ସୁଇସାଇଡ୍‌ ନୋଟରେ ଏମିତି ଲେଖିଛନ୍ତି ଆତ୍ମହତ୍ୟା କରିଥିବା ଛାତ୍ରୀ

ଚଣ୍ଡିଖୋଲ,୩ା୧୧(ଡି.ଏନ.ଏ.): ବଡ଼ଚଣା ଥାନା ଅଧୀନ ଚଣ୍ଡିଖୋଲସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯାଜପୁରରୋଡ ଥାନା ଅଧୀନ କରଡ଼ିଗ୍ରାମର ରବୀନ୍ଦ୍ର ଦାସଙ୍କ ବଡ଼ଝିଅ ସ୍ମୃତିଶ୍ରୀ ଦାସ(୧୮)। ସ୍ମୃତିଶ୍ରୀ ଏହି କଲେଜର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ। ସନ୍ଧ୍ୟାରେ ସେ ଛାତ୍ରୀ ନିବାସର ଏକ କୋଠରି ପଙ୍ଖାରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ମୃତ ଛାତ୍ରୀଙ୍କ ପରିବାର ଲୋକେ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କଲେଜ କର୍ତ୍ତୃପକ୍ଷ ତାଙ୍କୁ ମାରି ଟାଙ୍ଗିଦେଇ ଆତ୍ମହତ୍ୟା ରୂପ ଦେଉଥିବା ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି। ଖବର ପାଇ ବଡ଼ଚଣା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଥିସହିତ ପୋଲିସ ସେହି କୋଠରିରୁ ଛାତ୍ରୀଙ୍କ ଏକ ହାତଲେଖା ଚିଠି ଜବତ କରିଛି।
ସୂଚନା ମୁତାବକ, ସ୍ମୃତିଶ୍ରୀ ସନ୍ଧ୍ୟାରେ ନିଜ କୋଠରିରେ ରହି ଭିତରୁ କବାଟ ଦେଇ ଦେଇଥିଲେ। କେତେକ ସହପାଠୀ ତାଙ୍କୁ ଡାକିଥିଲେ ମଧ୍ୟ ଶୁଣି ନ ଥିଲେ। ପରେ କଲେଜ କର୍ମଚାରୀ କବାଟ ତାଡ଼ି ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ସ୍ମୃତିଶ୍ରୀଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ନିଜ ହେପାଜତକୁ ନେଇଛି। ମୃତଛାତ୍ରୀଙ୍କ ଚିଠିରେ ଲଖାଯାଇଛି, ମଣିଷ ଜନ୍ମ ବହୁତ କଷ୍ଟ। ହେ ପ୍ରଭୁ ମୋତେ ଆସନ୍ତା ଜନ୍ମକୁ ମଣିଷ ଜନ୍ମ ଦେବ ନାହିଁ। ମା’ବାପାଙ୍କୁ କ୍ଷମା ମାଗିବା ସହ ମୁଁ କିଛି ବି କରିନାହଁ, କିନ୍ତୁ, ମୋ ଉପରେ ସମସ୍ତେ ଦୋଷ ଲଦୁଥିବା ଆଦି ବିଭିନ୍ନ କଥା ଲେଖାଅଛି। ଖବର ପାଇ ଛାତ୍ରୀଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଛାତ୍ରୀଙ୍କ ବାପା ରବୀନ୍ଦ୍ର ଦାସ ଓ ମା’ ମଧୁସ୍ମିତା ଦାସ କହିଛନ୍ତି, ଗତ ମାସ ୨୪ ତାରିଖରେ ଝିଅ ଘରୁ କଲେଜକୁ ଆସିଥିଲା। ସେ ସମ୍ପୂର୍ଣ୍ଣ ସ୍ବଭାବିକ ରହିଥିଲା। କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ଝିଅର ମୃତ୍ୟୁ ଘଟିଥିବା ସେମାନେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଏନେଇ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିନାହାନ୍ତି। ବଡ଼ଚଣା ଥାନା ଅଧିକାରୀ ପ୍ରିୟବ୍ରତ ରାଉତ କହିଛନ୍ତି, ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୁବଶୀଘ୍ର କଲେଜ କର୍ତ୍ତୃପକ୍ଷ ଓ ମୃତ ଛାତ୍ରୀଙ୍କ ପରିବାରକୁ ପଚରାଉଚୁରା କରାଯିବ। ଏହାପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri