ପଡିଆରେ ପଢ଼ୁଛନ୍ତି ଛାତ୍ରୀଛାତ୍ର

ଆନନ୍ଦପୁର/କଣ୍ଟିପାଳ,୨୦।୫ (ସ୍ବ.ପ୍ର./ଡି.ଏନ୍‌.ଏ.) ୫ଟି ଯୋଜନାରେ ବିଦ୍ୟାଳୟର ନୂତନ ରୂପରେଖ ଦିଆଯାଉଛି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ବିଦ୍ୟାଳୟକୁ ଏକ ଶୈକ୍ଷିକ ବାତାବରଣ ଦେବାକୁ ଉଦ୍ୟମ କରାଯାଉଛି। ତେବେ ଏଭଳି କ୍ଷେତ୍ରରେ ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ରାଇପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥାକୁ ଦେଖିଲେ ଶିକ୍ଷାବ୍ୟବସ୍ଥା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନା ବସିବାକୁ ଶ୍ରେଣୀଗୃହ ଅଛି ନା ପାଠ ପଢ଼ାଇବାକୁ ଶିକ୍ଷକ ଅଛନ୍ତି। ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଉକ୍ତ ବିଦ୍ୟାଳୟ। କେତେକ ଗଣମାଧ୍ୟମ ପ୍ରତିନିଧି ଗୁରୁବାର ଏହି ବିଦ୍ୟାଳୟରେ ପହଞ୍ଚିଥିଲେ। ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଖୋଲାମେଲା ଅବସ୍ଥାରେ ପଢୁଥିବା ଦେଖି ସେମାନଙ୍କୁ ଏହାର କାରଣ ପଚରାଯିବାରୁ ବିଦ୍ୟାଳୟର ଶ୍ରେଣୀଗୃହରୁ ପ୍ଲାଷ୍ଟର ଖସୁଥିବାରୁ ଆମେ ବାହାରେ ପଢୁଛୁ ବୋଲି ଉତ୍ତର ରଖିଥିଲେ। ଜଣେ ପଞ୍ଚମ ଶେଣୀ ଛାତ୍ରଙ୍କ ଉତ୍ତର ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ସରକାର ସବୁଆଡେ ବିଦ୍ୟାଳୟ ପାଇଁ ଗୃହ ଦେଉଛନ୍ତି, ବିଦ୍ୟାଳୟ ଗୁଡିକୁ ଚିକ୍‌ ଚିକ୍‌ କରୁଛନ୍ତି, ଆମକୁ ଘର ଖଣ୍ଡେ ଦିଅନ୍ତୁ ବୋଲି କହିଥିଲେ।
ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୫୫ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଅଛନ୍ତି। ପିଲାମାନଙ୍କ ପାଠପଢା ପାଇଁ ରହିଛି ଗୋଟିଏ ମାତ୍ର ଶ୍ରେଣୀ ଗୃହ। ୧୫ ଦିନ ତଳେ ସେହି ଶ୍ରେଣୀ ଗୃହର ପ୍ଲାଷ୍ଟର ଖସି ଜଣେ ଛାତ୍ର ଆହତ ହୋଇଥିଲେ। ଏଭଳି ଘଟଣାକୁ ନେଇ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଅମଙ୍ଗ ହୋଇଥିଲେ। ପରବର୍ତ୍ତୀ ସମୟରେ ଶ୍ରେଣୀ ଗୃହ ବାହାରେ ପାଠପଢ଼ାଇବାର ବ୍ୟବସ୍ଥା ଗ୍ରହଣ କରାଯିବା ପରେ ଛାତ୍ରୀଛାତ୍ରମାନେ ସ୍ବାଭାବିକ ଭାବେ ବିଦ୍ୟାଳୟକୁ ଆସିଥିଲେ। ବିଦ୍ୟାଳୟର ଏଭଳି ଅବସ୍ଥାକୁ ନେଇ ବହୁବାର ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉନାହିଁ। ତୁରନ୍ତ ବିଦ୍ୟାଳୟ ସମସ୍ୟା ସମାଧାନ କରିବାକୁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ପ୍ରଶାସନକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri