ଅସନ୍ତୋଷ ଜାହିର କଲେ ଛାତ୍ରୀଛାତ୍ର

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ଦେଶର ସୁରକ୍ଷା ପାଇଁ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ଏକ ପ୍ରମୁଖ ଅଙ୍ଗ। ବାହ୍ୟଶତୃକୁ ପ୍ରତିହତ କରିବା ପାଇଁ ଏଠାରୁ ଶିକ୍ଷାର୍ଥୀଙ୍କ ମୂଳଦୁଆ ପଢ଼େ। ତେବେ ପଶ୍ଚିମ ଓନିଶାର ଐତିହ୍ୟ ସମ୍ପନ୍ନ ୧୯୬୦ରୁ ପ୍ରତିଷ୍ଠିତ ବରଗଡ଼ ପଞ୍ଚାୟତ କଲେଜରୁ ଏନ୍‌ସିସି ପ୍ରତ୍ୟାହାର କରି ନିଆଯାଇଛି। ଶୃଙ୍ଖଳାର ଅଭାବ, କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟିହୀନତା ତଥା ଅବହେଳା ଯୋଗୁ କଲେଜରେ ଏନ୍‌ସିସି ପ୍ରବେଶିକା ବନ୍ଦ ରହିିଛି। ୧୯୬୨-୬୩ ଶିକ୍ଷାବର୍ଷରୁ ଉକ୍ତ କଲେଜରେ ଏନ୍‌ସିସି ସ୍ଥାପିତ ହୋଇଥିଲା। ଏହି କଲେଜର ଏନସିସି କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପ୍ରତିବର୍ଷ ଉକ୍ତ କଲେଜର ଏନ୍‌ସିସି କ୍ୟାଡ଼େଡ୍‌ ନୂଆଦିଲ୍ଲୀର ରିପବ୍ଲିକ ଡେ କ୍ୟାମ୍ପ (ଆରଡ଼ିସି) ଥେଲା ସୈନିକ କ୍ୟାମ୍ପ(ଟିଏଲସି), ୟୁଥ୍‌ ଏକ୍ସଚେଞ୍ଜ ପ୍ରୋଗ୍ରାମ(ୱାଇଇପି), ନ୍ୟାଶନାଲ ଇଣ୍ଟ୍ରିଗେଶନ କ୍ୟମ୍ପ(ଏନଆଇସି)ରେ ଭାଗ ନେଇ ଆସୁଥିଲେ। କେବଳ ସେତିକି ନୁହେଁ, ୨୦୦୮ରେ ଉକ୍ତ କଲେଜ ଏନ୍‌ସିସିର ତତ୍କାଳୀନ ଏନସିସି ତତ୍କାଳୀନ ସିନିୟର ଅଣ୍ଡର୍‌ ଅଫିସର ଦୁଷ୍ମନ୍ତ ସାହୁ ସିଙ୍ଗାପୁରରେ ଅନୁଷ୍ଠିତ ୱାଇଇପିରେ ସାମିଲ ହୋଇଥିବାବେଳେ ୧୨ଜଣିଆ ଟିମ୍‌ ରାଜସ୍ଥାନରେ ଅନୁଷ୍ଠିତ ଏଭଳି କାର୍ଯ୍ୟକ୍ରମରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଦେଶରେ ପ୍ରଥମ ହୋଇଥିଲା। ସେହିପରି ଉକ୍ତ କଲେଜର ଏନ୍‌ସିସି ରାଜପଥକୁ ପହଞ୍ଚତ୍ ସେଠାରେ ପହଞ୍ଚତ୍ ଗାର୍ଡ଼ ଅଫ୍‌ ଅନର୍‌ ଦେଇଥିଲା। ଏହାସତ୍ତ୍ୱେ ଉକ୍ତ କଲେଜରୁ ଏନ୍‌ସିସି ପ୍ରତ୍ୟାହାର କରି ନିଆଯାଇଛି। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା, କଲେଜରୁ ଏନ୍‌ସିସି ପ୍ରତ୍ୟାହାର ହେବା ପରେ ସେଥିପ୍ରତି ଉଭୟ ଶାସକ, ପ୍ରଶାସକ ନୀରବ ରହିଛନ୍ତି। ଏହାକୁ ନେଇ କଲେଜର ବର୍ତ୍ତମାନ ଏବଂ ପୂର୍ବତନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ମଙ୍ଗଳବାର କଲେଜର ଛାତ୍ରୀଛାତ୍ର ଏନସିସି ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କଲେଜରୁ ଏନ୍‌ସିସି ପ୍ରତ୍ୟାହାର ସେମାନଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି ବୋଲି ସେମାନେ କହିଛନ୍ତି।

 

ଦାବି ପୂରଣ ନ ହେଲେ ହର୍‌ତାଲ୍‌
ଏନ୍‌ସିସିରେ ସାମିଲ ହେବା ସହିତ ଦେଶ ସେବା ଲକ୍ଷ୍ୟ ରଖି ପଞ୍ଚାୟତ କଲେଜରେ ବହୁ ଛାତ୍ରୀଛାତ୍ର ନାମ ଲେଖାଇଥାନ୍ତି। କିନ୍ତୁ ଦୁଃଖର ବିଷୟ, ୨ ବର୍ଷରୁ ଅଧିକ ହେଲା, ଆମ କଲେଜରେ ଏନ୍‌ସିସି ବନ୍ଦ ରହିଛି। କଲେଜ ଅଧ୍ୟକ୍ଷଙ୍କୁ ଏନ୍‌ସିସି ପୁନଃସ୍ଥାପନ ଦିଗରେ ପଦକ୍ଷେପ ନେବା ପାଇଁ ବାରମ୍ବାର ଅବଗତ କରି ଆସିଛୁ। କିଛି ସୁଫଳ ନ ମିଳିବାରୁ ଜିଲାପାଳଙ୍କ ପାଖକୁ ଆସିଛୁ। ଜିଲାପାଳ ସେ ଦିଗରେ ପଦକ୍ଷେପ ନେବେ ବୋଲି ଆଶା ବାନ୍ଧିଛୁ। ଏହାସତ୍ତ୍ୱେ କଲେଜରେ ଏନସିସି ପୁନଃସ୍ଥାପନ ନ ହେଲେ, ଆମେ ଆଗକୁ ହରତାଲ୍‌ କରିବୁ। ଏନ୍‌ସିସି ପୁନଃସ୍ଥାପନ ଦାବିରେ କଲେଜ ବନ୍ଦ କରିବାକୁ ମଧ୍ୟ ବାଧ୍ୟ ହେବୁ।
-ସୁପ୍ରିୟା କୁଅଁର, କଲେଜ ଛାତ୍ରୀ
ପୁନଃ ସ୍ଥାପନ ହେଉ ଏନ୍‌ସିସି
ବରଗଡ଼ ପଞ୍ଚାୟତ କଲେଜ ଏନ୍‌ସିସି ଛାତ୍ରୀଛାତ୍ରଙ୍କୁ କେବଳ ସାମରିକ ଶିକ୍ଷା ପ୍ରଦାନ କରୁଥିଲା, ତାହା ନୁହେଁ। ଛାତ୍ର ଜୀବନରୁ ସୁନାଗରିକ ଗଢ଼ିବା ସହିତ ଦେଶସେବା ପାଇଁ ସମସ୍ତଙ୍କୁ ଜାଗ୍ରତ କରି ଆସୁଥିଲା। ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ମଧ୍ୟ ସେହି ସୁଯୋଗ ମିଳୁଥିଲା। ଏଠାରେ ଦିନେ ପ୍ରଶିକ୍ଷଣ ନେଇଥିବା ପୂର୍ବତନ ଏନସିସି ଛାତ୍ରୀଛାତ୍ର ଏବେ ତଥା ରାଜ୍ୟ ବାହାରେ ସାମରିକ, ବେସାମରିକ ବାହିନୀରେ କର୍ତ୍ତବ୍ୟରତ ରହି ସେମାନଙ୍କ ଦକ୍ଷତା, ପରାକାଷ୍ଠା ପ୍ରଦର୍ଶନ କରି ସାରିଛନ୍ତି। ଉକ୍ତ କଲେଜରୁ ଏନସିସି ପ୍ରତ୍ୟାହାର କରି ନେବା ପରିତାପର ବିଷୟ। କଲେଜରେ ଏନସିସି ପୁନଃସ୍ଥାପନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। -ବିକାଶ ଅଗ୍ରୱାଲ, ପୂର୍ବତନ ଏନ୍‌ସିସି ଛାତ୍ର
ଏନ୍‌ସିସି ପ୍ରତ୍ୟାହାର ଦୁଃଖଦ ଖବର
ମୁଁ ବରଗଡ଼ ପଞ୍ଚାୟତ କଲେଜରେ ପଢ଼ୁଥିଲି। ଏନ୍‌ସିସି ଛାତ୍ର ଥିଲି। ୨୦୦୮ ବ୍ୟାଚ୍‌ରେ କଲେଜ ଏନ୍‌ସିସିର ଜୁନିୟର ଅଣ୍ଡର୍‌ ଅଫିସର୍‌ ଥିଲି। ବି ଏବଂ ସି ସାର୍ଟିଫିକେଟ୍‌ ମଧ୍ୟ ପାଇଥିଲି। ଏହି କଲେଜର ଏନ୍‌ସିସିରେ ସାମିଲ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାର ଅନେକ କ୍ୟାମ୍ପରେ ଯୋଗଦାନ କରିଛି। ଦେଶସେବା, ଶୃଙ୍ଖଳା, ଦେଶ ପ୍ରତି ଦାୟିତ୍ୱବୋଧ ଆଦି ଉପରେ ଜ୍ଞାନ ଆହରଣ କରିଛି। ନିଜକୁ ବହୁତ ଗର୍ବିତ ଅନୁଭବ କରିଥିଲି। ହେଲେ ଯେଉଁ କଲେଜ ପାଇଁ ମୁଁ ଗର୍ବ ଅନୁଭବ କରୁଥିଲି, ସେହି କଲେଜରୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା ଏନ୍‌ସିସି ଖାଲି ପଡ଼ିଥିବା ଖବର ପାଇଁ ବହୁତ ଦୁଃଖ ଅନୁଭବ କରୁଛି।
-ସଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?