ରାମାୟଣ ଅନ୍‌ଲାଇନ କୁଇଜ୍‌ରେ ୨ ମୁସଲମାନ୍‌ ଛାତ୍ରଙ୍କ ସଫଳତା…

ଥିରୁଭାନନ୍ତପୁରମ୍‌, ୭।୮ : କେରଳର ମାଲାପୁରାମର ଦୁଇଜଣ ମୁସଲମାନ ଛାତ୍ର ବାସିତ ଏବଂ ଜବୀର ଏକ ଅନଲାଇନ ରାମାୟଣ କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ମହାନ ମହାକାବ୍ୟର ଗଭୀର ଜ୍ଞାନ ବାସିତ ଏବଂ ଜବୀରଙ୍କୁ ବିଜୟୀ ହେବାକୁ ସାହାଯ୍ୟ କରିଛି। ଅଗ୍ରଣୀ ପ୍ରକାଶକ କମ୍ପାନୀ ଡିସି ବୁକ ଦ୍ୱାରା ଏହି ପ୍ରତିଯୋଗିତା ଅନଲାଇନରେ ଆୟୋଜିତ ହୋଇଥିଲା।

ଉଭୟ ଉତ୍ତର କେରଳ ଜିଲାର ଓ୍ବଲାନଚେରୀର କେକେଏସଏମ ଇସଲାମିକ ଆଣ୍ଡ ଆର୍ଟସ କଲେଜର ଛାତ୍ର। ସେମାନେ କହିଛନ୍ତି ଯେ ସେମାନେ ପିଲାଦିନରୁ ମହାକାବ୍ୟ ବିଷୟରେ ଜାଣିଛନ୍ତି। ସେ ଓ୍ବାଫି ପାଠ୍ୟକ୍ରମରେ ଯୋଗଦେବା ପରେ ରାମାୟଣ ଏବଂ ହିନ୍ଦୁ ଧର୍ମ ବିଷୟରେ ଗଭୀର ଭାବରେ ପଢ଼ିବା ଏବଂ ଶିଖିବା ଆରମ୍ଭ କରିଥିଲେ।

ଏହି ପାଠ୍ୟକ୍ରମରେ ସମସ୍ତ ପ୍ରମୁଖ ଧର୍ମ ବିଷୟରେ ଶିକ୍ଷାଦାନ କରାଯାଇଥାଏ। ଜବୀର କହିଛନ୍ତି, ସମସ୍ତେ ଭାରତୀୟ ରାମାୟଣ ଏବଂ ମହାଭାରତର ପଢ଼ିବା ସହିତ ଏଥିରୁ ଶିକ୍ଷା ଲାଭ କରିବା ଉଚିତ। କାରଣ ଏସବୁ ମହାକାବ୍ୟ ଦେଶର ସଂସ୍କୃତି, ପରମ୍ପରା ଏବଂ ଇତିହାସର ଅଂଶ ବିଶେଷ। ମୁଁ ବିଶ୍ୱାସ କରେ ଯେ ଏହି ଲେଖାଗୁଡ଼ିକୁ ଶିଖିବା ଏବଂ ବୁଝିବା ଆମର ଦାୟିତ୍ୱ। ପିତା ଦଶରଥଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଶ୍ରୀରାମଙ୍କୁ ତାଙ୍କ ରାଜ୍ୟକୁ ତ୍ୟାଗ କରିବାକୁ ପଡିଲା।

ଶକ୍ତି ପାଇଁ ଅସୀମ ସଂଘର୍ଷ ସମୟରେ ବଞ୍ଚିବା ଲାଗି ଆମକୁ ଶ୍ରୀରାମଙ୍କ ଠାରୁ ଏବଂ ରାମାୟଣ ପରି ମହାକାବ୍ୟରୁ ପ୍ରେରଣା ନେବା ଆବଶ୍ୟକ। ବାସିତ କହିଛନ୍ତି ଯେ କୌଣସି ଧର୍ମ ଘୃଣାକୁ ପ୍ରୋତ୍ସାହିତ କରେ ନାହିଁ, କେବଳ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପ୍ରଚାର କରେ।

ସେ କହିଛନ୍ତି ଯେ କୁଇଜ ଜିତିବା ତାଙ୍କୁ ମହାକାବ୍ୟକୁ ଅଧିକ ଗଭୀର ଭାବରେ ଶିଖିବାକୁ ପ୍ରେରଣା ଦେଇଛି। ବାସିତଙ୍କର ପ୍ରିୟ ହେଉଛି ଅଯୋଧ୍ୟାକଣ୍ଡର ଚୌପାଇ । ଏଥିରେ ଲକ୍ଷ୍ମଣଙ୍କ କ୍ରୋଧ ଏବଂ ଭଗବାନ ଶ୍ରୀରାମ ତାଙ୍କ ଭାଇଙ୍କୁ ଦିଆଯାଉଥିବା ସାନ୍ତ୍ୱନା ବର୍ଣ୍ଣନା କରାଯାଇଛି। ଏଥିରେ ପ୍ରଭୁ ଶ୍ରୀରାମ ସାମ୍ରାଜ୍ୟ ଏବଂ ଶକ୍ତିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ବୋଲି ବାସିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri