ଛୁଟି ପରେ ସ୍କୁଲ ନ ଯାଇ ଗଛମୂଳେ ପଢୁଛନ୍ତି ଛାତ୍ରୀଛାତ୍ର

ଉମରକୋଟ, ୨୧।୧୦(ସନ୍ତୋଷ ଶତପଥୀ): ନବରଙ୍ଗପୁରରେ ଜିଲାଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ଅଭିଭାବକଙ୍କ ସମର୍ଥନ ବଢ଼ୁଛି। ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲା ବନ୍ଦ, ସ୍କୁଲରେ ନୂତନ ଶିକ୍ଷକଙ୍କ ଯୋଗଦାନକୁ ବିରୋଧ ପରେ ମଧ୍ୟ ସରକାର ଦାବିପ୍ରତି ଦୃଷ୍ଟି ଦେଇ ନ ଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ପଠାଉ ନାହାନ୍ତି।

ଦଶହରା ଛୁଟି ପରେ ଶୁକ୍ରବାରରୁ ସ୍କୁଲ ଖୋଳିଥିବାବେଳେ ସେବେଠାରୁ ହିଁ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ୁନାହାନ୍ତି। ସୋମବାର ସ୍କୁଲ ଖୋଲିବାର ତୃତୀୟ ଦିନରେ ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତସ୍ଥିତ ସିରଲିଗୁଡ଼ା ଗ୍ରାମବାସୀ ପିଲାଙ୍କୁ ସ୍କୁଲ ପଠାଇ ନ ଥିଲେ।

ପିଲାମାନଙ୍କ ପାଠପଢ଼ା ଯେଭଳି ପ୍ରଭାବିତ ନ ହେବ ସେଥିପାଇଁ ଏକ ଗଛମୂଳେ ଗାଁର ଶିକ୍ଷିତ ଯୁବତୀଯୁବକ ସେମାନଙ୍କୁ ପଢ଼ାଉଥିବା ଦେଖିବାକୁ ମିଳିଛି। ଛାତ୍ରୀଛାତ୍ର ଗଛ ମୂଳେ ପଢ଼ୁଥିବା ଖବର ପାଇ ସିରଲିଗୁଡା ସ୍କୁଲ ପ୍ରଧାନଶିକ୍ଷକ ଦିବ୍ୟରଞ୍ଜନ ସୁନାନୀ ଘଟଣାସ୍ଥଳକୁ ଆସି ଅଭିଭାବକଙ୍କୁ ବୁଝାଇ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅନୁରୋଧ କରିଥିଲେ। ଅଭିଭାବକମାନେ କିନ୍ତୁ ନିଜ ଜିଦ୍‌ରେ ରହିଥିଲେ।

ଯେବେ ପର୍ଯ୍ୟନ୍ତ ଜିଲାଭିତ୍ତିକ ନିଯୁକ୍ତିକୁ ନେଇ ସରକାର ଦାବି ମାନି ନାହାନ୍ତି ସେତେଦିନ ଧରି ପିଲାଙ୍କୁ ସ୍କୁଲ ଛାଡିବୁ ନାହିଁ ବୋଲି ଅଭିଭାବକମାନେ କହିଛନ୍ତି। ଘଟଣାକୁ ନେଇ ବିଇଓ ବିକାଶ ଚନ୍ଦ୍ର ସରକାରଙ୍କୁ ପଚାରିବାରୁ ଉମରକୋଟ ବ୍ଲକର ୧୮୩ ସ୍କୁଲରେ ପାଠପଢ଼ା ଚାଲିଥିଲା। ୯୫ ସ୍କୁଲକୁ ପିଲା ଆସି ନ ଥିବାରୁ ପାଠପଢ଼ା ହୋଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri