Posted inଫୁରସତ

ବାଲୁକା କଳାର ଯାଦୁକର ସୁବଳ ମହାରଣା

ବାଲୁକା କଳାରେ ଯେଉଁ କେତେଜଣ ବାଲୁକାଶିଳ୍ପୀ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ହେଲେ ସୁବଳ ମହାରଣା। ଏହି କଳା ପାଇଁ ତାଙ୍କୁ ରାଜ୍ୟ, ଦେଶ ଓ ବିଦେଶର ବିଭିନ୍ନ କ୍ଷେତ୍ରରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ କୁହନ୍ତି, ନୟାଗଡ଼ ଜିଲା ଓଡ଼ଗାଁର ଦଳକରେ ଆମଘର। ପିତା ଲଡ଼ୁକେଶ୍ୱର, ମା’ ସୀତା ଦେଈ। ଘରେ ବାପା ଶାଳରେ ଲୁହାକାମ ଓ ପଥରମିସ୍ତ୍ରି କାମ କରିଥାନ୍ତି। ହେଲେ ସ୍କୁଲ ବୟସରେ ମୁଁ ଚକ୍‌ଖଡ଼ିକୁ ଖୋଦେଇ କରି ବିଭିନ୍ନ କଳାକୃତି ତିଆରି କରୁଥିଲି। ୧୦ମ ପଢିବା ସମୟରେ ମୋ ବାପାଙ୍କ ପରଲୋକ ଘଟିଲା। ଏଥିଯୋଗୁ ମୋ ପଢ଼ା ବନ୍ଦ ହେଇଗଲା। ଘର ଚଳେଇବା ପାଇଁ ରାଜମିସ୍ତ୍ରି ଭାବେ ବିଭିନ୍ନ ସ୍ଥାନକୁ ଯାଉଥିଲି। ତଥାପି ଘର ଚଳେଇବାରେ ବହୁ ଅଭାବ ରହୁଥିଲା। ସମୟକ୍ରମେ ଅଧିକ ରୋଜଗାର ଆଶାରେ ଏକ ମୋଟର ଗ୍ୟାରେଜରେ ରହିଲି। ଏମିତି କିଛିଦିନ ଚାଲିଲା। ୧୯୮୩ ମସିହାର କଥା, ଦିନେ ଘରୁ ଲୁଚିକରି ଭୁବନେଶ୍ୱରକୁ ପଳାଇ ଆସିଲି। କଳ୍ପନାଛକରେ ଶିଳ୍ପୀ ମଧୁ ମହାରଣାଙ୍କ ସହିତ ଦେଖାହେଲା। ତାଙ୍କଠାରୁ ସାଇନବୋର୍ଡ ପାଇଁ ପେଣ୍ଟିଂ କାମ ଶିଖିତ୍ଲି। କିଛିଦିନ ପରେ ନରେନ୍ଦ୍ର ସାହୁଙ୍କଠାରୁ କିଛି ପେଣ୍ଟିଂ କାମ ବି ଶିଖିଲି। ଏହାପରେ ଫୁଲବାଣୀ ପଳାଇଥିଲି। ଏଠାରେ ଥିବା ଷ୍ଟେଟ୍‌ବ୍ୟାଙ୍କର ଏକ ଶାଖାରେ ମେସେଞ୍ଜର ରୂପେ କାର୍ଯ୍ୟକଲି। ଜି.ଉଦୟଗିରିରେ ରହୁଥିବା ସମୟରେ ଅଧିକ ପଢିବା ପାଇଁ ଚାହିଁଲି ଏବଂ ଶେଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଏ ପାସ୍‌ କଲି। ସେତେବେଳେ ବିଭିନ୍ନ ସ୍ଥାନରେ ଷ୍ଟେଟବ୍ୟାଙ୍କ ଦ୍ୱାରା ଆୟୋଜିତ ହେଉଥିବା ମେଳା ଦେଖିବାକୁ ଯାଉଥାଏ। ଥରେ ଗୋପାଳପୁର ସି-ବିଚ୍‌ରେ ଏକ ମେଳା ହେଉଥିଲା। ପ୍ରଥମେ ଏଠାରେ ସମୁଦ୍ରର ଓଦାବାଲିକୁ ସାଉଁଟି ଏକ ମହାଦେବଙ୍କ ମୂର୍ତ୍ତି ତିଆରି କରିଥିଲି। ସେତେବେଳେ ଏହି ବାଲୁକା କଳାକୁ ବିଭିନ୍ନ ଖବରକାଗଜ ଓ ଟେଲିଭିଜନରେ ପ୍ରଚାରପ୍ରସାର କରାଯାଇଥିଲା। ଏହା ମତେ ବହୁତ ଖୁସୀ ଦେବା ସହିତ ଉତ୍ସାହିତ କରିଥିଲା। ସେବେଠାରୁ ଆଉ ପଛକୁ ଫେରିନାହିଁ। ବାଲୁକା ଶିଳ୍ପୀଭାବେ ବିଭିନ୍ନ ସମୟରେ ସମାଜର ବିଭିନ୍ନ ଘଟଣାକୁ ନେଇ ଜନସଚେତନତା ଉଦ୍ଦେଶ୍ୟରେ ନାନାପ୍ରକାରର ବାଲୁକା କଳାକୃତି ଗଢ଼ିଆସୁଛି। ଅନ୍ୟପକ୍ଷେ ଏହି କଳାକୃତି ଗଢିବା ପାଇଁ ବ୍ୟାଙ୍କ ତଥା କେତେକ ସଂସ୍ଥା ତରଫରୁ ସୁବ୍ୟବସ୍ଥା କରାଯାଉଛି; ଯାହାଫଳରେ ଦେଶବିଦେଶର ବିଭିନ୍ନ ସ୍ଥାନରେ ବାଲୁକା କଳାର ପ୍ରଦର୍ଶନ ସମ୍ଭବ ହୋଇପାରୁଛି। ଅନେକ ସମୟରେ ଜନସଚେତନତା ଉଦ୍ଦେଶ୍ୟରେ ଯଥା: କରୋନା ମହାମାରୀଠାରୁ ଦୂରେଇବା, ସ୍ବଚ୍ଛଭାରତ, ଏଡ୍‌ସ ଦିବସ, ବିଶ୍ୱ ମହିଳା ଦିବସ, ଗ୍ଲୋବାଲ ଓ୍ବାର୍ମିଂ,ପରିବେଶ ସୁରକ୍ଷା, ରକ୍ତଦାନ ସହ ବିଭିନ୍ନ ପର୍ବପର୍ବାଣୀ ଯେମିତିକି ମହାଶିବରାତ୍ରି, ଗଣେଶ ଚତୁର୍ଦ୍ଦଶୀ ଆଦି ସମ୍ପର୍କରେ ବାଲୁକା କଳାକୃତି ପ୍ରଦର୍ଶନ କରାଯାଇଥାଏ। ୟା’ଭିତରେ ପ୍ରାୟ ୨ଶହରୁ ଊଦ୍ଧ୍ୱର୍ର୍ ବିଭିନ୍ନ ବାଲୁକା କଳାକୃତି କରିସାରିଛି; ଏଥିପାଇଁ ଶତାଧିକ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇସାରଛି। ବାଲୁକା କଳା ପ୍ରଦର୍ଶନ ପାଇଁ ଥାଇଲାଣ୍ଡ ଓ ମାଳଦ୍ୱୀପକୁ ବି ମୁଁ ଯାଇଛି। ଆମ ରାଜ୍ୟର ଚନ୍ଦ୍ରଭାଗାଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ ମହୋତ୍ସବରେ ଯୋଗଦେଇ ୨ଥର ପ୍ରଥମ ସ୍ଥାନ ଅଧିକାର କରିଛି। ଏପରି କି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଏକ ୨.୫ ଇଞ୍ଚ ରଥ ପ୍ରଥମେ କରିଥିଲି। ପରେ ଦେଢ ଇଞ୍ଚର ରଥଟିଏ ଓ ପରେ ଅଧା ଇଞ୍ଚର ଲିମ୍ବ, ଚନ୍ଦନ, ତୁଳସୀ, ଗୁଆ ଓ ବେଲ କାଠରେ ତିଆରି ରଥ କରି ଓ୍ବାଲର୍‌ଡ ବୁକ୍‌ ଅଫ୍‌ ଷ୍ଟାର ରେକର୍ଡ ଓ ଏସିଆ ବୁକ୍‌ ଅଫ୍‌ ରେକର୍ଡ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ଓ୍ବାଣ୍ଡର ଅଫ୍‌ ଦ ଓ୍ବାର୍ଲଡ, ଅନ୍ତର୍ଜାତୀୟ ବୁକ୍‌ ଅଫ ରେକର୍ଡ, ଭାରତ ଓ୍ବାଲର୍‌ଡ ରେକର୍ଡ, ଷ୍ଟାର ଅନ୍‌ଲାଇନ ସାର୍ଟିଫିକେଟ, ଗ୍ଲୋବାଲ ଶାନ୍ତି ସମ୍ମାନ, ଷ୍ଟାର-୨୦୨୦ ସମ୍ମାନ, ରନର୍‌ ଇଉପିଏସବିଆଇ ଟ୍ୟାଲେଣ୍ଟ ହଣ୍ଟ ଆଦି ସମ୍ମାନ ଓ ପୁରସ୍କାରରେ ପୁରସ୍କୃତ ହୋଇପାରିଛି। ଚେନ୍ନାଇ ଠାରେ ପ୍ରାୟ ୪୭ ଫୁଟ ଲମ୍ବ ଓ ୨୨ଫୁଟ ଉଚ୍ଚତା ବିଶିଷ୍ଟ ପରିବେଶ ସୁରକ୍ଷା ସମ୍ପର୍କରେ ଏକ ବାଲୁକା କଳାକୃତି ତିଆରି କରି ଜନସଚେତନତାର ବାର୍ତ୍ତା ଦେଇଥିଲି। ପୁଣି ରାଜସ୍ଥାନର ଉଦୟପୁରରେ ଆୟୋଜିତ ଶିଳ୍ପୀଗ୍ରାମରେ ଏକ ୨୩ଫୁଟ ବୁଦ୍ଧମୂର୍ତ୍ତି ତିଆରି କରିଥିଲି। ବାଲୁକା କଳା ପାଇଁ ମୋତେ ମିଳୁଥିବା ଟଙ୍କାକୁ ମୁଁ ଅନାଥାଶ୍ରମ, ଜରାନିବାସ ଆଦି ସମାଜର ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ପାଇଁ ପ୍ରଦାନ କରି ଆନନ୍ଦ ପାଇଥାଏ। ରାଜ୍ୟସ୍ତରୀୟ ପୁରସ୍କାର ଭାବେ ମୁଁ ଭୁବନେଶ୍ୱର ମହୋତ୍ସବ, ଓଡ଼ିଶା ପଯର୍‌ୟଟନ ବିଭାଗ, ଭୁବନେଶ୍ୱର ପୁସ୍ତକ ମେଳା, ବ୍ରହ୍ମପୁର ପ୍ରଗତି ମହୋତ୍ସବ, କୁମୁଦ ମହୋତ୍ସବ ଟିଟିଲାଗଡ଼, ପୁରୀ ସି-ବିଚ୍‌ ଫେଷ୍ଟିଭାଲ ଆଦି ପାଇଥିବାବେଳେ ଜାତୀୟସ୍ତରରେ-ବୈଶାଖୀ ସମ୍ମାନ-୨୦୧୫, ଉତ୍କଳ ଗୌରବ ସମ୍ମାନ, କୋନାସିମା ମହୋତ୍ସବ, ଅମଲାପୁରମ୍‌, ଶିଳ୍ପୀ ସମ୍ମାନ-ଶିଳ୍ପୀ ଗ୍ରାମ ଉତ୍ସବ ରାଜସ୍ଥାନ, ସର୍ବଭାରତୀୟ ଟ୍ରେଡ୍‌ ମହୋତ୍ସବ ନୂଆଦିଲ୍ଲୀ, ରାଷ୍ଟ୍ରପ୍ରସାରଣ ପୁରସ୍କାର-୨୦୨୦ ଇନ୍ଦୋର, ଅନ୍ତର୍ଜାତୀୟ କୋଣାର୍କ ବାଲୁକା କଳା ଫେଷ୍ଟିଭାଲ-୨୦୧୨ ଓ ୧୩ ମସିହାରେ ପ୍ରଥମସ୍ଥାନ ଓ ୨୦୧୪ ମସିହାରେ ୨ୟ ସ୍ଥାନ ହାସଲ କରିଥିଲି। ୨୦୦୮ ମସିହାରୁ ଭୁବନେଶ୍ୱର ଷ୍ଟେଟବ୍ୟାଙ୍କର ଜଣେ କର୍ମଚାରୀଭାବେ କାର୍ଯ୍ୟରତ। ତେବେ ବାଲୁକାକଳାରେ ପତ୍ନୀ, ଦୁଇପୁଅ ଓ ଆଉ କେତେଜଣ ଛାତ୍ର ମଧ୍ୟ ସହଯୋଗ କରିଥାନ୍ତି। ଏଥିରେ ଜନସଚେତନତା ସୃଷ୍ଟି ଯୋଗୁ ମତେ ମାନସିକଶାନ୍ତି ମିଳିପାରୁଛି।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?