ହାରିନାହାନ୍ତି ସୁଶୀଳା

କେନ୍ଦୁଝର,୧୪।୫(ସ୍ବ.ପ୍ର.): ପରିବାରରେ ସନ୍ତାନମାନଙ୍କ ଭବିଷ୍ୟତ ଗଠନରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସନ୍ତାନର ଲାଳନପାଳନ ସହ ଘର, ପରିବାର ଚଳାଇବାରେ ମା’ଙ୍କ ଗୁରୁତ୍ୱ ଅଧିକ। ନିଜ ପିଲା ଓ ପରିବାର ପାଇଁ ସବୁ କିଛି ତ୍ୟାଗ କରିବାକୁ ଆଗେଇ ଆସେ ମା’। ଛୋଟରୁ ବଡ ଯାଏ ପିଲାଙ୍କୁ ସମ୍ଭାଳିବା ମା’ଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥାଏ।  ଏଣୁ କୁହାଯାଏ ମା’ଙ୍କ ବଳିଦାନ ସବୁବେଳେ ଅପୂରଣୀୟ। ଏହାର ମୂଲ୍ୟକୁ ସନ୍ତାନମାନେ ଜୀବନବ୍ୟାପୀ ଉଦ୍ୟମ କରି ମଧ୍ୟ ପରିଶୋଧ କରିପାରନ୍ତି ନାହିଁ। କେନ୍ଦୁଝର ସହରରେ ଏଭଳି ଜଣେ ମହିଳା ଅଛନ୍ତି ଯେ କି, ସ୍ବାମୀଙ୍କୁ ହରାଇବା ପରେ ମଧ୍ୟ ପିଲାମାନଙ୍କ ଲାଳନପାଳନ ସହ ମଣିଷ କରିବାରେ ପଛଘୁଞ୍ଚା ଦେଇନାହାନ୍ତି। ସେ ହେଉଛନ୍ତି ସୁଶୀଳା ମିଶ୍ର।
ସୁଶୀଳାଙ୍କ ସ୍ବାମୀ ପ୍ରଭାସ କୁମାର ମିଶ୍ର ବନାଞ୍ଚଳ ଅଧିକାରୀ ଭାବେ କାମ କରୁଥିଲେ। ୨୦୦୭ରେ ଦେବଗଡ଼ରୁ ଢେଙ୍କାନାଳ ଆସୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ବଡ଼ ପୁଅ ସୌମ୍ୟ କୁମାର ଯୁକ୍ତ ୨ରେ ଅଧ୍ୟୟନ କରି ଇଞ୍ଜିନିୟରିଂ ପାଠ ପାଇଁ ପ୍ରସ୍ତୁତି ହେଉଥିଲେ। ସାନ ପୁଅ ଦେବପ୍ରିୟ କୁମାର ସ୍ଥାନୀୟ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢୁଥିଲେ। ବାପାଙ୍କ ଦେହାନ୍ତ ପରେ ଦୁଇ ପିଲା ବେସାହାରା ହୋଇଯାଇଥିଲେ ହେଁ ମା’ ହିଁ ଥିଲେ ସବୁକିଛି ବୋଲି ମାତୃ ଦିବସ ଅବସରରେ ଦୁଇ ପୁଅ କହିଛନ୍ତି।
ଓଡ଼ିଆ ସମାଜରେ ହଠାତ୍‌ ଜଣେ ମହିଳା ବାହାରକୁ ଯାଇ ଚାକିରି କରିବା ସମ୍ଭବପର ନ ଥିଲା। ଏଣୁ ସ୍ବାମୀଙ୍କ ପେନ୍‌ସନ ବାବଦକୁ ମିଳିଥିବା ମାସିକ ୭ ହଜାର ଟଙ୍କାରେ ଘର ପରିବାର ଏବଂ ପିଲାଙ୍କ ପାଠ ପଢ଼ାକୁ ଜାରି ରଖିବା ପାଇଁ ଉଦ୍ୟମ କରିଥିଲେ। ସେଥିରୁ ବଡପୁଅ ପାଠ ପଢ଼ା (କୋଚିଂ) ପାଇଁ ୫ ହଜାର ଟଙ୍କା ଦେବାକୁ ପଡୁଥିଲା। ଅବଶିଷ୍ଟ ୨ହଜାର ଟଙ୍କାରୁ ଦେଢ଼ ହଜାର ଟଙ୍କା ଘର ଭଡ଼ା, ବାକି ପଇସାରେ ଘର ଚଳୁଥିଲା। ତେବେ ମାମୁଘର ପକ୍ଷରୁ କିଛି ସହାୟତା ମିଳୁଥିଲା। ପରବର୍ତ୍ତୀ ସମୟରେ ବାପାଙ୍କ ବକେୟା ଟଙ୍କା ଆଣି ମା’ ସୁଶୀଳା ବଡ଼ ପୁଅଙ୍କ ଇଞ୍ଜିନିୟରିଂ ପାଠରେ ଖର୍ଚ୍ଚ କରିଥିଲେ। ତୁରନ୍ତ ଘରର ସ୍ଥିତି ସୁଧାରିବାକୁ ବଡପୁଅ ଚାକିରି କରିଥିଲେ। ଏବେ ସେ ଆମେରିକାରେ ସଫ୍ଟଓ୍ବେୟାର ଡେଭ୍‌ଲପର ଭାବରେ କାମ କରୁଛନ୍ତି। ବଡପୁଅର ପାଠପଢା ପରେ ଦେବପ୍ରିୟଙ୍କୁ ଇଞ୍ଜିନିୟରିଂ ପଢିବାରେ ମା’ ସହାୟତା କରିଥିଲେ। ଇଞ୍ଜିନିୟରିଂ ପାଠ ସାରି ସେ ଏମ୍‌ବିଏ ପଢ଼ିଥିଲେ। ଏବେ ରିଲାଏନ୍ସ ପେଟ୍ରୋଲିୟମରେ କାମ କରୁଛନ୍ତି ବୋଲି ଦେବପ୍ରିୟ କହିଛନ୍ତି।
ଦେବପ୍ରିୟ କୁହନ୍ତି, ମା’ ନିଜର ସୁଖକୁ ଛାଡ଼ି ଆମ ଦୁଇ ପୁଅଙ୍କ ଭବିଷ୍ୟତ ଗଢ଼ିବା ସହ ପ୍ରତିକୂଳ ପରିସ୍ଥିତିରେ ଦେଖାଇଥିବା ସାହସ ସତରେ ପ୍ରଶଂସାଯୋଗ୍ୟ। ଏବେ ମାଆ କିପରି ଖୁସି ଓ ଶାନ୍ତିରେ ରହିବେ ସେ କଥା ଚିନ୍ତା କରୁଛୁ ଏବଂ ତାଙ୍କ ସବୁ ଇଚ୍ଛା ପୂରଣ କରିବାକୁ ଆମେ ଚେଷ୍ଟା କରୁଛୁ ବୋଲି କହିଥିଲେ। ପିଲାମାନେ କିପରି ପାଠ ପଢ଼ିବେ ସେଥି ପାଇଁ ଚିନ୍ତିତ ଥିଲି। ସେମାନଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବା ପାଇଁ ପ୍ରଚେଷ୍ଟା କରିଛି, ଯାହାର ଫଳ ଏବେ ମୁଁ ପାଇଛି ବୋଲି ସୁଶୀଳା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?