ବୈଶେଷିକ ଦର୍ଶନର ମୂଳତତ୍ତ୍ୱ

ଡ. ଗୋପାଳ ଚନ୍ଦ୍ର ଦାଶ

ମହର୍ଷି କଣାଦ ବୈଶେଷିକ ଦର୍ଶନର ରଚୟିତା। ଏହି ଦର୍ଶନ ଦଶଗୋଟି ଅଧ୍ୟାୟରେ ବିଭକ୍ତ ଓ ପ୍ରତି ଅଧ୍ୟାୟରେ ଦୁଇଗୋଟି ଆହ୍ନିକ ଅଛି। ଏହି ଦର୍ଶନର ସୂତ୍ର ସଂଖ୍ୟା ୩୧୭। ପ୍ରଶସ୍ତ ପାଦ ଭାଷ୍ୟ ଏହି ଦର୍ଶନର ପ୍ରାଚୀନ ଟୀକା। ଚତୁର୍ଥ ସୂତ୍ରରେ କୁହାଯାଇଛି ‘ତତ୍ତ୍ୱ ଜ୍ଞାନାନି ଶ୍ରେୟସମ’-ଅର୍ଥାତ୍‌ ଦ୍ରବ୍ୟ, ଗୁଣ, କର୍ମ, ସାମାନ୍ୟ, ବିଶେଷ ଓ ସମବାୟ ଆଦି ଛଅ ପଦାର୍ଥର ସମାନତା ଓ ବିଭେଦତାର ତତ୍ତ୍ୱଜ୍ଞାନରୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହି ଦର୍ଶନରେ ଜଗତକୁ ବସ୍ତୁବାଦୀ ଦୃଷ୍ଟିକୋଣରୁ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ବସ୍ତୁର ବିଭାଜନ ପରେ ସୃଷ୍ଟି ହେଉଥିବା ଅନ୍ତିମ ପରମାଣୁଗୁଡ଼ିକର ବିଶେଷତାକୁ ନେଇ ବସ୍ତୁଗୁଡ଼ିକର ବିଭିନ୍ନତା ଦେଖାଦେଇଥାଏ। ବୈଶେଷିକ ଦର୍ଶନ ବସ୍ତୁର ଏହି ବିଶେଷତାକୁ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥାଏ। ବେଦ ଓ ଉପନିଷଦରେ ବିଶ୍ୱର ସକଳ ବସ୍ତୁର ଏକ ଅନ୍ତର୍ନିହିତ ଏକତା ଅଛି ବୋଲି ସ୍ବୀକାର କରାଯାଇଛି। ଏହି ଦର୍ଶନରେ ବସ୍ତୁର ବିଭିନ୍ନତା ସମ୍ବନ୍ଧରେ ବର୍ଣ୍ଣନା କରାଯାଇ ଥିବାରୁ ଏହାକୁ ବେଦ ବିରୁଦ୍ଧ ବୋଲି କେତେକ ଭାଷ୍ୟକାର ଦର୍ଶାଇ ଥାଆନ୍ତି। ମାତ୍ର ଏହି ଦର୍ଶନରେ ବିଭିନ୍ନତା ମଧ୍ୟରେ ଏକତାର ଦେଖିବାର ଉଦ୍ୟମ କରାଯାଇ ଥିବାରୁ ଏହାକୁ ବେଦ ପରିପନ୍ଥୀ ବୋଲି କହିବାର ଯଥାର୍ଥତା ଅଛି। ଦୁଇ ପଦାର୍ଥ ମଧ୍ୟରେ ସମାନତା(ସାଧର୍ମ୍ୟ) ଓ ବିଭେଦତା(ବୈଧର୍ମ୍ୟ)ର ଉଦାହରଣ ଦେଇ କୁହାଯାଇଛି ଯେ, ଗାଈ ଓ ଘୋଡ଼ା ଉଭୟ ଚତୁଃସ୍ପଦ ଯୋଗୁ ଉଭୟେ ସାଧର୍ମ୍ୟ, ମାତ୍ର ଉଭୟଙ୍କ ମଧ୍ୟରେ ଅନେକ ଭିନ୍ନତା ବା ବୈଧର୍ମ୍ୟ ରହିଛି। ବ୍ରହ୍ମ ଓ ଜୀବ ଉଭୟେ ଚେତନ, ଏହା ସମାନତାର ପ୍ରତୀକ। ମାତ୍ର ବ୍ରହ୍ମ ସର୍ବଜ୍ଞ, ଜୀବ ଅଳ୍ପଜ୍ଞ- ଏହା ଦୁଇ ବସ୍ତୁ ମଧ୍ୟରେ ବିଭେଦତାର ପ୍ରତୀକ। ପ୍ରତ୍ୟେକ କାରଣର ଗୁଣାବଳୀ କାର୍ଯ୍ୟରେ ପରିଦୃଷ୍ଟ ହୁଏ- ଏହା ବୈଶେଷିକ ଦର୍ଶନର ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ। ବୈଶେଷିକ ଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଯେ ଧର୍ମାଚରଣ ଦ୍ୱାରା ଆମତ୍ା ବନ୍ଧନରୁ ମୁକ୍ତ ହୋଇଥାଏ। ଧର୍ମର ସ୍ବରୂପକୁ ବର୍ଣ୍ଣନା କରି ଏହି ଗ୍ରନ୍ଥରେ କୁହାଯାଇଛି ଯେ, ଯାହାଦ୍ୱାରା ଯଥାର୍ଥ ଜ୍ଞାନ ପ୍ରାପ୍ତ ହୋଇ ମୋକ୍ଷ ସିଦ୍ଧି ହୁଏ ତାହା ଧର୍ମ ଅଜବ। ସେଥିପାଇଁ ଦ୍ୱିତୀୟ ସୂତ୍ରରେ କୁହାଯାଇଛି ”ଯତୋଽଭ୍ୟୁଦୟ ନିଶ୍ରେୟସ ସିଦ୍ଧି ସଧର୍ମଃ“। ବୈଶେଷିକ ଦର୍ଶନ କହେ ଯେ, ଯେପର୍ଯ୍ୟନ୍ତ ଛଅଗୋଟି ପଦାର୍ଥ ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ହୋଇନାହିଁ ସେ ପର୍ଯ୍ୟନ୍ତ ମୋକ୍ଷ ପ୍ରାପ୍ତି ସମ୍ଭବ ନୁହେଁ। ସେହି ଛଅ ଗୋଟି ପଦାର୍ଥ ହେଲା- ଦ୍ରବ୍ୟ, ଗୁଣ, କର୍ମ, ସାମାନ୍ୟ, ବିଶେଷ ଓ ସମବାୟ। ଏହି ଦର୍ଶନରେ ଦ୍ରବ୍ୟ, ଗୁଣ ଓ କର୍ମ ଏହି ତିନି ପଦାର୍ଥ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ଓ ବିସ୍ତାର ପୂର୍ବକ ବ୍ୟାଖ୍ୟା କରାଯାଇଛି। ଅନ୍ୟ ତିନି ପଦାର୍ଥ-ସାମାନ୍ୟ, ବିଶେଷ ଓ ସମବାୟ କେବଳ ଭାବରୂପୀ ଅଟେ; ଯାହା ବୁଦ୍ଧିରୁ ଉତ୍ପନ୍ନ। ଦ୍ରବ୍ୟ ନଅ ପ୍ରକାର। ସେଗୁଡ଼ିକ ହେଲା- ପୃଥ୍ବୀ, ଜଳ, ଅଗ୍ନି, ବାୟୁ, ଆକାଶ, କାଳ, ଦିଗ, ଆତ୍ମା ଓ ମନ। ଦ୍ରବ୍ୟମାନଙ୍କ ମଧ୍ୟରେ ଚବିଶ ପ୍ରକାର ଗୁଣ ଦେଖିବାକୁ ମିଳିଥାଏ। ଗୁଣ ସ୍ବତନ୍ତ୍ର ନୁହେଁ କାରଣ ଏହା ଦ୍ରବ୍ୟର ଆଶ୍ରୟରେ ରହିଥାଏ। ଗୁଣଦ୍ୱାରା ଦ୍ରବ୍ୟର ବିଭିନ୍ନ କ୍ରିୟା ସଂପାଦିତ ହୋଇଥାଏ। ଏପରି କି ଗୋଟିଏ ଦ୍ରବ୍ୟର ଏକାଧିକ ଗୁଣ ରହିଥାଏ। ବ୍ୟାପକତା ଦୃଷ୍ଟିରୁ ଦ୍ରବ୍ୟର ଚବିଶ ଗୁଣକୁ ତିନି ଭାଗରେ ବର୍ଣ୍ଣନା କରାଯାଇଛି। ରୂପ, ରସ, ଗନ୍ଧ, ସ୍ପର୍ଶ ଓ ଶବ୍ଦ ଆଦି ଗୁଣ ଇନ୍ଦ୍ରିୟ ସମ୍ବନ୍ଧିତ, ସଂଖ୍ୟା, ପରିଣାମ, ପୃଥକତ୍ୱ, ସଂଯୋଗ, ବିଭାଗ, ଦୂରତା, ନିକଟତା, ଗୁରୁତ୍ୱ, ଦ୍ରବତ୍ୱ, ସ୍ନେହ ଆଦି ଗୁଣ ଦ୍ରବ୍ୟ ସମ୍ବନ୍ଧିତ ବିଶେଷତା, ବୁଦ୍ଧି, ସୁଖ, ଦୁଃଖ, ଇଚ୍ଛା, ଦ୍ୱେଷ, ପ୍ରଯତ୍ନ, ଧର୍ମ, ଅଧର୍ମ ଓ ସଂସ୍କାର ଆଦି ଗୁଣ ମନ ସମ୍ବନ୍ଧିତ ଅଟେ। ଗୁଣ ଦ୍ରବ୍ୟର ସ୍ବାଭାବିକ ଧର୍ମ ହୋଇଥିବାରୁ ଏହା ଦ୍ରବ୍ୟରେ ସର୍ବଦା ବିଦ୍ୟମାନ ଥାଏ। ଦ୍ରବ୍ୟରେ ଗୁଣ ବ୍ୟତୀତ କର୍ମର ମଧ୍ୟ ଅସ୍ତିତ୍ୱ ଥାଏ। ପ୍ରଯନତ୍ ଦ୍ୱାରା ଦ୍ରବ୍ୟରେ କର୍ମ କିଛି ସମୟ ପାଇଁ ଦେଖାଦେଇଥାଏ। କର୍ମ ପାଞ୍ଚ ପ୍ରକାର-ଉତ୍‌କ୍ଷେପଣ, ଅବକ୍ଷେପଣ, ଆକୁଞ୍ଚନ, ପ୍ରସାରଣ ଓ ଦମନ। ଆମତ୍ା ଓ ମନର ପ୍ରେରଣାରୁ ଦ୍ରବ୍ୟରେ କର୍ମ ଉତ୍ପନ୍ନ ହୋଇଥାଏ। କର୍ମ ପାଇଁ ଜ୍ଞାନ ଓ ସଂକଳ୍ପର ଆବଶ୍ୟକ ପଡ଼ିଥାଏ। ଦ୍ରବ୍ୟ, ଗୁଣ ଓ କର୍ମ ଇନ୍ଦ୍ରିୟମାନଙ୍କର ବିଷୟ ହୋଇଥିବାରୁ ସେଗୁଡ଼ିକ ଦୃଶ୍ୟ ଓ ଅନୁଭବ୍ୟ। ମାତ୍ର ସାମାନ୍ୟ ଓ ବିଶେଷ ବୁଦ୍ଧି ସହିତ ସମ୍ବନ୍ଧିତ ଅଟେ। ଏହାର ସହାୟତାରେ ପଦାର୍ଥର ସମାନତା ଓ ଅସମାନତାର ଆଧାରରେ ବର୍ଗୀକରଣ କରାଯାଇ ପଦାର୍ଥକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ସାମାନ୍ୟ ଅର୍ଥ ସାଧାରଣ ଓ ଏହାର ବିପରିତ ହେଉଛି ବିଶେଷ। ବିଶେଷର ଗବେଷଣା ଦ୍ୱାରା କ୍ଷୁଦ୍ରରୁ କ୍ଷୁଦ୍ରତମ ପରମାଣୁର ସନ୍ଧାନ ମିଳିଥାଏ। ଦୁଇ ପଦାର୍ଥର ମିଳନ ବା ସଂଯୋଗ ହୋଇ ସ୍ଥାୟୀ ବା ନିତ୍ୟ ହେଲେ ତାହାକୁ ସମବାୟ କୁହାଯାଏ। ଉଦାହରଣ ସ୍ବରୂପ ଈଶ୍ୱର ଓ ଜୀବ ଉଭୟେ ଚେତନ-ଏହା ସମାନତା(ସାମାନ୍ୟ)। ଈଶ୍ୱର ସତ୍‌, ଚିତ୍‌ ଓ ଆନନ୍ଦ ହୋଇଥିବାରୁ ଏହି ଗୁଣ ବିଶେଷ ଅଟେ। ଆତ୍ମା ଓ ପରମାତ୍ମାର ସ୍ଥାୟୀ ମିଳନକୁ ସମବାୟ କୁହାଯାଏ, ଯାହାକୁ ଯୋଗ ଦର୍ଶନରେ ସମାଧି କୁହାଯାଏ।
ବୈଶେଷିକ ଦର୍ଶନ ବେଦ ବଚନକୁ ପ୍ରମାଣ ସ୍ବରୂପ ସ୍ବୀକାର କରେ ତଥା ଈଶ୍ୱରଙ୍କ ଅସ୍ତିତ୍ୱକୁ ମାନ୍ୟତା ପ୍ରଦାନ କରିଥାଏ। ଏହି ଗ୍ରନ୍ଥ କର୍ମ ସିଦ୍ଧାନ୍ତ ଉପରେ ବିଶ୍ୱାସ କରେ। ମନୁଷ୍ୟ ନିଜ କୃତ କର୍ମର ଭୋକ୍ତା। କର୍ମର ବୀଜ ଦୁଇଫାଳ ସଦୃଶ- ଗୋଟିଏ ସଂସ୍କାର ଓ ଅନ୍ୟଟି ଭୋଗ। ଏହି ଦର୍ଶନ ଦାନ ନେବା ଓ ଦେବାରେ ବିଶ୍ୱାସ କରେ। ଦାନ ନିଃସ୍ବାର୍ଥ, ଶ୍ରଦ୍ଧା ପୂର୍ବକ ଓ ସତ୍‌ ପାତ୍ରରେ ଦେବା ଉଚିତ। ଦାନ ଗ୍ରହଣକାରୀର ଯୋଗ୍ୟତା ନ ଥିଲେ ଦାନ ଗ୍ରହଣ କରିବା ଅନୁଚିତ। ଏହାଦ୍ୱାରା ଦାନ ଗ୍ରହଣକାରୀର ପାପ ହୋଇଥାଏ। ଦାନ ଦ୍ୱାରା ଯାହା ଦିଆଯାଇଥାଏ ତାହାର ଶତଗୁଣ ମନୁଷ୍ୟକୁ ଭବିଷ୍ୟତରେ ମିଳିଥାଏ।
ବୈଶେଷିକ ଦର୍ଶନ ପରମାଣୁବାଦ ପ୍ରତିପାଦନ କରିଥାଏ। ପରମାଣୁକୁ ନିତ୍ୟ ବସ୍ତୁ ବୋଲି ମତ ପ୍ରଦାନ କରିଥିବାରୁ ସାଂଖ୍ୟ ଦର୍ଶନ ସହିତ ଏହାର ମତଭେଦ ହୋଇଥାଏ। ମୀମାଂସକମାନେ ବୈଶେଷିକ ଦର୍ଶନକୁ ନାସ୍ତିକ କହିଥାଆନ୍ତି। ନ୍ୟାୟ ଦର୍ଶନରେ ବର୍ଣ୍ଣନା କରାଯାଇଥିବା ପରମାଣୁ ତତ୍ତ୍ୱ ସହିତ ଏହି ଦର୍ଶନର ସାମଞ୍ଜସ୍ୟ ମିଳିଥାଏ। ପରମାଣୁ ତତ୍ତ୍ୱ ଆଧାରରେ ଏହି ଦର୍ଶନରେ ସୃଷ୍ଟିବିଜ୍ଞାନର ଯଥାର୍ଥତା ବର୍ଣ୍ଣନା କରାଯାଇଛି। ମହର୍ଷି କଣାଦଙ୍କ ମତରେ ସମସ୍ତ ଜଗତର ରଚନା ପରମାଣୁ ଦ୍ୱାରା ହୋଇଛି। ପରମାଣୁ ଚାରି ଶ୍ରେଣୀର- କ୍ଷିତି, ଅପ, ତେଜସ ଓ ମରୁତ। ଆକାଶ ପାରମାଣବିକ ନୁହେଁ। ପ୍ରତ୍ୟେକ ପରମାଣୁ ବିଶେଷ ଓ ତାହାର ସ୍ଥିତି ସ୍ବତନ୍ତ୍ର। ପରମାଣୁ ମଧ୍ୟରେ ଗୁଣଗତ ଓ ପରିଣାମଗତ ପାର୍ଥକ୍ୟ ଅଛି। ପରମାଣୁର ଗୁଣ ନିତ୍ୟ। ପରମାଣୁଗୁଡ଼ିକ ସ୍ବଭାବତଃ ନିଷ୍କ୍ରିୟ, ମାତ୍ର ବାହ୍ୟ ଶକ୍ତି ଦ୍ୱାରା ଗତିଶୀଳ ହୋଇଥାଆନ୍ତି। ଯେତେବେଳେ ପରମାଣୁ ପରସ୍ପରଠାରୁ ପୃଥକ ଅବସ୍ଥାରେ ରହେ ସେତେବେଳେ ପ୍ରଳୟ ଅବସ୍ଥା ସୃଷ୍ଟି ହୁଏ। ଯେତେବେଳେ ସେମାନେ ପରସ୍ପର ସହିତ ମିଳିତ ହୋଇ ବିଭିନ୍ନ ପ୍ରକାର ରୂପ ଓ ନାମ ରଚନା କରନ୍ତି, ସେତେବେଳେ ଜଗତର ଆବିର୍ଭାବ ହୁଏ। ଈଶ୍ୱରଙ୍କର ସଂହାର ଇଚ୍ଛାରେ ପ୍ରଳୟ ସମୟରେ ପରମାଣୁଗୁଡ଼ିକର ଘାତ ପ୍ରତିଘାତ ଦ୍ୱାରା ଶରୀର ଓ ଇନ୍ଦ୍ରିୟ ନଷ୍ଟ ହୋଇଯାଏ। ଅନ୍ତିମରେ କେବଳ ଚାରି ପ୍ରକାର ପରମାଣୁ ରହିଥାଏ, ଯାହା ସୃଷ୍ଟି ନିର୍ମାଣରେ ସାହାଯ୍ୟ କରେ। ବୈଶେଷିକ ଦର୍ଶନ ଗୌତମଙ୍କ ନ୍ୟାୟ ଦର୍ଶନଠାରୁ ପ୍ରାଚୀନତମ। ମହର୍ଷି କଣାଦଙ୍କ ଦ୍ୱାରା ରଚିତ ବୈଶେଷିକ ସୂତ୍ର ପ୍ରଥମ ଗ୍ରନ୍ଥ। ଏହି ଗ୍ରନ୍ଥକୁ ପରବର୍ତ୍ତୀ ସମୟରେ ଉଦୟନ, ଶ୍ରଧର ଓ ଶଙ୍କର ମିଶ୍ର ଟିକାକରଣ କରିଥିଲେ।
email: gcdash59@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?