ମୋବାଇଲ୍‌ ଗେମ୍‌ ପାଇଁ ଗଲା ଛାତ୍ରଙ୍କ ଜୀବନ

ଆନନ୍ଦପୁର,୩୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଇନ୍ଦୁପୁରା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ମୋବାଇଲରେ ଗେମ୍‌ ଖେଳିବାକୁ ମନା କରିବାରୁ ଜଣେ ନବମ ଶ୍ରେଣୀ ଛାତ୍ର ଦଉଡି ଦେଇ ଜୀବନ ହାରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଛାତ୍ରଙ୍କ ପରୀକ୍ଷା ଚାଲଛି। ଏନେଇ ମା’ ପୁଅକୁ ମୋବାଇଲରେ ଗେମ୍‌ ନ ଖେଳି ପାଠ ପଢିବାକୁ କହିଥିଲେ। ଏଥିରେ ସେ ରାଗିଯାଇ ବେକରେ ଗାମୁଛା ବାନ୍ଧି ଓହଲି ପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ର ଜଣକ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ସୂଚନା ମିଳିଛି। ଖବର ପାଇ ଘସିପୁରା ଥାନା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ତିକାରୁ ହିଁ ଖାଦ୍ୟର ସୃଷ୍ଟି

ସୁନ୍ଦରଗଡ଼,୬।୧୨(ଡି.ଏନ୍‌.ଏ.): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସୁନ୍ଦରଗଡ ଓ କୃଷି ବିଜ୍ଞାନ କେନ୍ଦ୍ର ସୁନ୍ଦରଗଡ-୧ କିରେଇର ମିଳିତ ଆନୁକୂଲ୍ୟରେ ସୋମବାର ଜିଲାସ୍ତରୀୟ ବିଶ୍ୱ ମୃତ୍ତିକା...

ମହିଳାଙ୍କୁ ଅସଦାଚରଣ : ୨ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨।୯: ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରାଯାଇଥିବା ମାମଲାରେ ଗଞ୍ଜାମ ଜିଲା ସଦର ଥାନା ପୋଲିସ ୨ ଜଣ ଯୁବକଙ୍କୁ ଗିରଫ...

୨୨ରେ ଲଗ୍ନଧରା, ୨୬ରେ ବାହାଘର

ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ଲୋକକଳା ଜଉକଣ୍ଢେଇ ବାହାଘର ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୋଳପୂର୍ଣ୍ଣିମାରେ ଜଉକଣ୍ଢେଇ ବରକନ୍ୟା ଜୟଦେବ ଓ ପଦ୍ମାବତୀ...

ସପ୍ତାହକ ପରେ ସାମୁଦ୍ରିକ କଟକଣା ହଟିବ

ମହାକାଳପଡ଼ା,୬ା୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବିଦେଶାଗତ ଅତିଥି ଅଲିଭ ରିଡ଼ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ଓ ବଂଶ ବିସ୍ତାର ସ୍ବତନ୍ତ୍ର...

ନିର୍ମାଣର ମାସେ ନ ପୁରୁଣୁ ପାଚେରି ଫାଟି ଆଁ

ଖଡ଼ିଆଳ,୧୭।୨(ଡି.ଏନ.ଏ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସରେ ନିର୍ମାଣ ହୋଇଥିବା ପାଚେରୀ କାମ ମାସେ ନ ପୁରୁଣୁ ସ୍ଥାନେ ସ୍ଥାନେ...

ମାସ୍କ କିଣା ଦୁର୍ନୀତିର ତଦନ୍ତ ଦାବି କଲା କଂଗ୍ରେସ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର,୧୧ା୬(ଡି.ଏନ୍‌.ଏ.): ଓଡ଼ିଶାରେ କରୋନା ମହାମାରୀ ବେଳେ ମାସ୍କ କିଣା ନେଇ ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ କଂଗ୍ରେସ ଦାବି...

ମଧୁ ଆପ୍‌ରେ ପାଠ ପଢୁଛନ୍ତି ୧ଲକ୍ଷ ୧ହଜାର ସ୍କୁଲ ପିଲା: ଟୁଇଟ୍‌କରି ସୂଚନା ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଠପଢ଼ା ନିମନ୍ତେ ଗତବର୍ଷ ଠାରୁ ମଧୁ ଆପ୍‌ ଆରମ୍ଭ ହୋଇଛି। ଏହାକୁ ଭିଡିଓ କନ୍‌ଫରେନ୍ସିଂ...

ନାକାମାମୁଡ଼ି-ନାରିଙ୍ଗିଝୋଲା ରାସ୍ତାରେ କଟାଯାଇଛି ଶତାଧିକ ଗଛ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଭରପୂର ରହିଛି ଜଙ୍ଗଲ ସମ୍ପଦ। ମାତ୍ର କେତେଜଣ ବିଭାଗୀୟ କର୍ମଚାରୀ ଏବଂ ବନ ସଂରକ୍ଷଣ ସମିତି ଅବହେଳାରୁ ଜଙ୍ଗଲରୁ ଶତାଧିକ ଗଛ କଟାଯାଉଥିବା...

Advertisement
Archives

Model This Week