Posted inଜାତୀୟ

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତୀୟ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଏବଂ ବିମାନରେ ଉପସ୍ଥିତ ଯାତ୍ରୀମାନଙ୍କ ସହାୟତାରେ ଏକ ବଡ଼ ଦୁର୍ଘଟଣାକୁ ଟଳାଯାଇ ପାରିଛି।

‘ଫ୍ଲାଇଦୁବାଇ’ (Flydubai) ରେ କାର୍ଯ୍ୟରତ ଭାରତର ସ୍ମିତ ମଚ୍ଚାରଙ୍କ ଦରମାର ପ୍ରକୃତ ତଥ୍ୟ ସାର୍ୱଜନୀନ ଭାବେ ଉପଲବ୍ଧ ନାହିଁ। କିନ୍ତୁ ଏୟାରଲାଇନ୍ସ ନିଜ କର୍ମଚାରୀଙ୍କୁ ଯେଉଁ ବେତନ ସଂରଚନା (Pay Structure) ଅନୁଯାୟୀ ଦରମା ଦେଇଥାଏ, ସେହି ହିସାବରେ ତାଙ୍କ ଦରମାର ଏକ ଆକଳନ କରାଯାଇପାରେ:

‘ଫ୍ଲାଇଦୁବାଇ’ର (flydubai) ପାଇଲଟ୍ କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କ ଆନୁମାନିକ ମୋଟ ମାସିକ ବେତନ ତଥା ପ୍ୟାକେଜ୍ ପ୍ରାୟ ୬୬,୫୪୫ ୟୁଏଇ ଦିରହାମ୍ (AED), ଯାହା ଭାରତୀୟ ମୁଦ୍ରାରେ ମାସକୁ ପ୍ରାୟ ₹୧୭.୩୯ ଲକ୍ଷ (ବାର୍ଷିକ ପ୍ରାୟ ₹୨.୦୯ କୋଟି)।
  • ମୂଳ ଦରମା ଏବଂ ଭତ୍ତା: ମାସକୁ ୫୦,୨୩୫ AED (ଏଥିରେ ମୂଳ ବେତନ, ଘରଭଡ଼ା ଭତ୍ତା ଏବଂ ଯାତାୟାତ ଭତ୍ତା ଅନ୍ତର୍ଭୁକ୍ତ)।
  • ଭେରିଏବଲ୍ ଫ୍ଲାଇଙ୍ଗ୍ ପେ: ମାସକୁ ପ୍ରାୟ ୧୬,୩୧୦ AED (ହାରାହାରି ୭୦ ଘଣ୍ଟା ବିମାନ ଉଡ଼ାଣ ଉପରେ ଆଧାରିତ)।
  • ମୋଟ ଆନୁମାନିକ ମାସିକ ପ୍ୟାକେଜ୍: ୬୬,୫୪୫ AED (ପ୍ରାୟ ₹୧୭.୩୯ ଲକ୍ଷ)।
ମାସିକ ବେତନ ବ୍ୟତୀତ, ଫ୍ଲାଇଦୁବାଇର କ୍ୟାପଟେନମାନଙ୍କୁ ସାଧାରଣତଃ ଅନ୍ତର୍ଜାତୀୟ ଏୟାରଲାଇନ୍ସର ମାନକ ସୁବିଧା ପ୍ରଦାନ କରାଯାଏ, ଯେଉଁଥିରେ ଅନ୍ତର୍ଭୁକ୍ତ:
  • ଚିକିତ୍ସା ବୀମା (Medical insurance)
  •  ପିଲାମାନଙ୍କ ପାଇଁ ଶିକ୍ଷା ସହାୟତା (Education assistance for dependents)
  • ସେବା ସମାପ୍ତି ଲାଭ (End-of-service benefits)
  • ବର୍ଷକୁ ୪୨ ଦିନର ଦରମା ସହିତ ଛୁଟି (Paid leave)
ତେବେ ଏହି ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ସୂଚନା ଉପରେ ଆଧାରିତ, କାରଣ କ୍ୟାପଟେନ ସ୍ମିତ ନିଜ ଦରମା ସାର୍ୱଜନୀନ କରିନାହାନ୍ତି। ତଥାପି ଫ୍ଲାଇଦୁବାଇ ନିଜର ପାଇଲଟ ସ୍ତରୀୟ କର୍ମଚାରୀଙ୍କୁ ପ୍ରାୟ ଏତିକି ପ୍ୟାକେଜ ପ୍ରଦାନ କରିଥାଏ।

ଭାରତୀୟ ନାଗରିକ କ୍ୟାପଟେନ ସ୍ମିତ ମଚ୍ଛର ବିଗତ ଚାରି ବର୍ଷ ଧରି ଫ୍ଲାଇଦୁବାଇ ସହିତ ଜଡ଼ିତ ରହିଛନ୍ତି, ଯାହା ଦୁବାଇ ସରକାରଙ୍କ ଏକ ବଜେଟ ଏୟାରଲାଇନ୍ସ। ଏହା ପୂର୍ୱରୁ ସେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ’ସ୍ପାଇସ୍ଜେଟ’ (SpiceJet) ପାଇଁ କାର୍ଯ୍ୟ କରିଥିଲେ।

କ୍ୟାପଟେନ ମଚ୍ଛରଙ୍କ ପାଖରେ ବୋଇଂ ୭୩୭ (Boeing 737) ବିମାନ ଚଳାଇବାର ୧୩ ବର୍ଷରୁ ଅଧିକ ଅନୁଭବ ରହିଛି। ସେ ଲାଇନ ଟ୍ରେନିଂ କ୍ୟାପଟେନ ଭାବେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କ ନାମରେ ୯,୭୫୦ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇବାର ରେକର୍ଡ ରହିଛି।

କ୍ୟାପଟେନ ମଚ୍ଛର ୨୦୧୧ରେ ସ୍ପାଇସ ଜେଟ୍‌ରେ ଯୋଗ ଦେଇଥିଲେ ଏବଂ ସେଠାରେ ଲାଇନ ଟ୍ରେନିଂ କ୍ୟାପଟେନ ତଥା ସିନିୟର କମାଣ୍ଡର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ପରେ ଜୁନ ୨୦୨୨ରେ ସେ ସ୍ପାଇସ୍ଜେଟ ଛାଡ଼ି ଡାଇରେକ୍ଟ ଏଣ୍ଟ୍ରି କ୍ୟାପଟେନ ଭାବରେ ଫ୍ଲାଇଦୁବାଇରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?