ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିଲେ ସବଇନ୍ସପେକ୍ଟର: କାର୍ଯ୍ୟରୁ ହେଲେ ନିଲମ୍ବିତ

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର):ପୋଲିସ ହେପାଜତରେ ଥିବା ଦୁର୍ଘଟଣାଗ୍ରସ୍ତ ହାଇୱାରୁ ପ୍ରାୟ ୧୧ ଲକ୍ଷ ଟଙ୍କାର ସାମଗ୍ରୀ (ଯନ୍ତ୍ରାଂଶ ଓ ଟାୟାର ଆଦି) ଚୋରି ହେବା ଘଟଣାରେ କୁଣ୍ଢେଇଗୋଳା ଥାନା ସବଇନ୍ସପେକ୍ଟର ସନାତନ ମହାରଣା କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱହୀନତା ଏବଂ ଅଭିଯୁକ୍ତମାନଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ ଯୋଗୁ ଜିଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚମାସ ୧୪ ତାରିଖ ଦିନ ସମ୍ବଲପୁର ଜିଲା ରେଢାଖୋଲ ଥାନାଞ୍ଚଳ ବନ୍ଧୁପାଲି ଗ୍ରାମର ମହେନ୍ଦ୍ର ପ୍ରଧାନଙ୍କ ହାଇୱା ଗାଡି (ନଂ-ଓଡି୨୩ଜି୦୬୯୧) ଦେବଗଡ ଜିଲା କୁଣ୍ଢେଇଗୋଳା ଥାନାଂଚଳର ବୁଢାପାଳ ପଟୁ ଆସୁଥିଲା । ହାଇୱାଟି ବୁଢାପାଳରୁ ପ୍ରାୟ ୧ କି.ମି. ଦୂରରେ ସମ୍ମୁଖପଟୁ ଆସୁଥିବା ଏକ ମାଲ ବୋଝେଇ ପିକଅପ ସହିତ ଧକ୍କା ହୋଇଥିଲା । ସୂଚନା ପାଇ କୁଣ୍ଢେଇଗୋଲା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟ ଗାଡିକୁ ଜବତ କରିଥିଲା । ଏଥିସହ ହାଇୱାର ଚାଳକ ସୁକାନ୍ତ ପ୍ରଧାନ ଏବଂ ମାଲିକଙ୍କୁ ଡାକି ଆବଶ୍ୟକ କାଗଜପତ୍ର ଯାଂଚ କରିବାପରେ ଜାମିନରେ ଛାଡିଥିଲା । ତେବେ ଗତ ଜୁଲାଇ ୨୭ ତାରିଖ ସଂଧ୍ୟା ପ୍ରାୟ ୭ ଟା ସମୟରୁ ୨୮ ତାରିଖ ରାତ୍ରୀ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଜବତ ହୋଇଥିବା ତାଙ୍କର ଦୁର୍ଘଟଣାଗ୍ରସ୍ତ ହାଇୱାଟି ବୁଢାପାଳର ଏକ ଟାୟାର ଦୋକାନ ସମ୍ମୁଖରେ ରହିଥିବା ମାଲିକ ମହେନ୍ଦ୍ର ଜାଣିବାକୁ ପାଇଥିଲେ।

ଅନ୍ୟପକ୍ଷରେ ଜୁଲାଇ ୨୯ ତାରିଖ ସକାଳ ୬ଟାରେ ଉକ୍ତ ହାଇୱାଟି କୁଣ୍ଢେଇଗୋଳା ଥାନା ସମ୍ମୁଖରେ ରହିଥିବା ଜାଣିବାକୁ ପାଇଥିଲେ । ତେବେ ଦୁର୍ଘଟଣା ସମୟରେ ଉକ୍ତ ହାଇୱାର ସମ୍ମୁଖ ଭାଗ ଯେତିକି କ୍ଷତିଗ୍ରସ୍ତ ହୋଇଥିଲା ସଂପ୍ରତି ତାଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଏବଂ ରିମ ସହିତ ୧୩ଗୋଟି ଟାୟାର,୨ଗୋଟି ବ୍ୟାଟେରୀ , ୪ ଗୋଟି ରିମ ଏକ୍ସେଲ, ପ୍ରୋପାଇଲର ସାଫ୍ଟ, ୨ଗୋଟି ଟେଲ ଫ୍ଲେଂଚ, ଥ୍ରୋ ସାଫ୍ଟ ,ଟ୍ରଲି ହାଇଡ୍ରୋଲିକ ଜେକ ଓ ଫାଉଂଡେସନ , ୨ ଗୋଟି ସ୍ମଲ ଜେକ, ୮ ଗୋଟି କ୍ୟାବିନ କ୍ୱାର୍ଟର ଗ୍ଲାସ, ଡିଜେଲ ଏବଂ ଡିଜେଲ ଟ୍ୟାଙ୍କ କ୍ୟାପ, ଟାଇରଡ, ୮୦ ଗୋଟି ହବ ବୋଲ୍ଟ, ସାଫ୍ଟ ବୋଲ୍ଟ ଓ ଚେକ ନଟ ଏବଂ ସ୍ଟେପିନୀ ବ୍ରାକେଟ ଆଦି ଅଧାରୁ ଅଧିକ ଯନ୍ତ୍ରାଂଶ(ପ୍ରାୟ ୧୧ ଲକ୍ଷ ଟଙ୍କା ମୂଲ୍ୟର) ଚୋରିହୋଇଥିବା ମାଲିକ ଜାଣିବାକୁ ପାଇଥିଲେ ।
ଏନେଇ ସେ ଗତ ୫ ତାରିଖ ଦିନ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ କେଶ ନଂ- ୧୬୪/୨୫ ତା-୦୫-୦୮-୨୦୨୫ ରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଲାଇଥିଲା । ଗତ ୬ ତାରିଖରେ ଏ ଘଟଣାରେ ପୋଲିସ କୁଣ୍ଢେଇଗୋଳା ଥାନାଂଚଳ ଗାଡିଆପାଳ ଗ୍ରାମର ସଞ୍ଜୟ ନାୟକ, ଜିତେନ୍ଦ୍ର ନାୟକ ଓ ଆଠଗଡ ଥାନା ତଲଗଡ ଗ୍ରାମର ପ୍ରଭାସ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ତେବେ ଏନେଇ କୁଣ୍ଢେଇଗୋଳା ଥାନା ପୋଲିସର ଭୁମୀକା ଏବଂ କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ଏନେଇ ହାଇୱା ମାଇଲ ଶ୍ରୀ ପ୍ରଧାନ ଏନେଇ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଥିଲେ । ଫଳରେ ଏଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ଅଧାରରେ ଦୁର୍ଘଟଣାଗ୍ରସ୍ତ ହାଇୱା ଯନ୍ତ୍ରାଂଶ ଚୋରୀ ଘଟଣାରେ କୁଣ୍ଢେଇଗୋଳା ଥାନା ସବଇନ୍ସପେକ୍ଟର ସତାତନ ମହାରଣାଙ୍କ ଦାୟିତ୍ୱହୀନତା ଏବଂ ଚୋରି ଅଭିଯୂକ୍ତଙ୍କ ପ୍ରତି ତଙ୍କର କହଳ ମନୋଭାବ ରହିଥିବା ଜଣାପଡିଥିଲା । ଏହି ତଦନ୍ତ ରିପୋର୍ଟ ଆଧାରରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମିଶ୍ର ସବ ଇନ୍ସୋକ୍ଟେର ଶ୍ରୀ ମହାରଣାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାସହ ଜିଲା ପୋଲିସ ମୂଖ୍ୟାଳୟରେ ତାଙ୍କର ହେଡକ୍ୱାର୍ଟର ଫିକ୍ସ କରିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri