୩ ମାସ ପଟ ପରିବର୍ତ୍ତନ ପାଇଁ ଯଥେଷ୍ଟ: ମୋକିମ

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ହଟିବା ପରେ ଖୁସି ପ୍ରକାଶ କରିଛନ୍ତି ବିଧାୟକ ମୋକିମ। ଏନେଇ ଶେଲ୍‌ଟର ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ କହିଛନ୍ତି, ନିଲମ୍ବନ ହଟାଇଥିବାରୁ ସର୍ବପ୍ରଥମେ ଦଳର ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଉଛି। ଦଳରୁ ନିଲମ୍ବିତ ହେବା ପରେ ମଧ୍ୟ କୌଣସି ଭାବେ ଦଳକୁ ଛାଡ଼ି ନ ଥିଲେ। ଦଳ ପ୍ରତି ଦୁର୍ବଳତା ପୂର୍ବପରି ରହିଛି। ଦଳକୁ ସୁଦୃଢ଼ କରିବା ନେଇ ସମସ୍ତ କାର୍ଯ୍ୟ ଜାରି ରଖିଛି। ସୋମବାର ସବୁ ବିଷୟରେ ପ୍ରଭାରୀଙ୍କ ସହ ଭୁବନେଶ୍ୱରଠାରେ ସେ ଆଲୋଚନା କରିଛନ୍ତି। କିପରି ଭାବେ ଦଳକୁ ଅଧିକ ସୁଦୃଢ଼ କରାଯିବ, କେଉଁମାନଙ୍କୁ ଦଳକୁ ଅଣାଯିବ ସେ ସମ୍ପର୍କର ଆଲୋଚନା କରାଯାଇଛି। ଯେଉଁ କର୍ମୀ କଂଗ୍ରେସ ଛାଡ଼ି ଭାଜପା ଓ କୌଣସି ଦଳକୁ ଯାଇ ନାହାନ୍ତି ସେମାନେ ଖୁବ୍‌ଶୀଘ୍ର ଦଳକୁ ଫେରିବେ ବୋଲି ମୋକିମ୍‌ କହିଛନ୍ତି। ଗତ ପାଞ୍ଚ ବର୍ଷ ପୂର୍ବରୁ ଠିକ୍‌ ଏପ୍ରିଲରେ ନିର୍ବାଚନ ହୋଇଥିଲା ଓ ଏବେ ନିର୍ବାଚନକୁ ଆଉ ତିନି ମାସ ସମୟ ରହିଛି। ଏହି ତିନି ମାସ ରାଜ୍ୟରେ ପଟ ପରିବର୍ତ୍ତନ କରିବା ପାଇଁ ଯଥେଷ୍ଟ ସମୟ ବୋଲି ମୋକିମ କହିଛନ୍ତି। ପୂର୍ବରୁ ଏହି କଥାକୁ କଂଗ୍ରେସ କଟକରେ ସତରେ ପରିଣତ କରି ଦେଖାଇଛି। ଭାଜପାର ସ୍ଥିତି ଓଡ଼ିଶାରେ ରହିନାହିଁ। କିଛି ବିଦ୍ରୋହୀ କଂଗ୍ରେସ ଲୋକଙ୍କୁ ନେଇ ଛିଡ଼ା ହୋଇଛି ଭାଜପା। ତେଣୁ ସେ କର୍ମୀ କଂଗ୍ରେସ ପରିବାରକୁ ଫେରିବେ, ତେବେ ଲଢ଼େଇ ବିଜୁ ଜନତା ଦଳ ସହ ହେବ ଏବଂ ତାହା ନିର୍ଣ୍ଣାୟକ ହେବ ବୋଲି ବିଧାୟକ କହିଛନ୍ତି। ବିଜେଡି ଓ ଭାଜପା ଧର୍ମକୁ ନେଇ ରାଜନୀତି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଗଣମାଧ୍ୟମର ପ୍ରଶ୍ନରେ ବିଧାୟକ ମୋକିମ କହିଛନ୍ତି ଯେ, କଂଗ୍ରେସ ସବୁ ଧର୍ମ ଓ ଜାତିକୁ ବିଶ୍ୱାସ କରେ, ଆମ୍ବେଡକରଙ୍କ ସମ୍ବିଧାନ ଅନୁସାରେ କଂଗ୍ରେସ ଭାରତବର୍ଷକୁ ସୁଶାସନ ଦେଇଥିଲା। ସେହି ସମ୍ବିଧାନ ଅନୁସାରେ ସମସ୍ତଙ୍କୁ ନେଇ କଂଗ୍ରେସ ଦଳ ନିଜ କାଯର୍‌ୟ କରିବ। ଧର୍ମଭିତ୍ତିକ ରାଜନୀତିକୁ କଂଗ୍ରେସ କେବେ ବି ପ୍ରଶ୍ରୟ ଦେଇ ନାହିଁ ଓ ଆଗାମୀ ଦିନରେ ମଧ୍ୟ ଦେବ ନାହିଁ। ସ୍ଥିତି ନିହାତି ବଦଳିବ ବୋଲି ସେ କହିଛନ୍ତି। ତେବେ ନିଲମ୍ବନ ପରେ ଚର୍ଚ୍ଚା ହେଉଥିଲା ସେ ଅନ୍ୟ ଦଳରେ ଯୋଗ ଦେବେ। କିନ୍ତୁ ତାହା କେବଳ ଅନୁମାନ କରିବାର ବିଷୟ ରହିଥିଲା। ଦୃଢ଼ ମନା ହୋଇ ସେ ନିଜ ଜାଗାରେ ରହିଥିଲେ ଏବଂ ଦଳ ସହ ଜଡ଼ିତ ରହି କାର୍ଯ୍ୟ କରୁଥିଲେ ବୋଲି ମୋକିମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?