Posted inଜାତୀୟ

ଏଭଳି ନେତା ଯାହାଙ୍କୁ ଦେଖି ଥରୁ ଥିଲା କଂଗ୍ରେସ

ହାଇଦ୍ରାବାଦ୍‌,୨୨।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡୀ ସୋମବାର ୪୮ ବର୍ଷରେ ପାଦ ଦେଇଛନ୍ତି। ୟୁବାଜନ ଶ୍ରମିକ ରିଥୁ କଂଗ୍ରେସ ପାର୍ଟି (YSRCP)ର ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ ଲୋକ ସଭା ସ୍ପିକର ଓମ୍‌ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ଏହି ନେତାଙ୍କୁ ଦେଖିଲେ କଂଗ୍ରେସର ବଡ଼ ମୁଣ୍ଡିଆଙ୍କ ହୃଦକମ୍ପନ ହେଉଥିଲା। ସେଭଳି କିଛି ଘଟଣା ସମ୍ପର୍କରେ ଏଠାରେ ଉଲ୍ଲେଖ କରୁଛୁ।

୨୦୦୯ରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଜଗନ ମୋହନ ରେଡ୍ଡୀଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ। ଏହି ଘଟଣାରେ ପୂରା ଭାଙ୍ଗି ପଡ଼ିଥିଲା ଆନ୍ଧ୍ର ପ୍ରଦେଶ। ଏ ଖବର ମିଳିବା ପରେ ୪୦୬ ଜଣଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଆଉ ଆତ୍ମହତ୍ୟା କରିଥିଲେ ୮୪ ଜଣ। ଏ ନେଇ ରିପୋର୍ଟ ଦେଇଥିଲେ ରାଜ୍ୟ କଂଗ୍ରେସ ମୁଖ୍ୟ ଡି. ଶ୍ରୀନିବାସନ। ବାପାଙ୍କ ମୃତ୍ୟୁ ପରେ ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରୁ ଜଗନ ମୋହନଙ୍କ ହାତରେ ଥାଏ ୧୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ। ହେଲେ ତାଙ୍କ ମୁଖ୍ୟମନ୍ତ୍ରୀ ଦାବିକୁ ଖାରଜ କରିଥିଲେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ।

ବାପାଙ୍କ ମୃତ୍ୟୁର ୬ ମାସ ପରେ ସେ ଆରମ୍ଭ କରିଥିଲେ ସମବେଦନା ଯାତ୍ରା। ହଠାତ୍‌ ବାପାଙ୍କ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କିମ୍ବା ଖରାପ ସ୍ବାସ୍ଥ୍ୟ କାରଣରୁ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇଥିଲେ। ଏହି ଯାତ୍ରାକୁ ଅଧାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ଜାତୀୟ କଂଗ୍ରେସ। ଏହାକୁ ଖାତିର ନ କରି ଯାତ୍ରା ଆଗେଇ ନେଇଥିଲେ ଜଗନ ମୋହନ। ଏହିଠାରୁ କଂଗ୍ରେସର ହାଇକମାଣ୍ଡ ଓ ତାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ୨୦୧୦ ନଭେମ୍ବର ୨୯ରେ କଂଗ୍ରେସରୁ ଇସ୍ତଫା ଦେବା ପରେ ୪୫ ଦିନ ମଧ୍ୟରେ ନୂଆ ଦଳ ଗଠନ କରିବା ନେଇ କରିଥିଲେ ଘୋଷଣା। ୨୦୧୧ ମାର୍ଚ୍ଚରେ ପ୍ରତିଷ୍ଠା କରିଥିଲେ ୟୁବାଜନ ଶ୍ରମିକ ରିଥୁ କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆରସିପି )। ରାଗି କି ଥିବା କଂଗ୍ରେସ ଦଳ ଜଗନ ମୋହନଙ୍କୁ ଲାଞ୍ଚ, ଦୁର୍ନୀତି ଭଳି ବିଭିନ୍ନ ମାମଲାରେ ଜେଲରେ ପୂରାଇ ଦେଇଥିଲା। ଜେଲରେ ୫୦୦ ଦିନ ରହିଥିଲେ। ଜେଲରେ ଥାଇ ହିଁ ଲଢ଼ିଥିଲେ ୨୦୧୪ ନିର୍ବାଚନ। ଅବଶ୍ୟ ନିର୍ବାଚନ ହାରିଲେ, ହେଲେ ୧୭୫ ଆସନରୁ ୬୭ଟି ସିଟ୍‌ ଜିତି ପ୍ରଦର୍ଶିତ କରିଥିଲେ ନିଜର ପତିଆରା। ସେଥର ଓ୍ବାଇଏସ୍‌ଆରସିପି ସରକାର ଗଢ଼ିଥିବା ଟିଡିପ (ତେଲୁଗୁ ଦେଶମ ପାର୍ଟି)ଠାରୁ ମାତ୍ର ୨ ପ୍ରତିଶତ କମ୍‌ ଭୋଟ ପାଇଥିଲା। ଓ୍ବାଇଏସ୍‌ଆରସିପି କୁ ୪୫ ପ୍ରତିଶତ ଭୋଟ ମିଳିଥିବାବେଳେ ଟିଡିପି ହାସଲ କରିଥିଲା ୪୭ %। ଏହାପରେ ଆନ୍ଧ୍ରପ୍ରଦେଶକୁ ଦୁଇ ଭାଗରେ ବାଣ୍ଟିଦେଲା ୟୁପିଏ। ଏହାକୁ ବିରୋଧରେ ଜେଲରେ ଥାଇ ୧୨୫ ଘଣ୍ଟା ଅନ୍ନଜଳ ତ୍ୟାଗ କରିଥିଲେ। ସୁଗାର ଲେବଲ ବଢ଼ିଯିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା। ଏହାପରେ ତେଲାଙ୍ଗାନା ରାଜ୍ୟ ଗଠନକୁ ବିରୋଧ କରି ଏମ୍‌ଏଲ୍‌ଏ ପଦରୁ ଦେଇଥିଲେ ଇସ୍ତଫା। ୨୦୧୯ ନିର୍ବାଚନରେ ୧୫୧ ଆସନ ଜିତି ସରକାର ଗଢ଼ିଛନ୍ତି। ଏହା ଦର୍ଶାଉଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ଲୋକପ୍ରିୟତା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?