ନିଜ ମଧ୍ୟରେ ବାଛବିଚାର

ଭାରତର ଉତ୍ତର ପୂର୍ବାଞ୍ଚଳରୁ ଯାଇ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ବାସ କରୁଥିବା ବ୍ୟକ୍ତିମାନେ ବର୍ଣ୍ଣବିଦ୍ୱେଷର ଘୋର ସମ୍ମୁଖୀନ ହେଉଥିବା ସଂକ୍ରାନ୍ତ ଏକ ରିପୋର୍ଟ ନିକଟରେ ଅନ୍‌ଲାଇନ ଜର୍ନାଲ ‘ସ୍କୋପୁସ’ରେ ପ୍ରକାଶ ପାଇଛି। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଦୁଇ ଜଣ ପ୍ରଫେସରଙ୍କ ନୂତନ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଦିଲ୍ଲୀ ଭଳି ହାଇଦ୍ରାବାଦରେ ବହିରାଗତଙ୍କୁ ସୁରକ୍ଷା ଦେବା ସକାଶେ ସ୍ବତନ୍ତ୍ର ପୋଲିସ ୟୁନିଟ୍‌ ପ୍ରତିଷ୍ଠା କରିବାର ଆବଶ୍ୟକତା ପଡ଼ିଲାଣି। ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ରହୁଥିବା ଉତ୍ତର ପୂର୍ବାଞ୍ଚଳର ଲୋକ, ଲଦାଖୀ ଓ ଗୋର୍ଖାଙ୍କୁ ସୁରକ୍ଷା ଦେବା ସକାଶେ ଦିଲ୍ଲୀ ପୋଲିସ ଅଧୀନରେ ସ୍ପେଶାଲ ପୋଲିସ ୟୁନିଟ୍‌ ଫର୍‌ ନର୍ଥ ଇଷ୍ଟର୍ନ ରିଜିଅନ୍‌(ସ୍ପୁନର) ସ୍ଥାପନ କରାଯାଇଛି। ହାଇଦ୍ରାବାଦରେ ଅନୁରୂପ ସୁରକ୍ଷା ବ୍ୟବସ୍ଥା କରିବା ଲାଗି ଦାବି ହେବା ପଛରେ ଅନେକ କାରଣ ରହିଛି। ଉତ୍ତର ପୂର୍ବାଞ୍ଚଳବାସୀଙ୍କ ଶାରୀରିକ ଗଠନ ଓ ଖାଦ୍ୟଭ୍ୟାସକୁ ନେଇ ହାଇଦ୍ରାବାଦର ଲୋକମାନେ ଘୃଣାଭାବ ପ୍ରଦର୍ଶନ କରୁଛନ୍ତି। ଏପରିକି ସେମାନଙ୍କୁ ଘରଭଡ଼ା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଅମଙ୍ଗ ହେଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ବାଛବିଚାର କାରଣରୁ ଅନେକ ଉତ୍ତର ପୂର୍ବାଞ୍ଚଳବାସୀ ହାଇଦ୍ରାବାଦରୁ ଚାକିରି ଛାଡ଼ି ନିଜ ରାଜ୍ୟ କିମ୍ବା ଅନ୍ୟ ରାଜ୍ୟକୁ ପଳାଇ ଯାଉଥିବା ଜଣାପଡ଼ିଛି। ସୂଚନା ଦିଆଯାଇପାରେ ଯେ, ଏବେ ହାଇଦ୍ରାବାଦରେ ୮ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ୍‌ ଏବଂ ତ୍ରିପୁରାରୁ ପାଖାପାଖି ୫୦ ହଜାର ଲୋକ ଆସି ହାଇଦ୍ରାବାଦରେ ରହୁଛନ୍ତି। ଏମାନଙ୍କ ମଧ୍ୟରେ ଆସାମରୁ ପ୍ରାୟ ୧୦ ହଜାର ଅଛନ୍ତି। ତେଣୁ ବାଛବିଚାରକୁ ଦୂର କରିବା ପାଇଁ ବର୍ଣ୍ଣବିଦ୍ୱେଷ ବିରୋଧୀ ବିଧେୟକ ଅଣାଯିବା ଦରକାର ବୋଲି ସମ୍ପୃକ୍ତ ପ୍ରଫେସରମାନେ ତେଲଙ୍ଗାନା ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଭାରତୀୟ ସମ୍ବିଧାନରେ ଥିବା ସୌନ୍ଦର୍ଯ୍ୟକୁ ଦେଖିଲେ ସେଥିରୁ ‘ବିବିଧତା ମଧ୍ୟରେ ଏକତା’ ପ୍ରତିଫଳିତ ହୋଇଥାଏ। କିନ୍ତୁ ଦେଶର କେତେକ ଭାଗରେ ଜାତି, ଧର୍ମ, ବର୍ଣ୍ଣଠାରୁ ଆରମ୍ଭ କରି ଲୋକଙ୍କ ପୋଷାକ, ଖାଦ୍ୟରୁଚି ଓ ପସନ୍ଦକୁ ନେଇ କିଛି ବ୍ୟକ୍ତି ଅସ୍ବାଭାବିକ ମତ ଦେବା ସହ ସ୍ଥଳବିଶେଷରେ ହିଂସା ଘଟାଇଥାଆନ୍ତି। ଏଠାରେ ମନେ ପକାଇ ଦିଆଯାଇପାରେ ୨୦୧୪ ଜାନୁଆରୀ ୨୯ରେ ଉତ୍ତର ପୂର୍ବାଞ୍ଚଳରୁ ଆସି ଦିଲ୍ଲୀରେ ରହୁଥିବା ନିଦୋ ତାନିଆମ୍‌ଙ୍କୁ ଲଜ୍‌ପତ ନଗରଠାରେ ପିଟି ମାରି ଦିଆଯାଇଥିଲା। ସେହିପରି ୨୦୧୬ରେ ମିଜୋରାମର ଦୁଇ ଜଣ ଯୁବକ କନ୍ନଡ଼ ଭାଷା କହି ନ ପାରିବାରୁ ସେମାନଙ୍କୁ ବେଙ୍ଗାଲୁରୁଠାରେ ନିର୍ମମ ଭାବେ ପିଟାଯାଇଥିଲା। ସେତେବେଳେ ଏହିସବୁ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ବର୍ତ୍ତମାନ ନର୍ଥ ଇଷ୍ଟର୍ନ ଲୋକଙ୍କ ପାଇଁ ହାଇଦ୍ରାବାଦ ଅସୁରକ୍ଷିତ ହୋଇପଡ଼ିଥିବାରୁ ପ୍ରଫେସରଦ୍ୱୟଙ୍କ ଅନୁଧ୍ୟାନ ଏକ ମାରାତ୍ମକ ଦିଗକୁ ସୂଚିତ କରୁଛି। ରିପୋର୍ଟ ପ୍ରକାଶ ପାଇବା ପରେ ନାଗା ଆଦିବାସୀଙ୍କ ରୁଙ୍ଗମେୟୀ ଆସୋସିଏଶନ, ହାଇଦ୍ରାବାଦ ଆସାମ ଆସୋସିଏଶନ, ହାଇଦ୍ରାବାଦ ମଣିପୁରୀ ସୋସାଇଟି, ନାଗା ଖ୍ରୀଷ୍ଟିଆନ୍‌ ଫେଲୋଶିପ୍‌, ହାଇଦ୍ରାବାଦ ମିଜୋ ଖ୍ରୀଷ୍ଟିଆନ୍‌ ଫେଲୋଶିପ୍‌ ଆଦି ସଙ୍ଗଠନ ନର୍ଥ ଇଷ୍ଟର୍ନ ଲୋକଙ୍କ ସୁରକ୍ଷା ସକାଶେ ସ୍ବତନ୍ତ୍ର ସେଲ୍‌ ଗଠନ କରିବା ଉପରେ ଜୋର ଦେଇଛନ୍ତି।
ଉପରଲିଖିତ ଘଟଣାକୁ ତର୍ଜମା କଲେ ଦେଶର ବିଭିନ୍ନ ଭାଗରେ ଜୀବିକାର୍ଜନ କରିବା ଲାଗି ଲୋକେ ଧାଇଁଥାଆନ୍ତି। ଭାରତର ଯେକୌଣସି ସ୍ଥାନ ଓ ଭାଷାଭାଷୀ ଅଞ୍ଚଳରେ ଯେକେହି ପଢ଼ିବା, ଚାକିରି କରିବା କିମ୍ବା ସ୍ଥାୟୀ ଭାବେ ରହିବାର ଅଧିକାର ରହିଛି। ଅବଶ୍ୟ ଜମ୍ମୁ ଓ କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପୂର୍ବରୁ ସେଠାରେ ଅନେକ କଟକଣା ରହିଥିଲା। ଏବେ କଟକଣା ଉଠିଯିବା ସତ୍ତ୍ୱେ ଜମ୍ମୁ ଓ କଶ୍ମୀରକୁ ଯିବା ପାଇଁ ଅନ୍ୟ ରାଜ୍ୟ ଲୋକ ମଧ୍ୟ ଅମଙ୍ଗ ହେଉଛନ୍ତି। ତେବେ ସ୍ଥାନୀୟ ବାସିନ୍ଦା ପ୍ରବାସୀଙ୍କୁ ଦୂର୍‌ ଦୂର୍‌ ମାର୍‌ ମାର୍‌ ଭଳି ବ୍ୟବହାର କରିବା ଦ୍ୱାରା ଜାତୀୟ ଏକତା ବିପଦରେ ପଡ଼ିଛି। ଚେହେରା, ରୁଚି ଓ ପସନ୍ଦ ଦେଖି କୌଣସି ସଙ୍ଗଠନ ବା ବ୍ୟକ୍ତିବିଶେଷ କାହାରିକୁ ଆକ୍ଷେପ କଲେ ଆଇନତଃ ଦଣ୍ଡିତ ହେବାର ବ୍ୟବସ୍ଥା ଅଛି। ଆଇନକୁ କଡ଼ାକଡ଼ି ପାଳନ କରାଯାଉ ନ ଥିବାରୁ ଭାରତରେ ବର୍ଣ୍ଣବିଦ୍ୱେଷ ମାନସିକତା ଗମ୍ଭୀର ହେବାର ସବୁ ଲକ୍ଷଣ ଦେଖାଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?