ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ ଥର ପାଇଁ ଫୁଲି ଉଠିଛି। ଚାନ୍ଦିଲି ବନ୍ଧଠାରେ ୭ଟି ଫାଟକ ଖୋଲାଥିବା ବେଳେ ଗାଲୁଡିହରେ ୧୧ଟି ଫାଟକ ଦେଇ ପ୍ରତି ସେକେଣ୍ଡରେ ୬୫ହଜାର ଘନ ମିଟର ପାଣି ନଦୀକୁ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ଆସୁଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେଇଛି।
ପୂର୍ବାହ୍ନ ୮ଟା ସୁଦ୍ଧା ମୁରିରେ ୨୪ ମି.ମି., ଆଦିତ୍ୟପୁରରେ ୨୭ ମି.ମି., ଜାମସେଦପୁରରେ ୪୫ ମି.ମି., କରକାଇରେ ୬୭ ମି.ମି,. ଚାନ୍ଦିଲିରେ ୧୪୩ ମି.ମି., ଘାଟଶିଳାରେ ୫୪ ମି.ମି., ଫେକଘାଟରେ ୧୯୨ ମି.ମି., ଜାମଶୋଳାଘାଟରେ ୧୫୭ ମି.ମି., ଗୋପୀବଲ୍ଲଭପୁରରେ ୨୪୦ ମି.ମି. ଓ ରାଜଘାଟରେ ୬୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୁଧବାର ଅପରାହ୍ନ ୫ଟାରେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳପତ୍ତନ ୧୦ ମିଟର ଥିବା ବେଳେ ଏଠାରେ ବିପଦ ସଂକେତ ୧୦.୩୬ ମିଟର ରହିଛି। କିନ୍ତୁ ମଧ୍ୟରାତ୍ରରେ ଜଳସ୍ତର ୧୦.୩୬ ମିଟର ଟପିବ ବୋଲି ଜଳସେଚନ ବିଭାଗ ସତର୍କ ସୂଚନା ଦେଇଛି। ଜଳସ୍ତର ଆହୁରି ବଢ଼ି ପାରେ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପ୍ରକାଶ କରିଛି। ଲକ୍ଷ୍ମଣନାଥଠାରେ ବନ୍ଧରୁ ଅତଡ଼ା ଖସିଥିବାରୁ ସେଠାରେ ଜଳସେଚନ ବିଭାଗ ଖୁଣ୍ଟପୋତି ବାଲିବସ୍ତା ପକାଉଛି ା ଲକ୍ଷ୍ମଣନାଥଠାରୁ ପୀରଘାଟ ପର୍ଯ୍ୟନ୍ତ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଥିବାରୁ ସୁରକ୍ଷାଲାଗି ବିଭାଗ ପକ୍ଷରୁ ସତର୍କ ନଜର ରଖାଯାଇଛି। ଜମାଳପୁର, କଣ୍ଟାପାଳ, ମାକିଡ଼ଆ-କୁଅଁରପୁର ନଦୀବନ୍ଧରେ ମଧ୍ୟ ବିପଦ ଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପିଟାଲ ହସ୍ପିଟାଲରେ କୋକୁଆ ଭୟ: ମୁହଁ ଖୋଲିଲେ ଆକ୍ରାନ୍ତଙ୍କ ପରିବାର

ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ଚାଇନା, ଇଟାଲୀ ଆଦି ଦେଶରେ ମୃତ୍ୟୁର ବୀଭିଷିକା ରଚୁଥିବାବେଳେ ଓଡ଼ିଶାରେ ଛନକା ପଶିଥିଲା। ବିଦେଶରେ ବହୁ ଓଡ଼ିଆ ରହୁଥିବାରୁ ରାଜ୍ୟ ସରକାର...

୨୫ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ୱର,୧।୯ (ବ୍ୟୁରୋ):  ରାଜ୍ୟ ସରକାର ସୋମବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୨୫ ଜଣ ଓଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ସେମାନଙ୍କ...

ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୪୨କୋଟି

ଭୁବନେଶ୍ୱର,୨।୬(ବ୍ୟୁରୋ): ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ପ୍ରଥମ...

ସମୁଦ୍ରରେ ବୁଡ଼ିଗଲା ଟ୍ରଲର, ଫସିଗଲେ ୧୩ ମତ୍ସ୍ୟଜୀବୀ

ରାଜନଗର,୧୭ା୬(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସମୁଦ୍ରକୁ ମାଛ ଧରିବାକୁ ଯାଇ କେନ୍ଦ୍ରାପଡ଼ା ଜିଲା ତାଳଚୁଆର ୧୩ ମତ୍ସ୍ୟଜୀବୀ ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ। ଆଜି ସୁରକ୍ଷିତ ସମସ୍ତଙ୍କୁ ଉଦ୍ଧାର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଳିଲା ୯କୋଟି ୨୪ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଫନୀ ବାତ୍ୟା ଦୁର୍ଗତଙ୍କ ପୁନରୁଦ୍ଧାର ପାଇଁ ସୋମବାର ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି।...

ଡାକ୍ତର ପଦବୀ ପୂରଣ ଦାବିରେ ଧାରଣା

ସୋର, ୨୩ା୧୧(ଡି.ଏନ୍‌.ଏ.)-ସୋର ସିଏଚ୍‌ସିରେ ଏବେ ଡାକ୍ତରଙ୍କ ପଦବୀ ଖାଲି ପଡିଥିବା ବେଳେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। ସୋର ସମେତ ୭ଟି ବ୍ଲକର ଲକ୍ଷାଧିକ ରୋଗୀ ଏହି...

କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ମାମଲା: ଆମିକସ୍‌ କ୍ୟୁରୀଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଦାଖଲ

କଟକ ଅଫିସ,୨୩।୭: କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ମାମଲାରେ ହାଇକୋର୍ଟ ଏନ୍‌.କେ. ମହାନ୍ତିଙ୍କୁ ସୋମବାର ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି। ମହାନ୍ତି ଅଦାଲତଙ୍କୁ କୋଣାର୍କ...

ଏନ୍‌ଏଫ୍‌ଏସ୍‌ଏ ରାଜ୍ୟ ମାନ୍ୟତା ସୂଚକାଙ୍କରେ ଓଡ଼ିଶା ୧ ନମ୍ବର: ମନ୍ତ୍ରୀ

ଭୁବନେଶ୍ବର,୧୬ା୩(ବ୍ୟୁରୋ): ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଆସୁଛି। କେନ୍ଦ୍ର ସରକାରଙ୍କ(୨୦୨୨) ଦ୍ୱାରା ପ୍ରକାଶିତ ସଦ୍ୟତମ ଜାତୀୟ...

Advertisement
Archives

Model This Week