ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ

ବାଲେଶ୍ୱର (ବାଞ୍ଛାନିଧି ଦେ)/ ଭଣ୍ଡାରିପୋଖରୀ (ରାଜେନ୍ଦ୍ର ଶତପଥୀ), ୨୫।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀଜଳ ପ୍ରବାହିତ ହେଉଥିବାବେଳେ ଜଳକା ଜଳସ୍ତର ବଢ଼ୁଛି। ଏଭଳିସ୍ଥଳେ ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ କିଛି ସ୍ଥାନରେ ପ୍ରବଳ ଓ ଅତିପ୍ରବଳ ବର୍ଷା ହୋଇପାରେ, ଫଳରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପାରେ। ଅନ୍ୟପକ୍ଷରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ରବିବାର ସନ୍ଧ୍ୟା ସୁଦ୍ଧା ୧୨ ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏଭଳିସ୍ଥଳେ ତଳମୁଣ୍ଡରେ ବର୍ଷା ଲାଗିରହିଲେ ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣବ ହୋଇପାରେ ବୋଲି ଅନୁମାନ କରାଯାଉଛି।

ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଚଳିତବର୍ଷ ଷଷ୍ଠଥର ପାଇଁ ବନ୍ୟା ଆସିଥିବାରୁ ବାଲିଆପାଳ, ଜଳେଶ୍ୱର, ଭୋଗରାଇ ସମେତ ବସ୍ତା ବ୍ଲକର ବହୁ ପଞ୍ଚାୟତରେ ପରିସ୍ଥିତି ଦୟନୀୟ ହୋଇପଡ଼ିଛି। ଅପରପକ୍ଷରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ଫଳରେ ନଦୀ ତଟବର୍ତ୍ତୀ ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଓ ସତର୍କ ସଙ୍କେତ ୯.୪୫ ମିଟର ଥିବାବେଳେ ରବିବାର ଅପରାହ୍ନ ୫ଟା ସୁଦ୍ଧା ୧୧.୧୮ ମିଟର ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିଲା। ବସ୍ତା ବ୍ଲକ ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର. ଓ ସତର୍କ ସଙ୍କେତ ୬ ମିଟର ଥିବାବେଳେ ରବିବାର ଅପରାହ୍ନ ୩ଟା ସୁଦ୍ଧା ୫.୩୪ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଥିଲା।
ଅନ୍ୟପକ୍ଷରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଆନିକଟଠାରେ ବୈତରଣୀ ଜଳସ୍ତର ରବିବାର ମଧ୍ୟ ବିପଦସଙ୍କେତ ଉପରେ ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୧୮.୪୪ ମିଟରରେ ସ୍ଥିର ରହିଛି। ଏଠାରେ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ବନ୍ୟାଜଳ ସର୍ବାଧିକ ୧୯ ମିଟର ହୋଇପାରେ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଶାନ୍ତ ଦାସ ସୂଚନା ଦେଇଛନ୍ତି। ନଦୀର କଣ୍ଟିଘାଇରେ ୬ ଫୁଟ୍‌ ଉଚ୍ଚତାର ବନ୍ୟାଜଳ ଦ୍ରୁତବେଗରେ ପ୍ରବେଶ କରି ବ୍ଲକର ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗଁା ଆଦି ପଞ୍ଚାୟତକୁ ଜଳମଗ୍ନ କରିଛି। ଷୋଳମପୁର ପଞ୍ଚାୟତ ବିନ୍ଧାଣ ଗାଁ ପାର୍ଶ୍ୱ ସପ୍ତମାତୃକା ବ୍ୟାରେଜଠାରେ ୫୦ଫୁଟ୍‌ ଲମ୍ବର ନଦୀବନ୍ଧ ଧସିଯାଇଛି। ନଦୀଶଯ୍ୟାକୁ ସଙ୍କୁଚିତ କରାଯିବା ସହ ନାମକୁମାତ୍ର କଂକ୍ରିଟୀକରଣ କରାଯାଇଥିବାରୁ ଜଳସ୍ରୋତ ଚାପରେ ନଦୀବନ୍ଧ ଧସିଯାଇଥିବା କୁହାଯାଉଛି। ଜିଲାପାଳ ଦିଲୀପ ରାଉତରାଏ, ଭାଜପା ନେତା ବଦ୍ରିନାରାୟଣ ଧଳ ନଦୀବନ୍ଧ ଧସିଥିବା ସ୍ଥାନ ଓ କଣ୍ଟିଘାଇ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି। ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ବିଭାଗ ସଜାଗ ଅଛି ବୋଲି ସହକାରୀ ଯନ୍ତ୍ରୀ ଦାସ କହିଛନ୍ତି। ପ୍ରକାଶଥାଉ କି, ଶନିବାର ଅପରାହ୍ନରେ ବୈତରଣୀ ବିପଦସଙ୍କେତ ଅତିକ୍ରମ କରିଥିଲା।
ବାଲେଶ୍ୱର ଜିଲାରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ରବିବାର ଉକ୍ତ ୪ଟି ବ୍ଲକର ତହସିଲଦାର, ବିଡିଓ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଭିଡିିଓ କନ୍‌ଫରେନ୍ସିଂ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି। ଅଧିକ କ୍ଷତିଗ୍ରସ୍ତ ସମ୍ଭାବନା ଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ୨୨ଟି ଏସ୍‌ଆର୍‌ସି ବୋଟ୍‌ ନିୟୋଜିତ କରାଯାଇଛି। ସେହିପରି ୨ଟି ଓଡ୍ରାଫ୍‌ ଟିମ୍‌ ମୁଖ୍ୟାଳୟରେ ପ୍ରସ୍ତୁତ ରହିଥିବା ବେଳେ ଆଉ ୨ଟି ପାଇଁ ଆବେଦନ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମହଜୁଦ ରହିଥିବା ଶୁଖିଲା ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ସମ୍ପର୍କରେ ଜିଲାପାଳ ଯାଞ୍ଚ କରିଛନ୍ତି। ଏଥିସହ ବନ୍ୟା ପ୍ରଭାବରେ ଯେଉଁ ରାସ୍ତା କିମ୍ବା ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ତୁରନ୍ତ ବାଲିବସ୍ତା ପକାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଖର ସ୍ରୋତ ଥିବା ଖୋଲା ରାସ୍ତାଗୁଡ଼ିକରେ ବାରିକେଡ୍‌ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୃହପାଳିତ ପ୍ରାଣୀଙ୍କୁ ଉଦ୍ଧାର ଓ ଚିକିତ୍ସା ପାଇଁ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?