Posted inଜାତୀୟ

ଏଭଳି ନେତା ଯାହାଙ୍କୁ ଦେଖି ଥରୁ ଥିଲା କଂଗ୍ରେସ

ହାଇଦ୍ରାବାଦ୍‌,୨୨।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡୀ ସୋମବାର ୪୮ ବର୍ଷରେ ପାଦ ଦେଇଛନ୍ତି। ୟୁବାଜନ ଶ୍ରମିକ ରିଥୁ କଂଗ୍ରେସ ପାର୍ଟି (YSRCP)ର ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ ଲୋକ ସଭା ସ୍ପିକର ଓମ୍‌ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ଏହି ନେତାଙ୍କୁ ଦେଖିଲେ କଂଗ୍ରେସର ବଡ଼ ମୁଣ୍ଡିଆଙ୍କ ହୃଦକମ୍ପନ ହେଉଥିଲା। ସେଭଳି କିଛି ଘଟଣା ସମ୍ପର୍କରେ ଏଠାରେ ଉଲ୍ଲେଖ କରୁଛୁ।

୨୦୦୯ରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଜଗନ ମୋହନ ରେଡ୍ଡୀଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ। ଏହି ଘଟଣାରେ ପୂରା ଭାଙ୍ଗି ପଡ଼ିଥିଲା ଆନ୍ଧ୍ର ପ୍ରଦେଶ। ଏ ଖବର ମିଳିବା ପରେ ୪୦୬ ଜଣଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଆଉ ଆତ୍ମହତ୍ୟା କରିଥିଲେ ୮୪ ଜଣ। ଏ ନେଇ ରିପୋର୍ଟ ଦେଇଥିଲେ ରାଜ୍ୟ କଂଗ୍ରେସ ମୁଖ୍ୟ ଡି. ଶ୍ରୀନିବାସନ। ବାପାଙ୍କ ମୃତ୍ୟୁ ପରେ ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରୁ ଜଗନ ମୋହନଙ୍କ ହାତରେ ଥାଏ ୧୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ। ହେଲେ ତାଙ୍କ ମୁଖ୍ୟମନ୍ତ୍ରୀ ଦାବିକୁ ଖାରଜ କରିଥିଲେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ।

ବାପାଙ୍କ ମୃତ୍ୟୁର ୬ ମାସ ପରେ ସେ ଆରମ୍ଭ କରିଥିଲେ ସମବେଦନା ଯାତ୍ରା। ହଠାତ୍‌ ବାପାଙ୍କ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କିମ୍ବା ଖରାପ ସ୍ବାସ୍ଥ୍ୟ କାରଣରୁ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇଥିଲେ। ଏହି ଯାତ୍ରାକୁ ଅଧାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ଜାତୀୟ କଂଗ୍ରେସ। ଏହାକୁ ଖାତିର ନ କରି ଯାତ୍ରା ଆଗେଇ ନେଇଥିଲେ ଜଗନ ମୋହନ। ଏହିଠାରୁ କଂଗ୍ରେସର ହାଇକମାଣ୍ଡ ଓ ତାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ୨୦୧୦ ନଭେମ୍ବର ୨୯ରେ କଂଗ୍ରେସରୁ ଇସ୍ତଫା ଦେବା ପରେ ୪୫ ଦିନ ମଧ୍ୟରେ ନୂଆ ଦଳ ଗଠନ କରିବା ନେଇ କରିଥିଲେ ଘୋଷଣା। ୨୦୧୧ ମାର୍ଚ୍ଚରେ ପ୍ରତିଷ୍ଠା କରିଥିଲେ ୟୁବାଜନ ଶ୍ରମିକ ରିଥୁ କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆରସିପି )। ରାଗି କି ଥିବା କଂଗ୍ରେସ ଦଳ ଜଗନ ମୋହନଙ୍କୁ ଲାଞ୍ଚ, ଦୁର୍ନୀତି ଭଳି ବିଭିନ୍ନ ମାମଲାରେ ଜେଲରେ ପୂରାଇ ଦେଇଥିଲା। ଜେଲରେ ୫୦୦ ଦିନ ରହିଥିଲେ। ଜେଲରେ ଥାଇ ହିଁ ଲଢ଼ିଥିଲେ ୨୦୧୪ ନିର୍ବାଚନ। ଅବଶ୍ୟ ନିର୍ବାଚନ ହାରିଲେ, ହେଲେ ୧୭୫ ଆସନରୁ ୬୭ଟି ସିଟ୍‌ ଜିତି ପ୍ରଦର୍ଶିତ କରିଥିଲେ ନିଜର ପତିଆରା। ସେଥର ଓ୍ବାଇଏସ୍‌ଆରସିପି ସରକାର ଗଢ଼ିଥିବା ଟିଡିପ (ତେଲୁଗୁ ଦେଶମ ପାର୍ଟି)ଠାରୁ ମାତ୍ର ୨ ପ୍ରତିଶତ କମ୍‌ ଭୋଟ ପାଇଥିଲା। ଓ୍ବାଇଏସ୍‌ଆରସିପି କୁ ୪୫ ପ୍ରତିଶତ ଭୋଟ ମିଳିଥିବାବେଳେ ଟିଡିପି ହାସଲ କରିଥିଲା ୪୭ %। ଏହାପରେ ଆନ୍ଧ୍ରପ୍ରଦେଶକୁ ଦୁଇ ଭାଗରେ ବାଣ୍ଟିଦେଲା ୟୁପିଏ। ଏହାକୁ ବିରୋଧରେ ଜେଲରେ ଥାଇ ୧୨୫ ଘଣ୍ଟା ଅନ୍ନଜଳ ତ୍ୟାଗ କରିଥିଲେ। ସୁଗାର ଲେବଲ ବଢ଼ିଯିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା। ଏହାପରେ ତେଲାଙ୍ଗାନା ରାଜ୍ୟ ଗଠନକୁ ବିରୋଧ କରି ଏମ୍‌ଏଲ୍‌ଏ ପଦରୁ ଦେଇଥିଲେ ଇସ୍ତଫା। ୨୦୧୯ ନିର୍ବାଚନରେ ୧୫୧ ଆସନ ଜିତି ସରକାର ଗଢ଼ିଛନ୍ତି। ଏହା ଦର୍ଶାଉଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ଲୋକପ୍ରିୟତା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri