ଏଇ ଭାରତରେ

ଦସ୍ୟୁ ରତ୍ନାକର ବାଲ୍ମୀକି ହେବା ଭଳି କର୍ନାଟକର ଥୋମାସ ରାଜଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ସେ ଅପରାଧ ଦୁନିଆରୁ ବାହାରି ଅସହାୟଙ୍କ ଆଶା ପାଲଟିଛନ୍ତି। ଏବେ ସୁଦ୍ଧା ଥୋମାସ ୧୯,୦୦୦ ଅସହାୟ ବ୍ୟକ୍ତିଙ୍କୁ ରାସ୍ତାରୁ ଉଦ୍ଧାର କରିଛନ୍ତି। ବେଙ୍ଗାଲୁରୁରେ ‘ହୋମ୍‌ ଅଫ୍‌ ହୋପ’ ସଂସ୍ଥା ଗଠନ କରି ସେଠାରେ ୭୫୦ରୁ ଊର୍ଦ୍ଧ୍ୱ ଗୃହହୀନ ଏବଂ ଅସହାୟଙ୍କୁ ରଖିଛନ୍ତି। ଏହି ସେବା ଲାଗି ଲୋକେ ଥୋମାସଙ୍କୁ ‘ଅଟୋ ରାଜା’ ବୋଲି ସମ୍ବୋଧନ କରୁଛନ୍ତି। ଥୋମାସ ୧୬ ବର୍ଷ ବୟସରେ ଅପରାଧ କାର୍ଯ୍ୟକଳାପରେ ଲିପ୍ତ ରହି ଜେଲ୍‌ ଦଣ୍ଡ ଭୋଗିଥିଲେ। ଜେଲ୍‌ରେ ଥିବା ସମୟରେ ତାଙ୍କ ମାନସିକତାରେ ପରିବର୍ତ୍ତନ ଆସିଥିଲା। ପରେ ଜେଲରୁ ମୁକୁଳି ବେଙ୍ଗାଲୁରୁ ଆସି ଅଟୋଚଳାଇ ରୋଜଗାର କଲେ। ଅଟୋଚଳାଇବା ସମୟରେ ସେ ରାସ୍ତକଡ଼ର ନିରାଶ୍ରୟ ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଏପରି କି ୧୩ ଜଣ ଲୋକକୁ ତାଙ୍କ ଭଡ଼ାଘରେ ରଖିତ୍ଥିଲେ। ପରେ ହୋମ ଅଫ ହୋପ ପ୍ରତିଷ୍ଠା କରିଥିତ୍ଲେ। ଏ ପର୍ଯ୍ୟନ୍ତ ଅଟୋରାଜା ୧୯,୦୦୦ ଲୋକଙ୍କୁ ଉଦ୍ଧାର କରିସାରିଲେଣି। ଏଠାରେ ତାଙ୍କ ଯାତ୍ରା ଶେଷ ହୋଇନାହିଁ ଓ ଆଗକୁ ଏଭଳି ଲୋକମାନଙ୍କ ପାଇଁ ଅନେକ କିଛି କରିବାର ସ୍ବପ୍ନ ରହିଛି ବୋଲି କହନ୍ତି ଥୋମାସ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?