ଶହରୁ ଊର୍ଦ୍ଧ୍ୱ ବସ ଚଳାଚଳ କରୁଥିବାରୁ ଉକ୍ତ ରାସ୍ତା ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ କିମ୍ବା କଚେରୀ କାର୍ଯ୍ୟକୁ ଆସୁଥିବା ଲୋକମାନେ ବହୁ ହଇରାଣ ହରକତ ହୋଇ ବୁଲାଣିଆ ରାସ୍ତାରେ ଯାଉଛନ୍ତି । ଜିଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଅନ୍ୟମାନଙ୍କ ଭଳି ଉଚ୍ଛେଦ କରିପାରିଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସହରବାସୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଉକ୍ତ ରାସ୍ତାକୁ ମାଡ଼ି ଆସିଥିବା ଦୋକାନୀମାନଙ୍କୁ ଅବଗତ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri