ଝିଅ ପାଇଁ ଯୋଗ୍ୟପାତ୍ର

ଦୁଇବର୍ଷ ତଳେ ବଜାରରୁ ଫେରିଲା ବେଳେ ହଠାତ୍‌ ଦେଖା ହୋଇଗଲେ ପୁରୁଣା ଭଡ଼ାଘର ସାମ୍ନା ମହାନ୍ତି ଘର ଆଣ୍ଟି। ଏମିତି କିଛି ସମୟ ସୁଖଦୁଃଖ ପଚାରି ବୁଝିବା ପରେ ତାଙ୍କ ଆଡ଼ୁ କହିଲେ ଝିଅର ପ୍ରସ୍ତାବ ଲାଗିଛି ଗୋଟେ ଭଲ ଜାଗାରେ। ପୁଅ ସରକାରୀ ଚାକିରିଆ, ଦରମା ଭଲ ଅଛି, ଉପୁରି ବି କମଉଛି, ଦୁଇତାଲା ଘର। ସାନଭାଇ ବି କୋଉ ଗୋଟେ ସଫ୍ଟୱେର କମ୍ପାନୀରେ ଚାକିରି କରୁଛି। ଘରେ ବାପା ମା ଦି’ଜଣ। ଭାବୁଛୁ ସେଇଠି ବାହାଘର କରିଦେବୁ। ମହାନ୍ତିଘର ଆଣ୍ଟି ପୁଅର ଚାକିରି, ଘରଦ୍ୱାର ସବୁ କହିଲେ ହେଲେ ପୁଅ କେମିତି କ’ଣ, ସଂସ୍କାର, ଚରିତ୍ର ବିଷୟରେ କିଛି ବି କହିଲେନି। ଏମିତି କିଛି ସମୟ କଥାବାର୍ତ୍ତା ପରେ ଯେଝା ବାଟରେ ଯେଝେ ଚାଲିଲୁ।
ଗତସପ୍ତାହରେ ଯାଇଥିଲି ଜଣେ ବନ୍ଧୁ ପାଇଁ ଭଡ଼ାଘରଟେ ଖୋଜିବାକୁ । ଆଣ୍ଟି ଗେଟ୍‌ ପାଖେ ଠିଆ ହୋଇଥିଲେ ଦେଖା ହୋଇଗଲେ। କିଛି ସମୟ କଥାବାର୍ତ୍ତା ପରେ ମୁଁ ପଚାରିଲି, ଆଣ୍ଟି ଝିଅ ବାହାଘର ସାରିଲେଣି। କହିଲେ ହଁ, ସରକାରୀ ଚାକରିଆ ଦେଖିକି ଝିଅ ବାହା ଦେଇଥିଲି। ହେଲେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଜେଲରେ ଅଛି ଜ୍ୱାଇଁ। ଘର ସିଜ୍‌ ହୋଇଛି। ବିଚାରୀ ଝିଅଟା ନିଇତି ଆଖିରୁ ଲୁହ ଗଡ଼ଉଛି। ମୁଁ ମନେମନେ ଭାବିଲି ସେଦିନ ଆଣ୍ଟି ଝିଅ ବାହାଘର କଥା କହି କେତେ ଖୁସି ହେଉଥିଲେ, ପୁଅ ସରକାରୀ ଚାକିରିଆ, ଦରମା ଭଲ ଅଛି, ଉପୁରି ବି କମଉଛି, ଦୁଇତାଲା ଘର। ହେଲେ ସେ ଖୁସି ଆଜି ତାଙ୍କର ହଜିଯାଇଛି। ମୁଁ କଥା ଛଳରେ ଆଣ୍ଟିଙ୍କୁ କହିଲି ଦୁର୍ନୀତି ଏକ ଦୁର୍ଗୁଣ। ଏହା ବ୍ୟକ୍ତିର ଚରିତ୍ରଗତ ବା ଆଚରଣଗତ ସ୍ଖଳନକୁ ସୂଚାଏ। ସରକାରୀ ବା ଅନ୍ୟର ଅର୍ଥକୁ ହଡ଼ପ କରି ବ୍ୟକ୍ତିଟିଏ ଦୁର୍ନୀତିପରାୟଣ ହୋଇଯିବାର ମୁଖ୍ୟ କାରଣଟି ହେଲା ମୂଲ୍ୟବୋଧର ଅବକ୍ଷୟ। ହେଲେ ସେକଥାକୁ ଆଜିକାଲି କାନଦେଉଛି କିଏ? ଟିକେ ଗହୀରେଇକି ଭାବିଲେ କଥାଟି ବହୁତ କଷ୍ଟଦାୟକ। ଝିଅ-ଜ୍ୱାଇଁଙ୍କ ହସିଲା ପୂରିଲା ସଂସାର ଦେଖିବାକୁ କେତେ କ’ଣ ଭାବିଥିଲେ ଆଣ୍ଟି। ହେଲେ ହେଲା ତା’ର ବିପରୀତ। ଆଣ୍ଟି ଯଦି ପୁଅଟିର ସରକାରୀ ଚାକିରି ଓ ଉପୁରି କମେଇବା ଦେଖିବା ବଦଳରେ ପୁଅଟିର ଚରିତ୍ର, ସଂସ୍କାର, ଆଚାର ବ୍ୟବହାର ଦେଖି ଝିଅ ବାହା ଦେଇଥାଆନ୍ତେ ହୁଏତ ଆଜି ତାଙ୍କ ଝିଅ ବହୁତ ଖୁସିରେ ଥାଆନ୍ତା। ଅନ୍ୟ ଅର୍ଥରେ ‘ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତ ପୁରୁଷ ପଛରେ ଥାଏ ଜଣେ ନାରୀର ହାତ। କାରଣ ଦୁର୍ନୀତିର ପ୍ରୋତ୍ସାହନ ପ୍ରଥମେ ପରିବାରଠୁ ହିଁ ମିଳେ। ଜଣେ ନୂଆ ଚାକିରିରେ ଯୋଗ ଦେଲେ ତା’ ପରିବାର ତା’ ଦାୟିତ୍ୱ-କର୍ତ୍ତବ୍ୟ ସମ୍ବନ୍ଧରେ ଉପଦେଶ କମ୍‌ ବରଂ ବେଶି ତା’ର ପାୱାର ବ୍ୟବହାର କରି ବୁଲାବୁଲି, ଉପହାର, ଭୋଜିଭାତରେ ମସ୍‌ଗୁଲ ହେବାକୁ ଉସୁକାନ୍ତି। ଯାହା ପରୋକ୍ଷରେ ତାକୁ ଉପୁରି ରୋଜଗାର କରିବା ସମ୍ବନ୍ଧରେ ପରାମର୍ଶ ଦିଏ। ଏହା ହିଁ ଆଜି ଆମର ମାନସିକତା ହୋଇଯାଇଛି।
ଜୀବନ ଜିଇବା ଲାଗି ଜୀବିକାଟିଏ ନିହାତି ଲୋଡ଼ା। ସେ ବଡ଼ ହେଉ କି ଛୋଟ, ସରକାରୀ ହେଉ କି ବେସରକାରୀ। ଅନେକ ନିହାତି ସାଧାରଣ ବ୍ୟକ୍ତି ମଧ୍ୟ ସଚ୍ଚୋଟତା ଓ ପରାକାଷ୍ଠା ସହକାରେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଗରିବ ଟାକ୍ସି ଡ୍ରାଇଭରଟିଏର ଘରେ ଚୁଲିକୁ ଜାଳ ନ ଯାଉ ପଛେ ତା’ ବିବେକକୁ କେବେ ଲୋଭ ପାଖରେ ବନ୍ଧା ପକେଇବାକୁ ଦେଉନି। ଲକ୍ଷ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିକୁ ପାଇ ବି ତା’ ଗାଡ଼ିରେ ଛାଡ଼ିଯାଇଥିବା ଯାତ୍ରୀ ଜଣକୁ ପୋଲିସ ସହାୟତାରେ ଖୋଜି ତାଙ୍କୁ ଫେରସ୍ତ କରିବା ଘଟଣା କିଛି ମାସ ତଳେ ଆମେ ଗଣମାଧ୍ୟମରୁ ଦେଖିଥିଲେ। ଜୀବିକା ଯାହା ବି ହେଉ ଏହା କ’ଣ ସଚ୍ଚୋଟତାର ଏକ ବଡ଼ ଦୃଷ୍ଟାନ୍ତ ନୁହେଁ କି ?
ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ଆଉ ‘ଚରିତ୍ର ଗଠନ’ ନୁହେଁ, ବରଂ ପିଲାକୁ ରୋଜଗାର ଯୋଗ୍ୟ କରାଇବା। ଫଳରେ ଦିନକୁ ଦିନ ମୂଲ୍ୟବୋଧଭିତ୍ତିକ ଶିକ୍ଷା ବ୍ୟବସ୍ଥାର ଘୋର ଅବକ୍ଷୟ ହୋଇଛି। ଯେଉଁ ଶିକ୍ଷା ପରେ ରୋଜଗାରର ମାତ୍ରା ଓ ପରିଧି ଯେତେ ଅଧିକ, ସେ ଶିକ୍ଷାର ଚାହିଦା ସେତେ ଅଧିକ। ପୁଣି, ଚାକିରିର ଗୁରୁତ୍ୱ ଦରମା ଦ୍ୱାରା ନିର୍ଦ୍ଧାରିତ। ଯେଉଁ ଚାକିରିରେ ଦରମା ପର୍ଯ୍ୟାପ୍ତ ନୁହେଁ, ବିଭିନ୍ନ ଅନିୟମିତ ଉପାୟରେ ଟଙ୍କା ଠୁଳ କରିବାରେ ଚାକିରିଆଟି ଅଣ୍ଟାଭିଡ଼ି ଲାଗିପଡ଼େ। ଦାମୀ ବ୍ରାଣ୍ଡ୍‌ର ପୋଷାକ, ଦାମୀ ଗାଡ଼ି, ବଡ଼ ସହରରେ ବଙ୍ଗଳା, ବିଦେଶ ଟୁର୍‌, ବିଳାସପୂର୍ଣ୍ଣ ହୋଟେଲରେ ରହଣି, ଫରେନରେ ପିଲାଙ୍କ ପାଠପଢ଼ା, ଗହଣାଗାଣ୍ଠି ଓ ସୌଖୀନ ସାମଗ୍ରୀ ଇତ୍ୟାଦିର ପ୍ରଲୋଭନ, ସରକାରୀ ହେଉ କି ବେସରକାରୀ କର୍ମଚାରୀର ଅର୍ଥ ଠୁଳ କରିବାର ଲାଳସାଟିକୁ ବହୁଗୁଣିତ କରିପକାଏ। ଅବଶ୍ୟ ଏସବୁ ମୋହରୁ ମୁକ୍ତ ରହି, ସବୁ ଘାତପ୍ରତିଘାତକୁ ଦୃଢ଼ ଭାବେ ସମ୍ମୁଖୀନ ହୋଇ ସଚ୍ଚୋଟ ଭାବେ ନିଜର କର୍ତ୍ତବ୍ୟ ପାଳନ କରୁଥିବା କର୍ମଚାରୀମାନଙ୍କ ସଂଖ୍ୟା ହାତଗଣତି ହୋଇପାରେ। ହେଲେ ଯେଉଁମାନେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଲାଞ୍ଚ ନେବା ବେଳେ ଧରାପଡିବା, ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କୁ ଗିରଫ କରି ଜେଲ ପଠାଯିବା ସହ କେତେକଙ୍କୁ ସରକାରୀ ଚାକିରିରୁ ବିଦା କରାଯିବା ଘଟଣା ନୂଆ ନୁହେଁ। ମହାକାଳ ଫଳପରି ଦୁର୍ନୀତି ଦିନେ ତାକୁ ହିଁ ଗ୍ରାସକରେ। ଏହା ବାଦ୍‌ ବି ଥାଏ ଆହୁରି କିଛି ଅନ୍ୟାନ୍ୟ ଲାଳସା। ଯେଉଁଥି ପାଇଁ ଆଜି ବି ଅନେକ ମା’ବାପା ଏଥିପ୍ରତି ସଚେତନ ଅଛନ୍ତି। ଏମିତିକି ବିବାହ ପୂର୍ବରୁ କିଛି ଜରୁରୀ ମେଡିକାଲ ଟେଷ୍ଟ କରାଇନେଉଛନ୍ତି। ଯେମିତିକି ଜେନେଟିକ ଟେଷ୍ଟ, ଆର୍‌ଏଚ୍‌ ଫ୍ୟାକ୍ଟର ଟେଷ୍ଟ, ଏଚ୍‌ଆଇଭି ଟେଷ୍ଟ, ପ୍ରେଗ୍‌ନାନ୍ସି କାପାସିଟି ଟେଷ୍ଟ ଆଦି କରାଉଛନ୍ତି। ଯାହା ଉଭୟ ବର ଓ କନ୍ୟା ପାଇଁ ସୁଖୀ ଦାମ୍ପତ୍ୟ ଜୀବନ ବିତେଇବାରେ ବେଶ୍‌ ସହାୟକ ହେଉଛି। ଆଣ୍ଟି ମୋ କଥାକୁ ସେମିତି ଶୁଣୁଥିଲେ। ଆଉ ମନେମନେ ସଙ୍କୋଚ ମନେକରୁଥିଲେ। ବହୁତ ବିଳମ୍ବ ହୋଇଯିବାରୁ ମୁଁ ଆଉ ଘର ନ ଖୋଜି ଫେରିଆସିଲି ମୋ ଭଡ଼ାଘରକୁ।
ମୋ: ୭୮୦୯୦୩୭୬୦୮

ରଶ୍ମିରଞ୍ଜନ ରାଉତ
ମୋ: ୭୮୦୯୦୩୭୬୦୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?