ରଜ ପାଇଁ ବଟେଶ୍ୱର ବେଳାଭୂମିରେ ପ୍ରବଳ ଭିଡ଼

ଗଞ୍ଜାମ,୧୫।୬(ଡି.ଏନ.ଏ.)ଗଞ୍ଜାମ ଜିଲା କଣ୍ଟିଆଗଡ଼ ଗ୍ରାମ ଠାରୁ କିଛି ଦୂରରେ ପ୍ରସିଦ୍ଧ ବାବା ବଟେଶ୍ୱର ଶୈବପୀଠ ଅବସ୍ଥିତ । ଝାଉଁ ବଣ ଜଙ୍ଗଲ ମଧ୍ୟରେ ଥିବା ଏହି ମନ୍ଦିରଠୁ ଅଳ୍ପ ଦୂରରେ ବଟେଶ୍ୱର ସମୁଦ୍ର ବେଳାଭୂମି। ବୁଧବାର ଦ୍ୱିତୀୟ ରଜ ଅବସରରେ ହଜାର ହଜାର ପର୍ଯ୍ୟଟକ ଏହି ସମୁଦ୍ର ବେଳାଭୂମିରେ ମଜା ନେଉଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପର୍ଯ୍ୟଟକ ସମୁଦ୍ରରେ ବୁଡୁଥିବା ଦେଖିବାକୁ ମିଳିଥିଲା। ଏଥିସହ ଝାଉଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ମାନଙ୍କ ଭୋଜି ଭାତର ଆସର ଜମିଥିଲା। ଏହି ଶୈବପୀଠ ଠାରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ସୁଲଭ ଶୌଚାଳୟ, କଲ୍ୟାଣୀ ମଣ୍ଡପ ଓ ଆକର୍ଷଣୀୟ ଶିଶୁ ଉଦ୍ୟାନ ରହିଛି। ଛୋଟ ଛୁଆ ଠାରୁ ଆରମ୍ଭ କରି ଯୁବତୀଯୁବକମାନେ ପାର୍କର ମଜା ନେଉଛନ୍ତି। ଏଥିପାଇଁ କୋଣ ଅନୁକୋଣ ତଥା ଜିଲା ବାହାରୁ ମଧ୍ୟ ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ଆସି ଏହାର ମଜା ନେଉଛନ୍ତି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଜ ସଂକ୍ରାନ୍ତି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦର ଆୟୋଜନ କରାଯାଇଥିଲା। ପ୍ରବଳ ଭିଡ଼କୁ ଦେଖି ରମ୍ଭା ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବଟେଶ୍ୱର ବାଲିଯାତ୍ରା ପଡିଆରେ ବିଭିନ୍ନ ରକମର ଖେଳନା, ଆଇସକ୍ରିମ, ଥଣ୍ଡା ପାନୀୟ ଜଳ, ଆଦି ପସରା ପଡିଛି l ଷୋହଳ ନମ୍ବର ଜାତୀୟ ରାଜପଥ ହୁମା ଠାରୁ ମାତ୍ର ତିନିରୁ ଚାରି କିମି ଯିବା ପରେ ଏହି ପ୍ରସିଦ୍ଧ ଶୈବ ପୀଠ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା

ଭଞ୍ଜନଗର,୧୦।୭(ଡି.ଏନ୍‌.ଏ.): ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାରେ ଶୁକ୍ରବାର ରାତିରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ...

ବଢ଼ୁଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ: ବଟି ନ ଦେବାରୁ ବ୍ୟବସାୟୀଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୪ା୧୨: ବ୍ରହ୍ମପୁର ସହରରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ୨ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅଧୀନ ବଡସାହିରେ ଏକ ଭେରାଇଟି ଷ୍ଟୋର...

ଘରେ ଶୋଇଥିବା ଯୁବକଙ୍କୁ ଛୁରି ଭୁସି ହତ୍ୟା

ଦିଗପହଣ୍ଡି,୬ା୧୦(ଡି.ଏନ.ଏ.)-ସାମାନ୍ୟ ବଚସାକୁ ନେଇ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମରେ ଘରେ ଶୋଇଥିବା ରବି ଓରଫ ରବୀନ୍ଦ୍ର ବାଡ଼ତ୍ୟାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସଙ୍କଟାପନ୍ନ ଅବସ୍ଥାରେ...

କନ୍ଧମାଳରେ ୭ ଦିନ ବ୍ୟାଙ୍କ ବନ୍ଦ

ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଲୋକାଲ କେସ୍‌ ମଧ୍ୟ ବଢ଼ି ଚାଲିଛି। କନ୍ଧମାଳ ଜିଲାରେ ଏକାଧିକ ବ୍ୟାଙ୍କର ଶାଖା ପରିଚାଳକ...

୫୨କେଜି ନକଲି କୀଟନାଶକ ଔଷଧ ଜବତ

କେସିଙ୍ଗା,୧୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଶ୍ରୀହରିଓମ ସିଡ୍ସ ଓ ଫର୍ଟିଲାଇଜର ଦୋକାନୀ ଉପରେ କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇ ନକଲି କୀଟନାଶକ...

ଚନ୍ଦ୍ରିକାକଁର ଅଁଟାରେ ବଢ଼ୁଛେ ଆବୁ

ଅମରପାଲି, ୨।୧୨(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ଗାଁର ରୋହନ ରାଜହଂସ ଆର ଦ୍ରୋପଦୀ ରାଜହଂସକଁର ୫ ବଛର୍‌ର ଝି’ ଚନ୍ଦ୍ରିକା। ତାକର ଅଁଟାରେ...

ଆନ୍ଧ୍ରରେ ଫସିଛନ୍ତି ଗଞ୍ଜାମର ୧୫୦ ଜଣ

ଛତ୍ରପୁର,୨୯।୩(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲା ଚିକାଭରମଠାରେ ଗଞ୍ଜାମ ଜିଲାର ୧୫୦ ଜଣ ଫସିରହିଛନ୍ତି। ଉଦ୍ଧାର କରି ଘରକୁ ଫେରାଇ ନେବା ସହ ଖାଇବାକୁ ଦେବା ପାଇଁ...

ଅସହାୟଙ୍କୁ ନିଜ ଖାଦ୍ୟ ଦେଲେ କନେଷ୍ଟବଳ

ବାଲିଗୁଡା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ ପରେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଘରେ ରହିଥିବାବେଳେ ପୋଲିସ କର୍ମଚାରୀ ସେମାନଙ୍କ...

Advertisement
Archives

Model This Week