ରାମାୟଣ ଅନ୍‌ଲାଇନ କୁଇଜ୍‌ରେ ୨ ମୁସଲମାନ୍‌ ଛାତ୍ରଙ୍କ ସଫଳତା…

ଥିରୁଭାନନ୍ତପୁରମ୍‌, ୭।୮ : କେରଳର ମାଲାପୁରାମର ଦୁଇଜଣ ମୁସଲମାନ ଛାତ୍ର ବାସିତ ଏବଂ ଜବୀର ଏକ ଅନଲାଇନ ରାମାୟଣ କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ମହାନ ମହାକାବ୍ୟର ଗଭୀର ଜ୍ଞାନ ବାସିତ ଏବଂ ଜବୀରଙ୍କୁ ବିଜୟୀ ହେବାକୁ ସାହାଯ୍ୟ କରିଛି। ଅଗ୍ରଣୀ ପ୍ରକାଶକ କମ୍ପାନୀ ଡିସି ବୁକ ଦ୍ୱାରା ଏହି ପ୍ରତିଯୋଗିତା ଅନଲାଇନରେ ଆୟୋଜିତ ହୋଇଥିଲା।

ଉଭୟ ଉତ୍ତର କେରଳ ଜିଲାର ଓ୍ବଲାନଚେରୀର କେକେଏସଏମ ଇସଲାମିକ ଆଣ୍ଡ ଆର୍ଟସ କଲେଜର ଛାତ୍ର। ସେମାନେ କହିଛନ୍ତି ଯେ ସେମାନେ ପିଲାଦିନରୁ ମହାକାବ୍ୟ ବିଷୟରେ ଜାଣିଛନ୍ତି। ସେ ଓ୍ବାଫି ପାଠ୍ୟକ୍ରମରେ ଯୋଗଦେବା ପରେ ରାମାୟଣ ଏବଂ ହିନ୍ଦୁ ଧର୍ମ ବିଷୟରେ ଗଭୀର ଭାବରେ ପଢ଼ିବା ଏବଂ ଶିଖିବା ଆରମ୍ଭ କରିଥିଲେ।

ଏହି ପାଠ୍ୟକ୍ରମରେ ସମସ୍ତ ପ୍ରମୁଖ ଧର୍ମ ବିଷୟରେ ଶିକ୍ଷାଦାନ କରାଯାଇଥାଏ। ଜବୀର କହିଛନ୍ତି, ସମସ୍ତେ ଭାରତୀୟ ରାମାୟଣ ଏବଂ ମହାଭାରତର ପଢ଼ିବା ସହିତ ଏଥିରୁ ଶିକ୍ଷା ଲାଭ କରିବା ଉଚିତ। କାରଣ ଏସବୁ ମହାକାବ୍ୟ ଦେଶର ସଂସ୍କୃତି, ପରମ୍ପରା ଏବଂ ଇତିହାସର ଅଂଶ ବିଶେଷ। ମୁଁ ବିଶ୍ୱାସ କରେ ଯେ ଏହି ଲେଖାଗୁଡ଼ିକୁ ଶିଖିବା ଏବଂ ବୁଝିବା ଆମର ଦାୟିତ୍ୱ। ପିତା ଦଶରଥଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଶ୍ରୀରାମଙ୍କୁ ତାଙ୍କ ରାଜ୍ୟକୁ ତ୍ୟାଗ କରିବାକୁ ପଡିଲା।

ଶକ୍ତି ପାଇଁ ଅସୀମ ସଂଘର୍ଷ ସମୟରେ ବଞ୍ଚିବା ଲାଗି ଆମକୁ ଶ୍ରୀରାମଙ୍କ ଠାରୁ ଏବଂ ରାମାୟଣ ପରି ମହାକାବ୍ୟରୁ ପ୍ରେରଣା ନେବା ଆବଶ୍ୟକ। ବାସିତ କହିଛନ୍ତି ଯେ କୌଣସି ଧର୍ମ ଘୃଣାକୁ ପ୍ରୋତ୍ସାହିତ କରେ ନାହିଁ, କେବଳ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପ୍ରଚାର କରେ।

ସେ କହିଛନ୍ତି ଯେ କୁଇଜ ଜିତିବା ତାଙ୍କୁ ମହାକାବ୍ୟକୁ ଅଧିକ ଗଭୀର ଭାବରେ ଶିଖିବାକୁ ପ୍ରେରଣା ଦେଇଛି। ବାସିତଙ୍କର ପ୍ରିୟ ହେଉଛି ଅଯୋଧ୍ୟାକଣ୍ଡର ଚୌପାଇ । ଏଥିରେ ଲକ୍ଷ୍ମଣଙ୍କ କ୍ରୋଧ ଏବଂ ଭଗବାନ ଶ୍ରୀରାମ ତାଙ୍କ ଭାଇଙ୍କୁ ଦିଆଯାଉଥିବା ସାନ୍ତ୍ୱନା ବର୍ଣ୍ଣନା କରାଯାଇଛି। ଏଥିରେ ପ୍ରଭୁ ଶ୍ରୀରାମ ସାମ୍ରାଜ୍ୟ ଏବଂ ଶକ୍ତିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ବୋଲି ବାସିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ପାଇଁ ବିହାରରୁ ବିଗୁଲ ବଜାଇଲା ଭାଜପା

ନୂଆଦିଲ୍ଲୀ,୫।୧: ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନ ଲାଗି ଭଜାପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିହାର ମୁଜାଫରପୁର...

‘ଅଯୋଧ୍ୟା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା’

ନୂଆଦିଲ୍ଲୀ,୩୧ା୧୦: ଅଯୋଧ୍ୟା ଜମି ବିବାଦ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଦାୟିତ୍ୱ ଗ୍ରହଣ କରିବାକୁ...

ଏନ୍‌ଆର୍‌ସି ଚୁଡାନ୍ତ ତାଲିକାରେ ନାଁ ନ ଥିବାରୁ ଜୀବନ ହାରିଲେ ମହିଳା

ଗୁଆହାଟି,୧।୯: ଆସାମର ସୋନିତପୁର ଜିଲାରେ ଜଣେ ମହିଳାଙ୍କ ନାଁ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ଚୁଡାନ୍ତ ତାଲିକାରେ ନ ଥିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।...

କଶ୍ମୀର ଡାକ୍ତରଙ୍କ ଛୁଟି ବାତିଲ

ଜମ୍ମୁ,୯ ।୭: ଅମରନାଥରେ ହୋଇଥିବା ବାଦଲ ଫଟା ବର୍ଷା ଯୋଗୁ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହ କେତେଜଣ ନିଖୋଜ...

ଭାରତ ଇତିହାସ ରଚିବା ଦ୍ୱାରଦେଶରେ, ୯୯ କୋଟିରୁ ଅଧିକ ଟିକାକରଣ…

ନୂଆଦିଲ୍ଲୀ,୧୯।୧୦: ଭାରତ ନୂଆ ଇତିହାସ ରଚିବାର ଦ୍ୱାରଦେଶରେ ଠିଆ ହୋଇଛି। ଦେଶରେ ଇତିମଧ୍ୟରେ ୯୯ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ...

ମହାରାଷ୍ଟ୍ରରେ ବେଲଗାମ ହେଉଛି କରୋନା: ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ,୧୨।୬: ସାରା ବିଶ୍ୱରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣରେ ସବୁଠାରୁ ଅତ୍ୟଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଦିନକୁ ଦିନ ଏଠାରେ...

ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୧୨୫ ପରିବାର

ନୂଆଦିଲ୍ଲୀ,୨୧।୪: ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟିଏ ରାଷ୍ଟ୍ରପତି ଭବନ। ସାରା ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ରୁ ରାଷ୍ଟ୍ରପତି ଭବନ ମଧ୍ୟ ବର୍ତ୍ତିପାରିନାହିଁ।...

ଦୀପାବଳିରେ ଭ୍ରମଣ

ଆଲୋକର ପର୍ବ ଦୀପାବଳି। ଅଶୁଭ ଉପରେ ଶୁଭର, ପାପ ଉପରେ ପୁଣ୍ୟର, ଅନ୍ଧାର ଉପରେ ଆଲୋକର ବିଜୟପ୍ରାପ୍ତିର ପ୍ରତୀକ ଭାବେ ଦେଶର ବିଭିନ୍ନ ସ୍ଥାନରେ ଏହି...

Advertisement
Archives

Model This Week