ଫ୍ଲୋରାଲ୍‌ ଫ୍ୟାଶନ

ଖରାଦିନେ ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ସବୁଠାରୁ ଷ୍ଟାଇଲିଶ୍‌ ପ୍ରିଣ୍ଟ ହେଉଛି ଫ୍ଲୋରାଲ୍‌। ତା’ଛଡ଼ା ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେବା ସହ ସବୁ ପ୍ରକାରର ବଡି ଟାଇପ୍ସକୁ ମଧ୍ୟ ଭଲ ମାନିଥାଏ। ଆଜିକାଲି ଅନେକ ପ୍ରକାରର ଫ୍ୟାଶନ ଆଇଟମ୍ସରେ ବି ଫ୍ଲୋରାଲ୍‌ ପ୍ରିଣ୍ଟ ରହୁଥିବାର ଦେଖିବାକୁ ମିଳୁଛି। ଯେମିତିକି ଶାଢ଼ି, କୁର୍ତ୍ତା, ଫ୍ରକ୍‌, ଜିନ୍ସ ଏପରିକି ଫ୍ଲୋରାଲ୍‌ ପ୍ରିଣ୍ଟବାଲା ଫୁଟ୍‌ଓ୍ବେର୍‌ ଇତ୍ୟାଦି, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ମଧ୍ୟ ଲାଗୁଛି …

ଫ୍ଲୋରାଲ୍‌ ଶାଢ଼ି: ଫ୍ଲୋରାଲ୍‌ ପ୍ରିଣ୍ଟ ବାଲା ଶାଢ଼ି କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୋଇ ନଥାଏ। ଏପରିକି ସେଲିବ୍ରିଟିଙ୍କ ଗହଣରେ ମଧ୍ୟ ଏହି ଶାଢ଼ିର ଚାହିଦା ଖୁବ୍‌ ରହିଥାଏ। କାଜୁଆଲ୍‌ ଆଉଟିଂ ହେଉ କିମ୍ବା ଅଫିସ୍‌କୁ ଗଲାବେଳେ ଫ୍ଲୋରାଲ୍‌ ପ୍ରିଣ୍ଟର ଶାଢ଼ିକୁ ପିନ୍ଧିକି ଗଲେ ଫ୍ରେଶ୍‌ ଲୁକ୍‌ ମିଳିଥାଏ।

ଫ୍ଲୋରାଲ୍‌ କୁର୍ତ୍ତା: ଫ୍ଲୋରାଲ୍‌ ପ୍ରିଣ୍ଟ ଥିବା କୁର୍ତ୍ତା ବି ଖୁବ୍‌ ସୁନ୍ଦର ଲାଗିଥାଏ। ଏହି କୁର୍ତ୍ତା ସହିତ ମ୍ୟାଚିଂ କଲର୍‌ର ପ୍ଲେନ ଲେଗିଙ୍ଗ୍ସ ପରଫେକ୍ଟ ମ୍ୟାଚ୍‌ କରିଥାଏ; ଯାହାକୁ ଅଫିସ୍‌ ହେଉ କିମ୍ବା ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ପିନ୍ଧିଲେ କମ୍ଫଟେବଲ୍‌ ଲାଗିଥାଏ। ଅନ୍ୟପକ୍ଷେ ଅନାରକଲି ଷ୍ଟାଇଲ୍‌ର ଫ୍ଲୋରାଲ୍‌ କୁର୍ତ୍ତାକୁ ପାର୍ଟି, ଫଙ୍କଶନ୍‌କୁ ପିନ୍ଧିକି ଗଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।

ଫ୍ଲୋରାଲ୍‌ ଫ୍ରକ୍‌: ଫ୍ଲୋରାଲ୍‌ ପ୍ରିଣ୍ଟର ନି ଲେଙ୍ଗ୍‌ଥ ଫ୍ରକ୍‌ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌ କରି ଧଳା ରଙ୍ଗର ଫ୍ରକ୍‌ ଉପରେ ମଲ୍ଟି କଲର୍‌ର ଫ୍ଲୋରାଲ୍‌ ପ୍ରିଣ୍ଟ ଥିଲେ, ବହୁତ ସୁନ୍ଦର ଦେଖାଯାଇଥାଏ। ବିଶେଷକରି କକ୍‌ଟେଲ୍‌ ପାର୍ଟି ହେଉ କିମ୍ବା ସାଙ୍ଗମାନଙ୍କ ସହ ଇଭିନିଙ୍ଗ୍‌ ପାର୍ଟିରେ ଗଲାବେଳେ ଏହି ଟାଇପ୍‌ର ଫ୍ରକ୍‌ ପିନ୍ଧିଲେ, ଡିଫରେଣ୍ଟ ଲୁକ୍‌ ମିଳିଥାଏ।

ଫ୍ଲୋରାଲ୍‌ ଜିନ୍ସ: ଜିନ୍ସର ଚାହିଦା ତ ଯୁବପିଢିଙ୍କ ଭିତରେ ସବୁବେଳେ ରହିଆସିଛି। ଖାସ୍‌କରି ଫ୍ଲୋରାଲ୍‌ ଜିନ୍ସର ଚାହିଦା ଏବେ ଖୁବ୍‌ ରହୁଥିବାର ଦେଖିବାକୁ ମିଳୁଛି। ବିଶେଷକରି ନୀଳ ରଙ୍ଗର ଜିନ୍ସ ହେଉ କିମ୍ବା କଳା ରଙ୍ଗର ଜିନ୍ସରେ ହୋଇଥିବା ଫ୍ଲୋରାଲ୍‌ ପ୍ରିଣ୍ଟ ବହୁତ ସୁନ୍ଦର ଲାଗିଥାଏ। କୁହାଯାଏ, ଫ୍ଲୋରାଲ୍‌ ଜିନ୍ସ ସହ ମ୍ୟାଚିଂ କରି ହାଇ ହିଲ୍‌ ପିନ୍ଧିଲେ କୁଆଡ଼େ ମଡର୍ନ ଲୁକ୍‌ ମିଳିଥାଏ।

ଫ୍ଲୋରାଲ୍‌ ପ୍ୟାଣ୍ଟ: କେବଳ ଜିନ୍ସ ନୁହେଁ, ଏବେ ମାର୍କେଟ୍‌ରେ ଅନ୍ୟ ଫ୍ୟାବ୍ରିକ୍‌ର ଫ୍ଲୋରାଲ୍‌ ପ୍ୟାଣ୍ଟ ବି ମିଳିଲାଣି; ଯାହା ଦେଖିବାକୁ ଆକର୍ଷଣୀୟ ଲାଗିବା ସହ ପିନ୍ଧିବାକୁ ମଧ୍ୟ କମ୍ଫର୍ଟେବଲ୍‌ ହୋଇଥାଏ। ସେହିପରି ଏହା ସହିତ ମ୍ୟାଚିଂ ଟି-ଶାର୍ଟ ପିନ୍ଧିଲେ ଲୁକ୍‌କୁ ଏହା ଖୁବ୍‌ ଭଲ ମାନିଥାଏ।

ଫ୍ଲୋରାଲ୍‌ ଫୁଟ୍‌ଓ୍ବେର୍‌: କେବଳ ଆଉଟ୍‌ଫିଟ୍‌ ନୁହେଁ ଏବେ ଫ୍ଲୋରାଲ୍‌ ପ୍ରିଣ୍ଟବାଲା ଫୁଟ୍‌ଓ୍ବେର୍‌ ବି ମାର୍କେଟରେ
ମିଳିଲାଣି; ଯାହା ଦେଖିବାକୁ ଆକର୍ଷଣୀୟ ଲାଗିବା ସହ ପିନ୍ଧିଲେ ଫ୍ରେଶ୍‌ ଲୁକ୍‌ ବି ମିଳିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri